Thief Electric Pole ଚୋରି କରୁଥିବା ନିଶାଖୋର ଯୁବକ କାବୁ, ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

Advertisment

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳରେ ଚୋରି କରୁଥିବା ସମୟରେ ଜଣେ ନିଶାଖୋର ଯୁବକଙ୍କୁ ଗ୍ରାମବାସୀ ଧରି ପକାଇ ଗାଁ ମଝିରେ ଥିବା ଏକ electric poleରେ ବାନ୍ଧି ଦେଇଥିବା ଜଣାପଡ଼ିଛି।

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳରେ ଚୋରି କରୁଥିବା ସମୟରେ ଜଣେ ନିଶାଖୋର ଯୁବକଙ୍କୁ ଗ୍ରାମବାସୀ ଧରି ପକାଇ ଗାଁ ମଝିରେ ଥିବା ଏକ electric poleରେ ବାନ୍ଧି ଦେଇଥିବା ଜଣାପଡ଼ିଛି।

Untitled-10 copy

villagers tied thief with electric pole Photograph: (Sambad.in)

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳରେ ଏକ ଚୋରି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଚୋରି କରୁଥିବା ସମୟରେ ଜଣେ ନିଶାଖୋର ଯୁବକଙ୍କୁ ଗ୍ରାମବାସୀ ଧରି ପକାଇ ଗାଁ ମଝିରେ ଥିବା ଏକ ଇଲେକଟ୍ରିକ ପୋଲରେ ବାନ୍ଧି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଜଣକ ପୂର୍ବରୁ ବିଭିନ୍ନ ସମୟରେ ଚୋରି କରି କୌଶଳକ୍ରମେ ଫେରାର ହୋଇଯାଉଥିଲା। ଆଜି ଭୋର ସମୟରେ ସେ ଗାଁର ଜଣେ ଲୋକଙ୍କ ଘରେ ଚୋରି କରି ନିଶାସକ୍ତ ଅବସ୍ଥାରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ତାଙ୍କୁ କାବୁ କରିଥିଲେ।

ଆହୁରି ପଢ଼ନ୍ତୁ Doctor Death Well ପାଣି କାଢ଼ୁଥିବାବେଳେ କୂଅରେ ପଡ଼ିଗଲେ, ଚାଲିଗଲା ଗ୍ରାମ୍ୟ ଚିକିତ୍ସକଙ୍କର ଜୀବନ

ଗ୍ରାମବାସୀମାନେ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ଗାଁ ମଝିରେ ଥିବା ଏକ ଇଲେକଟ୍ରିକ ପୋଲରେ ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ବାନ୍ଧି ଦେଇଥିଲେ। ଘଟଣା ସମୟରେ ଯୁବକ ଜଣକ ଏତେ ମାତ୍ରାରେ ନିଶାସକ୍ତ ଥିଲା ଯେ ସେ ଠିକ୍‌ଭାବେ କଥା କହିପାରୁ ନଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:Young Man Death Accident ବାଲିଘାଟରେ ହାଇୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଯୁବକଙ୍କୁ ଉଦ୍ଧାର କରି ଅଟକ ରଖିଛି ପୁଲିସ

ଖବର ପାଇ ଭଦ୍ରକ ପୁରୁଣା ବଜାର ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖିଛି। ପୁଲିସ ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରି ଚୋରି ସମ୍ପର୍କରେ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe