ପାଟଣାଗଡ଼: ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାର ସରମୁହାଣ ଗ୍ରାମ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବାଟୋଇଙ୍କୁ ବାଇକ୍ ଧକ୍କା ଦେଇଥିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଓ ଜଣେ ଗୁରୁତର ହୋଇଛନ୍ତି। 

Advertisment

ଏହି ଅଧିକ ପଢ଼ନ୍ତୁ: ସୁନ୍ଦରଗଡ଼ରେ ଚାଞ୍ଚଲ୍ଯ: ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ

ମିଳିଥିବା ସୂଚନା ଅନୁଯାୟୀ, ସରମୁହାଣ ଗ୍ରାମ ନିକଟରେ ଥିବା ଢାବା ନିକଟରେ ଏକ ତେଣ୍ଡାପଦର ରକ୍ଷାକାରୀ ନାୟକ (୫୦) ଚାଲି ଚାଲି ଯାଉଥିବା ବେଳେ ଏକ ବାଇକରେ ( ଓଡି ୦୩ ଏସି ୯୫୮୬) ଯୋଗେ କୁତୁମୁଣ୍ଡା ଗ୍ରାମର ରାଜେଶ ସାହୁ (୧୯) ଓ ପୋଢମୁଡ ଗ୍ରାମର ଚୁଡାମଣି କାଣ୍ଡ ନାମକ ଜଣେ ଯୁବକ ବସି ପାଟଣାଗଡ଼ ପଟକୁ ଆସୁଥିଲେ। ଢାବା ନିକଟରେ ବାଇକ୍‌ଟି ରକ୍ଷାକାରୀଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ରକ୍ଷାକାରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ନିକଟରେ ଥିବା ପୋଲ ତଳକୁ ଛିଟିକି ହୋଇ ପଡି ବାଇକ୍ ଚାଳକ ରାଜେଶଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ରାଜେଶ ସହ ପୋଢମୁଡ ଅଞ୍ଚଳର ଯୁବକ ଗୁରୁତର ହୋଇପଡ଼ିଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ଗୋନାସିକାର ପ୍ରଥମ, ବେଙ୍ଗଲ ଟାଇଗର୍ସର କ୍ରମାଗତ ବିଜୟ

ସରମୁହାଣ ଗ୍ରାମ ନିକଟରେ ଥିବା ଢାବା ନିକଟରେ ଏକ ତେଣ୍ଡାପଦର ରକ୍ଷାକାରୀ ନାୟକ ଚାଲିଚାଲି ଯାଉଥିବା ବେଳେ ଏକ ବାଇକରେ ଯୋଗେ କୁତୁମୁଣ୍ଡା ଗ୍ରାମର ରାଜେଶ ସାହୁ ଓ ପୋଢମୁଡ ଗ୍ରାମର ଚୁଡାମଣି କାଣ୍ଡ ନାମକ ଜଣେ ଯୁବକ ବସି ପାଟଣାଗଡ଼ ପଟକୁ ଆସୁଥିଲେ।

ଏହି ଖବର ପଢ଼ନ୍ତୁ: ମହିଳାଙ୍କ ପ୍ରତି କୌଣସି ପ୍ରକାର ହିଂସା ଗ୍ରହଣୀୟ ନୁହେଁ: କାନିମୋଝି

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଛି। ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ବଡ଼ମେଡିକାଲକୁ ପଠାଇଛି। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। 

ଏହି ଖବର ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍‌ରୁ ଯାତାୟାତ, ପରିବହନ ସଂଯୋଗରେ ଉନ୍ନତି ଆଶା