Tribute Utkal Gauraba Madhusudan Das ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

Advertisment

ଭୁବନେଶ୍ବରସ୍ଥିତ ଲୋକଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ death anniversary ଅବସରରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥଳରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି।

ଭୁବନେଶ୍ବରସ୍ଥିତ ଲୋକଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ death anniversary ଅବସରରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥଳରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି।

Untitled

tribute to Utkal Gauraba Madhusudan Das on his death anniversary Photograph: (sambad.in)

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ । ତାଙ୍କରି ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଭାଷାଭିଭିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା । ଧୈର୍ଯ୍ୟ-ସହିଷ୍ଣୁତା, ସଂଗ୍ରାମ-ସାଧନାକୁ ପାଥେୟ କରି ଜାତିପ୍ରେମ ବହ୍ନି ପ୍ରଜ୍ଵଳିତପୂର୍ବକ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ମଧୁବାବୁ ସଦା ଚେଷ୍ଟିତ ଥିଲେ।

ଯଥାର୍ଥରେ ଉତ୍କଳ ମାଟିର ଯୋଗ୍ୟତମ ସନ୍ତାନ

ସମାଜ, ସାହିତ୍ୟ, ଶିକ୍ଷା, ଅର୍ଥନୀତି ଓ ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ଏହି ଜନନାୟକଙ୍କର ପ୍ରେରଣା ଉତ୍କଳୀୟ ଜୀବନରେ ନବସୂର୍ଯ୍ୟୋଦୟ ସମ୍ଭବ କରାଇଥିଲା । ଯଥାର୍ଥରେ ଉତ୍କଳ ମାଟିର ଯୋଗ୍ୟତମ ସନ୍ତାନ, ଉତ୍କଳୀୟ ଜାତୀୟତାର ମନ୍ତ୍ରଦାତା, ଶତାବ୍ଦୀର ସୂର୍ଯ୍ୟ ଉତ୍କଳଗୌରବ ମଧୁସୂଦନ ଦାସ ପ୍ରତ୍ୟେକ  ଓଡ଼ିଆ ପାଇଁ ଚିରବନ୍ଦନୀୟ।

ଆହୁରି ପଢ଼ନ୍ତୁ: Drunk Driver Detained ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ , ୫ରୁ ଅଧିକ ଦୋକନ ଉପରେ ଚଢ଼ିଗଲା ହାଇୱା

ଏହି ଅବସରରେ ଭୁବନେଶ୍ବରସ୍ଥିତ ଲୋକଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥଳରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି । ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୋଦିନୀ ଟେଟେ, ଲୋକସମ୍ପର୍କ ଅଧିକାରୀ  ଏମ୍. ଅଭିଷେକ ତଥା ଅନ୍ୟାନ୍ୟ ବରେଣ୍ୟ ଅତିଥିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ । 

ଆହୁରି ପଢ଼ନ୍ତୁ: Ganza Of 1 Crore Rupees Seized କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୫ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe