Thief Detained ମଧ୍ୟରାତ୍ରିରେ ମନ୍ଦିରରୁ ଚୋରିକରି ଚମ୍ପଟ ମାରୁଥିବାବେଳେ ଧରାପଡ଼ିଲା ଚୋର

Advertisment

ଭୁବନର ଆରାଧ୍ୟ  ପ୍ରସିଦ୍ଧ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର, ଶନି ମନ୍ଦିର, ରାଧାକୃଷ ଓ ପାର୍ବତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ ଯଥା ଘଣ୍ଟି, ଥାଳ, ନାଗ ଓ ଢାଳ ଚୋରିକରି ଏକ ଅଳିଆ ଟ୍ରଲି ସାହାଯ୍ୟରେ ଲଦି ଠେଲିଠେଲି ନେଉଥିଲା ବେଳେ ଧରାପଡ଼ିଲା Thief ।

ଭୁବନର ଆରାଧ୍ୟ  ପ୍ରସିଦ୍ଧ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର, ଶନି ମନ୍ଦିର, ରାଧାକୃଷ ଓ ପାର୍ବତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ ଯଥା ଘଣ୍ଟି, ଥାଳ, ନାଗ ଓ ଢାଳ ଚୋରିକରି ଏକ ଅଳିଆ ଟ୍ରଲି ସାହାଯ୍ୟରେ ଲଦି ଠେଲିଠେଲି ନେଉଥିଲା ବେଳେ ଧରାପଡ଼ିଲା Thief ।

Untitled-16.jpg

Thief Detained Photograph: (sambad.in)

ଭୁବନ: ଗଛରେ ବନ୍ଧା ହୋଇଥିବା ଯୁବକ ମନ୍ଦିର ଚୋର। ତାହା ପୁଣି ଭୁବନର ଆରାଧ୍ୟ ଠାକୁର ବୁଦ୍ଧେଶ୍ୱର ମନ୍ଦିର। ଦୈନିକ ବିଭିନ୍ନ ସ୍ଥାନ ରୁ ଚୋରି କରିଥିଲା ଲୋକେ ହଁ ମ କହି ଛାଡ଼ିଦେଉଥିଲେ। ଏବେ ଠାକୁର ଧରାଇଲେ। ଧରାପଡ଼ିଲା କୁଖ୍ୟାତ ମନ୍ଦିର ଚୋର । ବିଭିନ୍ନ ମନ୍ଦିରରୁ ଚୋରିକରି ଖସିଯାଉଥିଲା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ନା ଦିନେ ଆଲୁଅ ହେବ । ମଧ୍ୟରାତ୍ରିରେ ମନ୍ଦିରରୁ ଚୋରିକରି ଚମ୍ପଟ ମାରୁଥିବାବେଳେ ଲୋକଙ୍କ ଦ୍ବାରା ଧରାପଡି ଗଛରେ ବନ୍ଧା ହେଲା । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ।  

ଅଳିଆ ବୁହା ଟ୍ରଲିରୁ ମିଳିଲା ପୁଳାପୁଳା ପିତ୍ତଳ ସାମଗ୍ରୀ

ଭୁବନର ଆରାଧ୍ୟ  ପ୍ରସିଦ୍ଧ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର, ଶନି ମନ୍ଦିର, ରାଧାକୃଷ ଓ ପାର୍ବତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ପିତ୍ତଳ ସାମଗ୍ରୀ ଯଥା ଘଣ୍ଟି, ଥାଳ, ନାଗ ଓ ଢାଳ ଚୋରିକରି ଏକ ଅଳିଆ ଟ୍ରଲି ସାହାଯ୍ୟରେ ଲଦି ଠେଲିଠେଲି ନେଉଥିଲା ଚୋର । ରାତ୍ରି ପ୍ରାୟ ଦୁଇ ରୁ ତିନିଟା ହେବ । କେହି କହିବେ ଅଳିଆ ଫୋପାଡିବାକୁ ନିଆଯାଉଛି। କିଛି ଶ୍ରମିକ କାମକୁ ବାହାରିଥିବାବେଳେ ସନ୍ଦେହରେ ଚୋରଟିକୁ ଅଟକାଇ ଦେଖିଥିଲେ। ଅଳିଆ ବୁହା ଟ୍ରଲିରୁ ମିଳିଲା ପୁଳାପୁଳା ପିତ୍ତଳ ସାମଗ୍ରୀ।

  ଆହୁରି ପଢ଼ନ୍ତୁ  Matric Exam Absent ମୟୂରଭଞ୍ଜରେ ମାଟ୍ରିକ୍ ପରୀକ୍ଷା: ପ୍ରଥମ ଦିନରେ ୭୭୧ ଅନୁପସ୍ଥିତ

ଚୋରକୁ ନେଇ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଗଛରେ ବାନ୍ଧି ମନ୍ଦିର କମିଟକୁ ଖବର କରିଥିଲେ । ଚୋର ଜଣକ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ- ୯ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ମାନସ ମହାପାତ୍ର । ଖବର ପାଇ ଘଟଣାସ୍ଥଳରେ ଭୁବନ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

  ଆହୁରି ପଢ଼ନ୍ତୁ    2 Young Men Death Accident ସରଫଗଡ଼ ଜଳଭଣ୍ଡାର ନିକଟରେ ଦୁର୍ଘଟଣା: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ସ୍କୁଟି, ୨ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe