Young Man Shot Dead ରାସ୍ତା ଉପରେ ଗୁଳି ମାରି ଯୁବକଙ୍କ ଜୀବନ ନେଲେ ୨ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକ-ସାମନ୍ତରାୟପୁର ରାସ୍ତାରେ ଘଟିଛି ଗୁଳିକାଣ୍ଡ। miscreantsଙ୍କ ଗୁଳିମାଡ଼ରେ ଦେଉଳି ପଞ୍ଚାୟତ ଜାମୁସାହିର ବାସୁଦେବ ପରିଡ଼ା(୪୨) ଓରଫ୍ ଟୁଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକ-ସାମନ୍ତରାୟପୁର ରାସ୍ତାରେ ଘଟିଛି ଗୁଳିକାଣ୍ଡ। miscreantsଙ୍କ ଗୁଳିମାଡ଼ରେ ଦେଉଳି ପଞ୍ଚାୟତ ଜାମୁସାହିର ବାସୁଦେବ ପରିଡ଼ା(୪୨) ଓରଫ୍ ଟୁଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Unti

Young Man Shot Dead Photograph: (sambad.in)

ବେଗୁନିଆ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକ-ସାମନ୍ତରାୟପୁର ରାସ୍ତାରେ ଘଟିଛି ଗୁଳିକାଣ୍ଡ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦେଉଳି ପଞ୍ଚାୟତ ଜାମୁସାହିର ବାସୁଦେବ ପରିଡ଼ା(୪୨) ଓରଫ୍ ଟୁଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଗୁଳିମାଡ଼ର କାରଣ ପୂର୍ବ ଶତ୍ରୁତା ଓ ଖଣି ବ୍ୟବସାୟ ବୋଲି କୁହାଯାଉଛି। ତାଙ୍କ ଦେହରେ ପ୍ରାୟ ଦୁଇଟି ଗୁଳି ବାଜିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ୍ ମାରିଥିଲେ।
 

ଘଟଣାସ୍ଥଳରେ ଗୁଳି

 
ସୂଚନା ମୁତାବକ, ଏ ଘଟଣା ଘଟିଛି ଗତକାଲି ରାତି ପ୍ରାୟ ୮ଟା ସମୟରେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମୃତ ବାସୁଦେବ ସନ୍ଧ୍ୟା ସମୟରେ ଝାଡ଼ା ଯାଇଥିଲେ। ରାସ୍ତା ପ୍ରାୟ ଶୂନଶାନ ଥିଲା। ଏହାର ସୁଯୋଗ ନେଇଥିଲେ ଦୁର୍ବୃତ୍ତ। ଏହି ଷଡ଼ଯନ୍ତ୍ରରେ ଦୁଇରୁ ଅଧିକ ଲୋକଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତନ୍ମଧ୍ୟରୁ କିଛି ଯୁବକ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲେ। ବାସୁଦେବଙ୍କର ଗତିବିଧି ଉପରେ ନଜର ରଖିଥିଲେ। ବାସୁଦେବ ପଡ଼ିଆକୁ ଝାଡ଼ା ଯାଇ ଫେରୁଥବା ବେଳେ ଯୁବକମାନେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଠିକ୍ ଏହି ସମୟ ବେଳକୁ ଏକ କଳା ରଙ୍ଗର ବୁଲେଟ୍(ଓଡି ୩୩ଏଓ-୯୯୮୬) ଯୋଗେ ବନ୍ଧୁକ ନେଇ ଦୁଇ ଜଣ ହଠାତ୍ ଆସି ବାସୁଦେବଙ୍କ ନିକଟରେ ପହଞ୍ଚିଥିଲେ। ରାସ୍ତା ଉପରେ ଗାଡ଼ି ରଖି ବାସୁଦେବ କିଛି ଜାଣିବା ପୂର୍ବରୁ ଅତି ପାଖରୁ କଥାବାର୍ତ୍ତା ହୋଇ ରାଉଣ୍ଡ ପରେ ରାଉଣ୍ଡ୍ ଗୁଳି ମାଡ଼ କରି ଚାଲିଥିଲେ। ସେଥିରୁ ଗୋଟିଏ ରାଉଣ୍ଡ ଗୁଳି ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ଛାତିରେ ମାଡ଼ ହୋଇଥିବା ଜଣାପଡ଼ିଛି। ମୁଣ୍ଡରେ ବାଜି ଗୁଳିଟି ବାହାରି ଯାଇଛି। ଘଟଣାସ୍ଥଳରେ ଗୁଳିଟି ପଡ଼ିଥିବା କୁହାଯାଉଛି।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାସୁଦେବ ଘଟଣାସ୍ଥଳରେ ପଡ଼ିଥିବା ବେଳେ ହଠାତ୍ ବନ୍ଧୁକ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ବୁଲେଟ୍ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ସ୍ଥାନୀୟ ଜଙ୍ଗଲକୁ ଦୌଡ଼ି ପଳାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାସୁଦେବଙ୍କୁ ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। 
ସ୍ଥାନୀୟ ଥାନା ପୁଲିସ ଦୁର୍ବୃତ୍ତମାନେ ଛାଡ଼ିଯାଇଥିବା ବୁଲେଟ୍କୁ ଧରି ତଦନ୍ତ ଆରମ୍ଭ କରୁଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଆଜି ସକାଳ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe