କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁରଠାରେ ନିର୍ବାସିତ ଭାରତୀୟ ଜାତୀୟତାବାଦୀଙ୍କ ଦ୍ଵାରା ଏକ ଅସ୍ଥାୟୀ ଭାରତୀୟ ସରକାର ଗଠନ କରିଥିଲେ। ଏହାର ନାମ ରଖିଥିଲେ 'ଆଜାଦ୍ ହିନ୍ଦ୍ ଫୌଜ' ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ଘୁମୁସର ଉଦୟଗିରିରେ ଦିନ ତାପମାତ୍ରା ୩୦.୪, ରାତିରେ ପାରା ୬.୫ ଡିଗ୍ରି

ନେତାଜୀ ଜୟନ୍ତୀ ଅବସରରେ କଟକରେ ଆୟୋଜିତ ‘ପରାକ୍ରମ ଉତ୍ସବ’ରେ ଯୋଗଦେଇ ଗୁରୁବାର ଶ୍ରୀ ମାଝୀ କହିଛନ୍ତି ୧୯୪୩ ମସିହା ଡିସେମ୍ବରରେ ଜାପାନ ସହାୟତାରେ ଆଣ୍ଡାମାନ ଓ ନିକୋବର ଦ୍ବୀପରେ ଆଜାଦ୍ ହିନ୍ଦ ଫୌଜର ପ୍ରଥମ ସରକାର ପ୍ରତିଷ୍ଠା କରିଥିଲେ। ଏହାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହା ଡିସେମ୍ବର ୩୦ ତାରିଖ ଦିନ ସେଠାରେ ଥିବା ୩ ଗୋଟି ଦ୍ଵୀପ ଯେପରିକି ରସ୍ ଦ୍ବୀପକୁ ନେତାଜୀ ସୁବାସ ବୋଷ ଦ୍ଵୀପ, ନିଲ୍ ଦ୍ବୀପକୁ ସହିଦ ଦ୍ଵୀପ ଏବଂ ହାଭେଲକ ଦ୍ଵୀପକୁ ସ୍ଵରାଜ ଦ୍ଵୀପ ଭାବେ ନାମକରଣ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା ହାଇୱା

ନେତାଜୀଙ୍କ ଜୀବନାଦର୍ଶ, ପରାକାଷ୍ଠା ଏବଂ ସମାଜର ମଙ୍ଗଳ ପାଇଁ ତାଙ୍କର ଦୃଷ୍ଟିକୋଣ ଇତ୍ୟାଦିକୁ ବିଚାରକୁ ନେଇ ବିଶେଷକରି ଆମ ଯୁବଶକ୍ତିକୁ ଏକ ସମୃଦ୍ଧ ଦେଶ ନିର୍ମାଣ ପାଇଁ ଆଗକୁ ବଢିବାକୁ ପଡ଼ିବ। ଯାହାକି 'ବିକଶିତ ଭାରତ' ନିର୍ମାଣ ସହ ବିଶ୍ଵ ଦରବାରରେ ଭାରତର ଶକ୍ତି, ସାମର୍ଥ୍ୟ ଏବଂ ପରାକାଷ୍ଠାକୁ ସୁଦୃଢ କରିବାରେ ସହାୟକ ହେବ। ଯାହାକି ହେବ ନେତାଜୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

publive-image

ଭାରତୀୟ ସ୍ଵାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କଳ ମାଟିର ବରପୁତ୍ରଙ୍କ ଶୌର୍ଯ୍ୟ, ତ୍ୟାଗ ଏବଂ ସାମର୍ଥ୍ୟକୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ସହର କଟକରେ ତାଙ୍କର ଜୟନ୍ତୀ ପାଳନ କରିବା ଆମ ପାଇଁ ଏକ ସୌଭାଗ୍ୟର ଅବସର। ଏଥିପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ଫୁଟିଥିଲେ ଅଘଟଣ ଘଟିଥାନ୍ତା! ନକ୍ସଲଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ ଯବାନ

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିବସଟି ପ୍ରତ୍ଯେକ ଭାରତୀୟ ବିଶେଷ କରି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ। ଏହି ଦିନରେ ହିଁ ବିପ୍ଳବୀ ଜନନାୟକ, ମହାନ ଦେଶଭକ୍ତ, ନିର୍ଭୀକ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମ ସହର ଭାବେ କଟକ ସାରା ବିଶ୍ଵରେ ଗର୍ବିତ। ଏଭଳି ଜଣେ ଜନନାୟକଙ୍କ ଜନ୍ମଦିବସକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ପାଇଁ ଜାନୁଆରି ୧୯, ୨୦୨୧ ମସିହାରେ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ।

ଏହି ଖବର ପଢ଼ନ୍ତୁ: ନକ୍ସଲ ପ୍ରବଣ ଅଞ୍ଚଳର ଯୁବକଯୁବତୀଙ୍କୁ ଭ୍ରମଣ କରାଇଲା ସିଆରପିଏଫ୍‌