କଟକ: କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ  କଂଗ୍ରେସରୁ ବହିଷ୍କୃତ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତିି, ଏ ହୋର୍ଡିଂ ଆମେ ଲଗାଇନାହୁଁ। କେହି ସମର୍ଥକ ଲଗାଇଥାଇପାରନ୍ତି। ଏଥିରେ କିଛି ଅସୁବିଧା ନାହିଁ। ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ। ସମର୍ଥକ ଆମକୁ ଅଲଗା କରିନାହାନ୍ତି।

Advertisment

ମହମ୍ମଦ ମୋକିମ ଆହୁର କହିଛନ୍ତି, ବିଜେଡିର ଅସନ୍ତୁଷ୍ଟମାନେ ମୋ ସହ ଯୋଗାଯୋଗରେ ଅଛନ୍ତି। ବିଜେଡିରେ ତୀବ୍ର କନ୍ଦଳ ଚାଲିଛି। ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି କନ୍ଦଳ ଆହୁରି ତୀବ୍ର ହେବ। ଏହା ଉପରେ ଆମେ ନଜର ରଖିଛୁ। କଂଗ୍ରେସରେ ବି ବହୁ ନେତା ଅବହେଳାର ଶିକାର ହୋଇଛନ୍ତି। ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି। ଏପିରକି  ନୂଆ ବର୍ଷରେ କିଛି ନୂଆ ଘଟିବ ବୋଲି ମୁଁ ଆଶା ରଖିଛି।

ନୂଆବର୍ଷ ପୂର୍ବରୁ ରାଜନୀତିରେ ନୂଆମୋଡ଼। ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରେ ନାହିଁ ହାତ ଚିହ୍ନ । ଏପରିକି ସୋଫିଆଙ୍କ ହୋର୍ଡି, ପୋଷ୍ଟରରେ ଦଳୀୟ ଚିହ୍ନ ନାହିଁ କି କଂଗ୍ରେସ ନେତୃତ୍ୱର ଫଟୋ ବି ନାହିଁ। ହୋର୍ଡିଂରେ ରହିଛି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଫଟୋ। କଟକର ବିଭିନ୍ନ ସ୍ଥାନରେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଅଭିନନ୍ଦନ ହୋର୍ଡିଂ ଦେଖିବାକୁ ମିଳିଛି । ସୋଫିଆଙ୍କ ହୋର୍ଡିଂ ସହ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଯୋଡ଼ି ଦେଖାଯାଉଛି । 

ଆହୁରି ପଢନ୍ତୁ: PEO Arrested Vigilance ବନ୍ଧା ହେଲେ କୋଟିପତି ପିଇଓ ଜିତେନ୍ଦ୍ର କୁମାର ଜେନା

ନୂଆ ଆଞ୍ଚଳିକ ଦଳ ଗଠନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା

କଂଗ୍ରେସ ସହ ମୋକିମ ବିବାଦ ଓ ନୂଆ ଆଞ୍ଚଳିକ ଦଳ ଗଠନ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏପରି ସମୟରେ ସୋଫିଆଙ୍କ ହୋର୍ଡିଂ ଚର୍ଚ୍ଚାକୁ ସରଗରମ କରିଛି। କିଛି ଦିନ ତଳେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସ ନେତୃତ୍ୱ ଓ ପିସିସି ସଭାପତିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ଏହାକୁ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୋକିମଙ୍କୁ ବିଦା କରିଛି ଦଳ । କିଛି ଅସନ୍ତୁଷ୍ଟଙ୍କୁ ନେଇ ମୋକିମ ନୂଆ ଦଳ ଗଢ଼ିବେ ବୋଲି ଶୁଣାଯାଉଛି। ହେଲେ କଟକର ରାଜରାସ୍ତା ଗଳି କନ୍ଦିରେ ଲାଗିଥିବା ହୋର୍ଡିଂ କିଏ ମାରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଆହୁରି ପଢନ୍ତୁ: Student Death Annual Sports ସୁନ୍ଦରଗଡ଼ରେ ଅଭାବନୀୟ: ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଏକାଦଶ ଶ୍ରେଣୀର ଛାତ୍ର

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ। ମହମ୍ମଦ ମୋକିମ୍ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥି‌ଲେ, ତାହା ଅଗ୍ରାହ୍ୟ ହୋଇଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଥିଲା। ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଥିଲେ ମୋକିମ୍। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଥିାଲେ।