ସୁନ୍ଦରଗଡ଼: ଆଜି ସକାଳେ ତଳସରା ଥାନା ବାଲିଶଙ୍କରା ବ୍ଲକ୍ କାର୍ଯ୍ଯାଳୟ ନିକଟ ମୁଖ୍ଯ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଆରୋହୀଙ୍କୁ ପଛ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକ୍କା ଦେବା ସହ ଘୋଷାରି ନେଇ ଯାଇଥିଲା। ଟ୍ରକ ଚକ ତଳେ ପେଷି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଯାଇଛି। 

ମୃତକଙ୍କ ପରିଚୟ ମିଳିଛି।ସେ ହେଲେ ବାଲିଶଙ୍କରା ବ୍ଲକ୍ ବାବୁଡିହି ମିଞ୍ଜପଡ଼ାର ରାଜେଶ କିଣ୍ଡୋ (୩୮)। ଟ୍ରକଟି ସୁନ୍ଦରଗଡ଼ ପଟୁ ବାଲିଶଙ୍କରା ହୋଇ ରାଜସ୍ଥାନ ଯାଉଥିଲା।

ଆହୁରି ପଢ଼ନ୍ତୁ: Son Kills Mother ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ

ଅଣ୍ଟା ପାଖରୁ ରାଜେଶଙ୍କ ଶରୀର ଛିଣ୍ଡି  ଅଲଗା ହୋଇଯାଇଛି

ସ୍କୁଟି (ଓଡି ୧୬ ପି ୩୨୨୨)ରେ ରାଜେଶ ଆସୁଥିଲେ। ଏହି ସମୟରେ ପଛରୁ ଦ୍ରୁତଗତିରେ ଟ୍ରକ (ଆରଜେ ୦୨ ଜିସି ୫୨୮୫) ଆସି ଧକ୍କା ଦେଇଥିଲା। ଅଣ୍ଟା ପାଖରୁ ରାଜେଶଙ୍କ ଶରୀର ଛିଣ୍ଡି  ଅଲଗା ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Advertisment