Teacher Dies Jharsuguda Railway Station କାଳ ହେଲା ଚଳନ୍ତା ଟ୍ରେନରେ ଚଢ଼ିବା, ଚାଲିଗଲା ଶିକ୍ଷକଙ୍କ ଜୀବନ

jharsuguda railway stationରେ ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଏକ ଅଘଟଣ ଘଟି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର (୬୫)। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।

train

train Photograph: (sambad.in)

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଏକ ଅଘଟଣ ଘଟି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।

ସୂଚନା ପାଇ ଜିଆରପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: Health Minister BJD MLA Assembly ବିଧାନସଭାରେ ବିଜେଡି ବିଧାୟକଙ୍କୁ କଡ଼ା ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା ଓ ସେ ତଳକୁ ଗଳି ପଡ଼ିଥିଲେ

ସୂଚନା ଅନୁସାରେ, ଶିବଶଙ୍କର ଆଜି ସକାଳ ସାଢେ ୭ଟା ବେଳେ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଯାଉଥିବା ବେଳେ ଟ୍ରେନଟି ଛାଡ଼ି ଦେଇଥିଲା। ଫଳରେ ଶ୍ରୀ ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା ଓ ସେ ତଳକୁ ଗଳି ପଡ଼ିଥିଲେ।

ଆହୁରି ପଢ଼ନ୍ତୁ:Bribe Samiti Member Imprisonment ଚାକିରି ସମୟରେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇଥିଲେ,  ସମିତି ସଭ୍ୟ ବେଳେ ଜେଲ ଗଲେ

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ସେ ଟ୍ରେନ ତଳକୁ ଗଳି ପଡ଼ିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe