truck accident at sunabeda, driver seriously injured Photograph: (sambad.in)
କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ୱର୍ ଜାତୀୟ ରାଜପଥର ଆଂଚଳିକ ପରିବହନ କାର୍ଯ୍ୟଳୟ ନିକଟରେ ଆଲିସନ ହୋଟେଲ ଡାଉନ ନିକଟରେ ବଡ଼ ଦୁର୍ଘଟଣା। ଟ୍ରକର ବ୍ରେକ ଫେଲ ହେଇଥିବାରୁ ଟ୍ରକ ଆଗରେ ଯାଉଥିବା ଦୁଇଟି ଚାରି ଚକିଆ ପିକଅପ ଗାଡ଼ିକୁ ଧକ୍କା ଦେବା ସହ ଆଠଟି ବାଇକକୁ ଧକ୍କା ଦେଇଥିଲା ଟ୍ରକ୍।
ଆଠଟି ବାଇକ୍ ଭାଙ୍ଗି ଚୁରମାର୍
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ୍ ପୋଲ ବି ଛିଣ୍ଡିପଡ଼ିଲା। ଏଟିଏମ ଭ୍ୟାନ ଓଲଟିପଡ଼ିଲା। ଚାରି ଚକିଆ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ୍ ରେ ଭର୍ତି କରାଯାଇଛି। ଆଠଟି ଯାକ ବାଇକ୍ ଭାଙ୍ଗି ଚୁରମାର୍ ହୋଇଯାଇଛି।
ଆହୁରି ପଢ଼ନ୍ତୁ: Ollywood Mahasweta Absent ଏହି କାରଣରୁ ଏବର୍ଷ ବଡ଼ ପରଦାରେ ନଜର ଆସିଲେନି ମହାଶ୍ୱେତା
ଘଟଣା ସ୍ଥଳରେ କୋରାପୁଟ ସଦର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଜାତୀୟ ରାଜପଥକୁ ସ୍ଵାଭାବିକ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।
ଆହୁରି ପଢ଼ନ୍ତୁ:Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ
Follow Us