ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭି‌ଯୋଗରେ ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ଚାଲୁଥିବା ଗୁପ୍ତ ତଦନ୍ତ ପରେ ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ତାଙ୍କ ଆୟ ସହ ମେଳ ନ ଥିବା ବିପୁଳ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି।

Advertisment

ଚଢ଼ାଉର ବିସ୍ତୃତ ବିବରଣୀ

ଭିଜିଲାନ୍ସ ଟିମ୍ ଏକାସାଥିରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଚଢ଼ାଉ କରିଥିଲା। ଭୁବନେଶ୍ୱରରେ ଥିବା ବହୁତଳ ଅଟ୍ଟାଳିକା ସହ ବଡ଼ଗଡ଼ ବ୍ରିଟ କଲୋନିରେ ଥିବା ୨ଟି ତିନି ମହଲା କୋଠା, ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ୨ଟି ଦୁଇ ମହଲା କୋଠାରେ ଚଢ଼ାଉ ହୋଇଥିଲା। ଏଣେ ବାରଙ୍ଗରେ ଥିବ‌ା ତାଙ୍କ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି।  ଏହି ଚଢ଼ାଉ ଏବେ ବି ଜାରି ରହିଛି। ଏହି ଚଢ଼ାଉ ସମୟରେ ୪ ଡିଏସପି, ୭ ଇନ୍ସପେକ୍ଟର୍ ଓ ୮ଜଣ ଏସଆଇ ନିୟୋଜିତ ହୋଇଥିବା ଜଣାଯାଇଛି।

ଅଧିକପଢ଼ନ୍ତୁ: Gun Smugglers To Be Arrested ବନ୍ଧା ହେବେ ଚୋରାବନ୍ଧୁକ ବେପାରୀ, ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୁଲିସର ଚଢ଼ଉ

ଜବତ ସାମଗ୍ରୀ 

ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ବିଡାବିଡା ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର, ଦାମୀ ଘଣ୍ଟା, ବିଦେଶ ଯାତ୍ରା ସମ୍ପର୍କିତ ପାସପୋର୍ଟ, ଜମିଜମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏଟିଏମ୍ କାର୍ଡ ଆଦି ଜବତ କରିଛି। ତାଙ୍କର ଭୁବନେଶ୍ବର ଘରୁ ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବାର ପ୍ରାଥମିକ ସୂଚନା ରହିଛି। ଜବତ ସମ୍ପତ୍ତିର ମୂଲ୍ୟାୟନ ଏପର୍ଯ୍ୟନ୍ତ ଜାରି ରହିଛି।

ଅଧିକପଢ଼ନ୍ତୁ:ଇଗନଉ ଅନଲାଇନ କୋର୍ସ ପାଇଁ ପଞ୍ଜିକରଣ ଆରମ୍ଭ

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସମ୍ପତ୍ତିର ଉତ୍ସ, ବ୍ୟାଙ୍କ ନେଣଦେଣ ଓ ଅନ୍ୟାନ୍ୟ ଆର୍ଥିକ କାରବାର ଉପରେ ତଦନ୍ତକୁ ଆଉ ତୀବ୍ର କରାଯିବା ସହ ମାମଲାର ଆଗାମୀ ପଦକ୍ଷେପ ନିଆଯିବ।