ମାଓନେତା ଚଲପତିଙ୍କ ମୃତ୍ୟୁ ପରେ ନକ୍ସଲଗଡ଼ରେ ଶୁଭିବ ‘ଜୟହିନ୍ଦ‘!

ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜିଲ୍ଲାରେ ଗତ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୧୬ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିରେ ଥିଲେ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ଓରଫ ଜୟରାମ। ଚଲପତିଙ୍କ ମୃତ୍ୟୁରେ ସଂଗଠନ ଏକ ପ୍ରକାର ଦୋହଲିଯାଇଛି।

Tri colour to be hoisted after 40 years.

Tri colour to be hoisted after 40 years. Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜିଲ୍ଲାରେ ଗତ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୧୬ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିରେ ଥିଲେ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ଓରଫ ଜୟରାମ(୬୨)। ଚଲପତିଙ୍କ ମୃତ୍ୟୁରେ ସଂଗଠନ ଏକ ପ୍ରକାର ଦୋହଲିଯାଇଛି। ସଂଗଠନ ପାଇଁ ଏକ ବଡ଼ କ୍ଷତି ହୋଇଥିବା ନକ୍ସଲ ମଧ୍ୟ ସ୍ବୀକାର କରିଛନ୍ତି। ଚଲପତିଙ୍କ ଶବକୁ ନେବାକୁ ତାଂକ ଶ୍ବଶୁର ଲକ୍ଷ୍ମଣ ରାଓ ରାୟପୁର ପହଞ୍ଚିଥିଲେ। ଲକ୍ଷ୍ମଣ ରାଓ ହେଉଛନ୍ତି ତାଙ୍କ ପତ୍ନୀ ଅରୁଣାର ବାପା। ଅରୁଣା ବାହା ହେବା କଥା ସେ ବହୁ ଦିନ ପରେ ଜାଣିପାରିଥିଲେ। 

ଏହି ଖବର ପଢ଼ନ୍ତୁ: ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର: ରାଷ୍ଟ୍ରପତି

ଚଲପତିଙ୍କୁ ଶ୍ବଶୁର ଲକ୍ଷ୍ମଣ ରାଓ ଭଗବାନ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ପାଇଁ, ଦେଶ ପାଇଁ ଯିଏ ବଳିଦାନ ଦେଉଛି ସେ ହେଉଛି ଭଗବାନ। ଜଳ, ଜଂଗଲ ଜମି ପାଇଁ ସେ ଦୀର୍ଘ ବର୍ଷ ଧରି ଲଢ଼େଇ କରିଆସୁଥିଲେ। ତାଂକର ଏହି ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଥିଲେ। 

ଏହି ଖବର ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ କ୍ଲବରେ ସାମି‌ଲ ହେଲେ ଦୁଇ ଅତିଥି

ଆଜି ତାଂକର ପାର୍ଥବ ଶରୀର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପାଲସା ବ୍ଲକର ବଡାପାଡୁ ଗ୍ରାମରେ ପହଞ୍ଚିବା ପରେ ସେଠାରେ ହଜାରହଜାର ଲୋକଙ୍କ ମଧ୍ୟରେ ଅନ୍ତେଷ୍ଟକ୍ରିୟା ସମାପନ ହୋଇଛି। ଲୋକେ ନାଲି ପତାକା ଧରି ଶବକୁ ଗ୍ରାମରେ ପରିକ୍ରମା କରାଇଥିଲେ। ସେ ଜଣେ ଦକ୍ଷ ଓ ନିର୍ଭୀକ ନକ୍ସଲ ନେତା ହୋଇଥିବା ବେଳେ ଲୋକଙ୍କ ପାଇଁ କାମ କରିଆସୁଥିଲେ। ତେଣୁ ତାଂକର ପାରଂପାରିକ ନାଚଗୀତରେ ତାଂକର ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା। ଏଥିସହ ଏକ ସାଧାରଣ ସଭାର ଆୟୋଜନ ମଧ୍ୟ କରାଯାଇଥିଲା। ଦୀର୍ଘ ବର୍ଷ ଧରି ସେ ଓଡ଼ିଶା ଦାୟିତ୍ବରେ ଥିଲେ। ସ୍ବାଭିମାନ ଅଂଚଳରେ ସେ ଦୀର୍ଘ ଦିନ ରହି ନିଜର ନେଟୱର୍କ ଚଳାଇ ଆସୁଥିଲେ। 

ଏହି ଖବର ପଢ଼ନ୍ତୁ: ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

ଅନ୍ୟଦିଗରେ ନକ୍ସଲ ସଂଗଠନର ବଡ଼ବଡ ନେତାଙ୍କ ମୃତ୍ୟୁ ଏବଂ ସୁରକ୍ଷାକର୍ମୀଙ୍କ ନକ୍ସଲଗଡ଼ରେ କ୍ୟାମ୍ପ ପ୍ରତିଷ୍ଠା କରିବା ଦ୍ବାରା ଗତ ୪୦ ବର୍ଷର ଅପେକ୍ଷାର ଅନ୍ତ ହୋଇଛି। ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ଜୟହିନ୍ଦର ନାରା ଗୁଞ୍ଜିବ ବୋଲି କୁହାଯାଇଛି। ଲୋକେ ୪ ଦଶନ୍ଧି ପରେ ପତାକା ଉତ୍ତୋଳନ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନକ୍ସଲ ଏବେ ଛତିଶଗଡ଼ରେ ଶେଷ ନିଃଶ୍ବାସ ନେଉଥିବା ବେଳେ ସଂଗଠନକୁ ମଜବୁତ କରିବା ପାଇଁ ଶ୍ରେଷ୍ଠ ନେତାମାନେ ଏବେ ସମସ୍ତ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ପରେ ଯବାନ ଦିନରାତି ଏକ କରି ଆସନ୍ତା ଏକ ବର୍ଷ ମଧ୍ୟରେ ନକ୍ସଲଙ୍କୁ ମୁଳପୋଛ କରିବେ ବୋଲି କହିଛନ୍ତି।

ଏହି ଖବର ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରୁ ୧.୪ କୋଟି ଟଙ୍କାର କଫସିରଫ ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe