Young Man Death ଘରେ କେହି ନ ଥିବା ବେଳେ ପିନ୍ଧା ଲୁଗାରେ ଝୁଲି ପଡ଼ିଲେ ଯୁବକ

ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ son ବିଶ୍ୱଜିତ ଦାସ ଓରଫ ଚିକୁନ( ୩୦ ) ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି |

balipatna

young man dies at balipatana Photograph: (sambad.in)

ବାଲିପାଟଣା: ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁନ( ୩୦ ) ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ବାପା ଓ ମାଆ ତୀର୍ଥରେ ଯାଇଥିଲେ| ଚିକୁନଙ୍କ ପତ୍ନୀ ବାପ ଘରକୁ ଯାଇଥିଲେ | ଘରେ କେହି ନ ଥିବା ବେଳେ ଯୁବକ ନିଜ ଶୋଇବା ଘର ଫ୍ୟାନରେ ମହିଳାଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଝୁଲି ପଡିଥିଲେ|

ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ

ଆଜି ସକାଳୁ ପଡୋଶୀ ଚିକୁନଙ୍କୁ କବାଟ ବାଡେଇ ଉଠେଇବା ବେଳେ ଘର ଭିତରୁ ଶବ୍ଦ ଶୁଣା ଯାଇ ନ ଥିଲା | କବାଟ ଭାଙ୍ଗିବା ପରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି | ଖବର ପାଇ ପରିବାର ଲୋକେ ଗାଁରେ ପହଁଞ୍ଚବା ପରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି | ଚିକୁନ ୨୦୨୩ରେ ବିବାହ କରିଥିଲେ | ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି | ଚିକୁନ ବାପା, ମାଆଙ୍କ ଏକମାତ୍ର ପୁଅ ଥିଲେ |

ଆହୁରି ପଢ଼ନ୍ତୁ: BJD's Disaster: ବିଜେଡିର ବିପର୍ଯ୍ୟୟ ସମୀକ୍ଷା ଭେଳିକି: ସାଧାରଣ ନିର୍ବାଚନରେ ପରାଜୟର କାରଣ ଖୋଜାହେଲାନି

ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି | ଚିକୁନ ଭୁବନେଶ୍ୱର ସ୍ଥିତ କୃଷି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ | ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି | ତେବେ ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଜଣା ପଡିଛି |

ଆହୁରି ପଢ଼ନ୍ତୁ: Murder: ମାଆଙ୍କ ପୀଠରେ ରନ୍ଧା ଭୋଗ ପରେ ହତ୍ୟାକାଣ୍ଡ, ତିନି ଜଣ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe