Condolence Sanchita Mohanty ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Advertisment

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଦେହାବସାନର ଖବର ପ୍ରସାରିତ ହେବା ପରେ ରାଜ୍ୟର ମନ୍ତ୍ରୀ, ସାଂସଦ ବିଧାୟକ ତଥା ବିଧାୟିକା ଓ ରାଜନେତାମାନେ ଶୋକପ୍ରକାଶ କରିଛନ୍ତି । 

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଦେହାବସାନର ଖବର ପ୍ରସାରିତ ହେବା ପରେ ରାଜ୍ୟର ମନ୍ତ୍ରୀ, ସାଂସଦ ବିଧାୟକ ତଥା ବିଧାୟିକା ଓ ରାଜନେତାମାନେ ଶୋକପ୍ରକାଶ କରିଛନ୍ତି । 

dvdvdv

statement of leaders after demise of ex-mla sanchita mohanty Photograph: (sambad.in)

ଭୁବନେଶ୍ବର: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଦେହାବସାନର ଖବର ପ୍ରସାରିତ ହେବା ପରେ ରାଜ୍ୟର ମନ୍ତ୍ରୀ, ସାଂସଦ ବିଧାୟକ ତଥା ବିଧାୟିକା ଓ ରାଜନେତାମାନେ ଶୋକପ୍ରକାଶ କରିଛନ୍ତି । 

ବିଜେପି ଓଡି଼ଶା ପକ୍ଷରୁ କୁହାଯାଇଛି, ‘ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କୋରାଇ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍ୱର୍ଗତଃ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରିବା ସହିତ ବନ୍ଧୁଜନ ଓ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରାର୍ଥନା କରିଛନ୍ତି ।’ 

ଆହୁରି ପଢ଼ନ୍ତୁ: vigilance Raid Malkangiri Block JE ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ(X)ରେ ପୋଷ୍ଟ କରିଛନ୍ତି ଯେ, ‘ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।’
ବୈଜୟନ୍ତ ଜୟ ପଣ୍ଡା: 
‘ଆମ ଦଳର ବରିଷ୍ଠ ନାରୀ ନେତ୍ରୀ, କୋରେଇର ପୂର୍ବତନ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସଞ୍ଚିତା ଅପାଙ୍କ ସହ ମୋର ବ୍ୟକ୍ତିଗତ ଓ ରାଜନୈତିକ ପରିଚୟ ଥିଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।’

ଆହୁରି ପଢ଼ନ୍ତୁ: BJP Ex-mla Sanchita Mohanty No More ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି

ସଞ୍ଜିତା ମହାନ୍ତି ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ: ମନମୋହନ ସାମଲ

ମନମୋହନ ସାମଲ: 
‘ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରେଇ ବିଧାନସଭାର ପୂର୍ବତନ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଶ୍ରୀମତୀ ମହାନ୍ତି କେବଳ ଜଣେ ଦକ୍ଷ ରାଜନେତ୍ରୀ ନୁହଁନ୍ତି, ବରଂ ଜନସେବା ଓ ସାଂଗଠନିକ କାର୍ଯ୍ୟରେ ସମର୍ପିତ ଜଣେ କର୍ମଠ ନେତ୍ରୀ ଥିଲେ। କୋରେଇ ଅଞ୍ଚଳର ବିକାଶ ଏବଂ ଜନକଲ୍ୟାଣ ପାଇଁ ସେ ନିରନ୍ତର ପରିଶ୍ରମ କରିଥିଲେ ଏବଂ ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ। ଏହି ଶୋକାବହ ମୁହୂର୍ତ୍ତରେ ମୁଁ ବ୍ୟକ୍ତିଗତ ଭାବେ ଏବଂ ଭାଜପା ଓଡ଼ିଶା ପରିବାର ତରଫରୁ ତାଙ୍କ ପରିବାରବର୍ଗ, ଆତ୍ମୀୟସ୍ୱଜନ ଏବଂ ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହ୍ୟ କରିବାର ଅସୀମ ଶକ୍ତି ଦିଅନ୍ତୁ।’

ଆହୁରି ପଢ଼ନ୍ତୁ:Vigilance Raid Forester ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ
ଉପାସନା ମହାପାତ୍ର: 

‘କୋରେଇର ପୂର୍ବତନ ବିଧାୟକ ଏବଂ ଭାରତୀୟ ଜନତା ପାର୍ଟିର ଜଣେ ଉତ୍ସର୍ଗୀକୃତ ନେତ୍ରୀ ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ବିୟୋଗରେ ଗଭୀର ମର୍ମାହତ। ତାଙ୍କର କାର୍ଯ୍ୟ ଏବଂ ଜନସେବା ପ୍ରତି ପ୍ରତିବଦ୍ଧତା ସର୍ବଦା ମନେ ରହିବ। ପରିବାର ପ୍ରତି ମୋର ଗଭୀର ସମବେଦନା। ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି।’

ପ୍ରଭାତି ପରିଡ଼ା: 
‘ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ପରଲୋକ ଖବର ପାଇ ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କ ଶୁଭେଚ୍ଛୁ ଓ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି ।’
କନକ ବର୍ଦ୍ଧନ ସିଂହଦେଓ: 
‘କୋରେଇର ପୂର୍ବତନ ବିଧାୟକ ଏବଂ ଭାରତୀୟ ଜନତା ପାର୍ଟିର ଜଣେ ଉତ୍ସର୍ଗୀକୃତ ନେତ୍ରୀ ଶ୍ରୀମତୀ ସଞ୍ଚିତା ମହାନ୍ତି ଜୀଙ୍କ ବିୟୋଗ ବିଷୟରେ ଜାଣି ଗଭୀର ମର୍ମାହତ। ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଅବଦାନ ସର୍ବଦା ସମ୍ମାନର ସହିତ ମନେ ରଖାଯିବ। ଏହି ଦୁଃଖର ମୁହୂର୍ତ୍ତରେ ମୁଁ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଜଗନ୍ନାଥ ତାଙ୍କ ମହାନ ଆତ୍ମାକୁ ଅନନ୍ତ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ।’
ସଞ୍ଜିତା ମହାନ୍ତିଙ୍କ ଅବଦାନକୁ ସ୍ମରଣ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦ୍ଗତି ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe