ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ନିର୍ବାଚନ ହେଉ ନଥିବାରୁ ସହରବାସୀ ମୌଳିକ ସୁବିଧା ପାଉନାହାନ୍ତି। କର୍ପୋରେଟର ରହିଲେ ୱାର୍ଡର ବିକାଶ ହେବ। ସହରର କଳିକନ୍ଦି ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା ସୁଧୁରିବ। ଗତ ୧୪ ବର୍ଷ ଧରି ନିର୍ବାଚନ ଝୁଲି ରହିଥିବାରୁ ସହରବାସୀଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିଛି। ବିଧାୟକ ଥିଲେ ସହରର ବିକାଶ ପାଇଁ ବହୁତ କିଛି କାମ କରି ପାରିଥାନ୍ତି। ବ୍ୟବସ୍ଥା ବାହାରେ ରହି କାମ କରିବାକୁ ପଡୁଛି। ଯେତିକି ସମ୍ଭବ ହୋଇପାରୁଛି, ସେତିକି କରିବାକୁ ଚେଷ୍ଟା କରୁଛି। ସହର ବିକାଶ ପାଇଁ ଲଢ଼େଇ ଜାରି ରଖିଛି। ଆଗାମୀ ଦିନରେ ଜାରି ଥିବ ମଧ୍ୟ। କେମିତି ଆର୍ଏମ୍ସି ନିର୍ବାଚନ ଶୀଘ୍ର କରାଯିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ କହିଛନ୍ତି।
ଆଜି ଡେଲିମାର୍କେଟ ଦୁର୍ଗପୂଜା ମଣ୍ଡପର ନୂତନ ଦ୍ବାର ଉଦ୍ଘାଟନ ଅବସରରେ ଅତିଥି ଭାବେ ଯୋଗଦେଇ ଶ୍ରୀ ରାୟ କହିଛନ୍ତି, ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ରାଜନୀତିକରଣ କରି ବନ୍ଦ କରି ଦିଆଯାଇଛି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ ଯେଉଁ ଉତ୍ତର ରଖିଥିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥଲା। ଜିଲ୍ଲାପାଳ କହିଥିଲେ, ବିଦ୍ୟାଳୟ ପଡ଼ିଆରେ ବର୍ଷ ବର୍ଷ ଚାଲିଆସୁଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ତାଙ୍କୁ ଉପରୁ କହାଯାଇଥିଲା। କିଏ, ଚାପ ପକାଇଥିଲେ ବୋଲି ପଚାରିବାରୁ ଜିଲ୍ଲାପାଳ ଚୁପ୍ ରହିଥିଲେ ବୋଲି ଶ୍ରୀ ରାୟ କହିଛନ୍ତି। ସେ କହିଥିଲେ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରୁଛିି । ତେବେ ସହରର ବିକାଶକୁ ରାଜନୀତିକରଣ କରା ନଯାଉ। ରାଉରକେଲା କେମିତି ରାଜ୍ୟରେ ବିକାଶରେ ଆଗରେ ରହିବ, ଦଳମତ ନିର୍ବିଶେଷରେ ସମସ୍ତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶ୍ରୀ ରାୟ କହିଥିଲେ।
ଆହୁରି ପଢ଼ନ୍ତୁ:BJP TMC Clash: ଅଭିଷେକଙ୍କ ମାନସିକ ଅବସ୍ଥା ଭଲ ନାହିଁ, ସେ ଚପଲ ଛାଡି ପଳାଉଛନ୍ତି, ବିଜେପିର ଟାର୍ଗେଟ
ଉଭୟ ବିଜେଡି ଓ କଂଗ୍ରେସ ଚୁପ୍
ତେବେ, ବିଜେପି ସରକାର ଆସିବା ପରେ ରାଉରକେଲାରେ ଉଭୟ ବିଜେଡି ଓ କଂଗ୍ରେସ ଚୁପ୍ ବସିଛନ୍ତି। ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିଥିଲେ ହେଁ ମୁହଁ ଖୋଲୁ ନାହାନ୍ତି। ଆର୍ଏମ୍ସି ନିର୍ବାଚନ କରିବାକୁ ସରକାରଙ୍କ ଚାପ ସୃଷ୍ଟି କରାଯାଉ ନାହିଁ। ଜନ ପ୍ରତିନିଧି ବା କର୍ପୋରେଟ ନଥିବାରୁ ଆର୍ଏସ୍ପି ଏକ ପ୍ରକାର ଅଫିସରରାଜ୍ ଚାଲିଛି। ବିଭାଗୀୟ ଅଧିକାରୀମାନେ ମନଇଚ୍ଛା କାମ କରୁଛନ୍ତି। ଅଧିକାରୀମାନଙ୍କ କାମକୁ ନେଇ ସହରବାସୀ ପ୍ରଶ୍ନ ଉଠାଉଥିଲେ ହେଁ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ, ଆର୍ଏସ୍ପିର ଅଧିକାଂଶ ୱାର୍ଡବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ:Donald Trump : ଏକ ଟିଭି ସୋ ପରି ମାଦୁରୋଙ୍କ ଗିରଫଦାରିର ସିଧା ପ୍ରସାରଣ ଦେଖୁଥିଲି : ଟ୍ରମ୍ପ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/04/dilip-ray-2026-01-04-08-37-36.png)