Student Serious: ଅଷ୍ଟମ ଶ୍ରେଣୀର ତିନି ଛାତ୍ର ଜବରଦସ୍ତ ମଦ ପିଆଇବାରୁ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଆସିକା ବ୍ଳକ ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଜବରଦସ୍ତ ମଦ ପିଆଇବାରୁ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ ବେହେରା ଗୁରୁତର ହୋଇ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

aska hospital

aska hospital Photograph: (sambad.in)

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ଇଲାକାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ସୁରଭି କାର୍ଯ୍ୟକ୍ରମ ଆୟୋଜନ ନାଁରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶିକ୍ଷକ ବିହୀନ କରି ଦିଆଯାଉଛି। ଏହାର ପ୍ରଭାବ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ପଡୁଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସେଠି। ଆସିକା ବ୍ଳକ ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଜବରଦସ୍ତ ମଦ ପିଆଇବାରୁ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ ବେହେରା ଗୁରୁତର ହୋଇ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସେଠାରେ ଦୀର୍ଘ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ତାର ଚିକିତ୍ସା ଆଶୁତୋଷକୁ ଔଷଧ ଦ୍ୱାରା ବାନ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବରାମ ବେହେରା ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଆଶୁତୋଷଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ଡ଼ାକ୍ତରଙ୍କଠାରୁ ଆଶୁତୋଷର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଥିଲେ।

ପୁଡୁଗେଶ୍ୱର ପଲ୍ଲୀ ସ୍ଥିତ ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠଟି ଶ୍ରେଣୀରେ  ଛାତ୍ର ଛାତ୍ରୀଙ୍କ ପାଠ ପଢା ଛାଡି ପାଞ୍ଚ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ତିନି ଜଣ ସୁରଭି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଅଷ୍ଟମ ଶ୍ରେଣୀର ତିନି ଜଣ ଛାତ୍ର ଜବରଦସ୍ତ ଆଶୁତୋଷଙ୍କର ହାତ ଗୋଡ଼ ଭିଡି ଆଖି ବନ୍ଦ କରି  ମାଡ଼ି ବସି ମଦ ପିଆଇ ଥିଲେ।

ଆହୁରି ପଢ଼ନ୍ତୁ: Elephant Kills Young Man: ଘରୁ ଟାଣି କଚାଡ଼ି ମାରିଲା ହାତୀ, କ୍ଷତିପୂରଣ ଦାବି

ବିଦ୍ୟାଳୟ ମଧ୍ୟକୁ ମଦ କେଉଁଠାରୁ ଆସିଲା ?

ଆଶୁତୋଷ ଗୁରୁତର ହେବାରୁ ବିଦ୍ୟାଳୟର ଶିକ୍ଷକ ତାଙ୍କ ବାପା ସନ୍ତୋଷ ବେହେରାଙ୍କୁ ଅବଗତ କରିଥିଲେ। ସନ୍ତୋଷ ବିଦ୍ୟାଳୟରେ ପହଞ୍ଚି ଆଶୁତୋଷଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ ହେବା ସହିତ ବିଦ୍ୟାଳୟର ପରିବେଶକୁ ସଜାଡ଼ିବା ପାଇଁ ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟାଳୟ ମଧ୍ୟକୁ ମଦ କେଉଁଠାରୁ ଆସିଲା ? ବିଦ୍ୟାଳୟ ର ପରିବେଶ କେଉଁ ଭଳି ରହିଛି ତାହା ପ୍ରଶ୍ନବାଚୀ ଘେରରେ। ଏହି ଘଟଣା ପ୍ରଚାରିତ ହେବା ପରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ:Cyclone Montha, Moves Towards Andhra: ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା

boys student

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe