young man dies in accident at dabugaon Photograph: (Sambad.in)
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରାଜ୍ୟରାଜପଥ ଜୟଗୁରୁ ମନ୍ଦିର ସମ୍ମୁଖରେ ପୁଣି ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ଉମରକୋଟର ଗଣେଶ ଭତରା (୨୩) ବୋଲି ଜଣା ପଡିଥିବା ବେଳେ ରାଇଘରର ହରେଶ ହରିଜନ(୨୨) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତେବେ ଗତ ଏକ ମାସ ମଧ୍ୟରେ ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା ଘଟି ଅକାଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ସ୍ଵତନ୍ତ୍ର ଫାଇନାନ୍ସ କମ୍ପାନିରେ କାର୍ଯ୍ୟ କରୁଥିବା ଉମରକୋଟର ଗଣେଶ ଭତରା (୨୩) ଓ ରାଇଘରର ହରେଶ ହରିଜନ ଏକ ବାଇକ୍ ନମ୍ବର (ସିଜି ୨୭ କେ ୩୨୮୫) ଯୋଗେ ତେନ୍ତୁଳିଖୁଣ୍ଟିର ଇନ୍ଦ୍ରାବତୀକୁ କୌଣସି କାର୍ଯ୍ୟରେ ଯାଇଥିଲେ। ସେଠାରୁ କାର୍ଯ୍ୟ ସାରି ପୁଣି ଉମରକୋଟ ଅଭିମୁଖେ ଫେରିବା ସମୟରେ ରାତ୍ର ପ୍ରାୟ ୧୧ ଘଣ୍ଟ ସମୟରେ ଡାବୁଗାଁ ରାଜ୍ୟ ରାଜପଥ ୨୬ ଜୟଗୁରୁ ମନ୍ଦିର ସମ୍ମୁଖରେ ବାଇକ ଦୁର୍ଘଟଣା ଘଟିବାରୁ ଦୁଇ ସାଥୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣ ଗୁରୁତରଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ଗଣେଶ ଭତରାଙ୍କୁ ମୃତ ଘୋଷଣା କରିଥିଲେ। ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ: Fadnavis Arrest Plot: ମୋତେ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା: ଉଦ୍ଧବଙ୍କ ବିରୋଧରେ ତଥ୍ୟ ସମ୍ବଳିତ ଅଭିଯୋଗ ଆଣିଲେ ଫଡନାଭିସ୍
ସାମ୍ବାଦିକ ଅଶୋକ ପଲେଇଙ୍କର ବି ସମାନ ସ୍ଥାନରେ ମୃତ୍ୟୁ ଘଟିଥିଲା
ସୂଚନା ଥାଉ କି ଗତ ଡିସେମ୍ବର ୧୦ ତାରିଖରେ ସମ୍ବାଦ ଜୟପୁର ସଂସ୍କରଣରେ କାର୍ଯ୍ୟରତ ସାମ୍ବାଦିକ ଅଶୋକ ପଲେଇ (୪୯) ଜୟପୁରରୁ ଧୋଡରା ନିଜ ସମ୍ପର୍କୀୟ ଘରକୁ ଦଶାହ କାର୍ଯ୍ୟରେ ଏକ ବାଇକରେ ଯୋଗ ଦେବାକୁ ଯିବା ସମୟରେ ଡାବୁଗାଁର ଏହି ଜୟଗୁରୁ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ସାଢେ଼ ୬ ଘଣ୍ଟ ସମୟରେ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିଲେ।
ଆହୁରି ପଢ଼ନ୍ତୁ: Cricket: ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତ
ପୂର୍ତ୍ତ ବିଭାଗ ତରଫରୁ ବର୍ତ୍ତମାନ ବିରିଶୋଲା ଶିବ ମନ୍ଦିର ନିକଟରୁ ଡାବୁଗାଁ ଜୟନ୍ତୀନଗର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ବାଲି ଗୋଡ଼ି ରାସ୍ତା ପାର୍ଶ୍ବରେ ରହିଥିବା ବେଳେ ଗାତ ଖୋଳି ଦେଇଛନ୍ତି। ଯାହାଦ୍ଵାରା ଏଠାରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ଗତ ଏକ ମାସ ମଧ୍ୟରେ ଦୁଇଟି ଜୀବନ ଚାଲି ଯାଇଛି।
Follow Us