ସ୍ବାଭିମାନ ଅଂଚଳର ୨ ନକ୍ସଲଙ୍କ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ କାମ କରୁଥିବା ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ଏରିଆ କମିଟିର ଦୁଇ ଜଣ ସଦସ୍ୟ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଅଦ୍ୟତନ ହୋଇଛି
Mkg 2 naxal surender

Mkg 2 naxal surender Photograph: (Sambad )

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ କାମ କରୁଥିବା ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ଏରିଆ କମିଟିର ଦୁଇ ଜଣ ସଦସ୍ୟ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟିର ଏସିଏମ ପଦବିରେ ରହି କାମ କରୁଥିବା ମାଡବି ଉଙ୍ଗା ଅରଫ ନାଗେଶ ଏବଂ ସଦସ୍ୟା ମାଡକମ ସୁକି ଅରଫ ରୋଶନି।

ଏହି ଖବର ପଢ଼ନ୍ତୁ: ଧର୍ମଗଡ଼ରେ ବଡ଼ ଧରଣର ଡକାୟତି:  ସାଢ଼େ ୩ କୋଟି ଟଙ୍କା ଜବତ

ମାଡବି ଉଙ୍ଗା ୨୦୧୫ରେ ନକ୍ସଲ ସଂଗଠନର ବାଲ ସଂଗମରେ ସାମିଲ ହୋଇ ୨୦୧୮ ପର୍ଯ୍ୟନ୍ତ କାମ କରିଥିଲେ। ୨୦୧୯ରୁ ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟିର ସଦସ୍ୟ ହେବା ସହ ୨୦୨୩ ପର୍ଯ୍ୟନ୍ତ କାମ କଲେ। ୨୦୨୪ରେ ସେ ଏସିଏମ ଭାବେ ପଦୋନ୍ନତି ପାଇଥିଲେ। ମାଡବି ଉଙ୍ଗା ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟ ବିକଶିତ ଭାରତ ପାଇଁ ବଜେଟ

ସେହିପରି ମାଡକମ ସୁକି ମଧ୍ୟ ୨୦୨୮ରେ ବାଲ ସଙ୍ଗମରେ ସାମିଲ ହୋଇ କାମ ଆରମ୍ଭ କରି ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କଲେ। ୨୦୨୧ରେ ପାର୍ଟି ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କଲେ। ଆନ୍ଧ୍ର ଓଡିଶା ବଡର ଜୋନାଲ କମିଟିର ସଦସ୍ୟ ହୋଇ କାମ କରୁଥିଲେ। ମାଓ ସଂଗଠନ ଆଦିବାସୀଙ୍କ ବିଶ୍ବାସ ଜିତିପାରି ନାହିଁ। ଲୋକଙ୍କୁ ମାରିବା, ହତ୍ୟା କରିବା ଭଳି କାର୍ଯ୍ୟ କରି ଆଜି ତଳକୁ ଖସିଛି। 

ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୮ ନକ୍ସଲ ନିପାତ

ପୁଣି ଦୁର୍ଗମ ଅଂଚଳରେ ପୁଲିସ କ୍ୟାମ୍ପ ଏବଂ ଘନ ଘନ ଚଢାଉରେ ସଂଗଠନ ଦୁର୍ବଳ ହେବାକୁ ଲାଗିଛି। ତେଣୁ ସଂଗଠନ ଛାଡିଥିବା ଏହି ନକ୍ସଲମାନେ କହିଛନ୍ତି। ପୁଲିସ କହିଛି ଏବେ ବି ସମୟ ଅଛି ଯେଉଁମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ବାଗତ କରାଯାଉଛି। 

ଏହି ଖବର ପଢ଼ନ୍ତୁ: ଦୁର୍ଘଟଣାରେ ଚାଲିଗଲା ତିନିଜଣଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe