Sushil Meher Puri ପୁରୀରେ ବରଗଡ଼ ଧନୁଯାତ୍ରାର କଂସ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସୁଶୀଲ ମେହେର

Advertisment

ପୁରୀରେ କଂସ ଚରିତ୍ରରେ ACT କରିଥିବା ସୁଶୀଲ ମେହେର। ସେ  ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ। ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। 

ପୁରୀରେ କଂସ ଚରିତ୍ରରେ ACT କରିଥିବା ସୁଶୀଲ ମେହେର। ସେ  ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ। ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। 

kansa

sushil meher, the actor who played the role of kansa in dhanu yatra at puri Photograph: (Sambad.in)

ବରଗଡ଼/ପୁରୀ: ପୁରୀରେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ସେ  ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ। ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। 

୩ରେ ଉଦଘାଟିତ ହୋଇଥିଲା ବରଗଡ଼ ଧନୁଯାତ୍ରା ମହୋତ୍ସବ

ସୂଚନାଯୋଗ୍ୟ, ବରଗଡ଼ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ବର୍ଷ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଚାଲିବା ପରେ  ୨୦୨୬ ଜାନୁଆରି ୩ ତାରିଖରେ ଉଦଘାଟିତ ହୋଇଥିଲା। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଥିଲେ।

ଆହୁରି ପଢ଼ନ୍ତୁ: IIC CRRI Arrested vigilance ଭିଜିଲାନ୍ସ କବ୍‌ଜାରେ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ: ୪୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ି‌ଲେ, ଘରୁ ମିଳିଲା ନଗଦ ୫ ଲକ୍ଷ

ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ:Young Man Killed Kendrapara ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯୁବକ

ସମିତିର ସଂପାଦକ ସୁରେଶ୍ୱର ଶତପଥିଙ୍କ ସଂଯୋଜନାରେ ବୈଠକରେ  କଳାକାର ଚୟନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ୩ ବର୍ଷରେ ଥରେ କଳାକାର ଚୟନ ପ୍ରକ୍ରିୟା ହୁଏ। ଏଥିପାଇଁ ଏଥର କଳାକାର ଉପଦେଷ୍ଟା କମିଟିକୁ ଚୟନ ଦାୟିତ୍ୱ ଦିଆଯାଇଥିଲା। ୫ ଜଣିଆ ଜୁରି କମିଟି ଗଠନ କରାଯାଇ ମହାରାଜ କଂସଙ୍କଠାରୁ ନେଇ ସମସ୍ତ କଳାକାରମାନଙ୍କୁ ଚୟନ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe