statement of dy cm pravati parida at national press day celebration at nimapada Photograph: (Sambad.in)
ବାମନାଳ: ଆଞ୍ଚଳିକ ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଜାତୀୟ ପ୍ରେସ ଦିବସ ଅବସରରେ ନିମାପଡ଼ା ପ୍ରେସ କ୍ଲବର ଦୁଇଦିନିଆ ବାର୍ଷିକ ଉତ୍ସବ ଚଇତାଳି- ୨୦୨୫ ସ୍ଥାନୀୟ ଶହୀଦ ଭବନ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ସନ୍ଧ୍ୟାରେ ସମୟରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବିକଶିତ ଭାରତ ଉପରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଅଞ୍ଚଳର ସଠିକ୍ ଖବର ଉପରେ ନଜର ଦେବା ପାଇଁ କହିଥିଲେ। ମିଥ୍ୟା ଖବର ସମାଜକୁ ଭ୍ରମିତ କରିବା ସହ ସମ୍ପର୍କ ଭାଙ୍ଗିଦିଏ, ସେଥିପ୍ରତି ଆମେ ସତର୍କ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ସପ୍ତାହରେ ଅତିକମରେ ଗୋଟିଏ ଦିନ ବିକାଶର ଖବର ମଧ୍ୟ ଖବରକାଗଜରେ ସ୍ଥାନ ପାଇବା ଆବଶ୍ୟକ।
ମୋ ନିମାପଡ଼ା, ମୋ ସ୍ବାଭିମାନ ଉନ୍ମୋଚିତ
ଆଞ୍ଚଳିକ ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ସମ୍ମାନିତ ଅତିଥି ରୁପେ ପୁରୀ ଜିଲ୍ଲା ଉପ ନିର୍ଦ୍ଦେଶକ ଲୋକସମ୍ପର୍କ ବିଭାଗର ସନ୍ତୋଷ କୁମାର ସେଠୀ ଯୋଗଦେଇ ଭ୍ରମାତ୍ମାକ ଖବର ଉପରେ ନଜର ଦେବା ପାଇଁ କହିଥିଲେ। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର,ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ପୁର୍ଣ୍ଣଚନ୍ଦ୍ର ନାୟକ,ଯୋଗ ଦେଇ ଜାତୀୟ ପ୍ରେସ ଦିବସର ଗୁରୁତ୍ଵ, ସମାଜ ଏବଂ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିବା ସହିତ ସ୍ୱଚ୍ଛ, ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ବ ଥିବା କହିଥିଲେ। ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ମୋ ନିମାପଡ଼ା, ମୋ ସ୍ବାଭିମାନ ମୁଖପତ୍ର ଅତିଥିମାନଙ୍କଦ୍ଵାରା ଉନ୍ମୋଚିତ କରାଯାଇଥିଲା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେସ କ୍ଲବର ସଭାପତି ଅକ୍ଷୟ କୁମାର ବେହେରା ସଭା ପରିଚାଳନା କରିଥିଲାବେଳେ ପ୍ରେସ କ୍ଲବର ସମ୍ପାଦକ ରମାକାନ୍ତ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।
ଆହୁରି ପଢ଼ନ୍ତୁ:Truck Driver Death Accident: ଘନ କୁହୁଡ଼ି ଯୋଗୁଁ ଟ୍ରକ୍ ଦୁର୍ଘଟଣା, ଚାଲିଗଲା ଚାଳକଙ୍କ ଜୀବନ
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ,ଓଡ଼ିଶୀ , ନୃତ୍ୟାଳୟ, ନିମାପଡ଼ା ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଓ ଡାର୍କ ନାଇଟ ବ୍ରାଣ୍ଡର କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଯୋଗଦେଇଥିଲେ। ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବର ଉପଦେଷ୍ଟା ବିଚିତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆହୁରି ପଢ଼ନ୍ତୁ: Tulasikshetra Kendrapada: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ
Follow Us