ବାଲିପାଟଣା: ବାଲିପାଟଣା ଥାନା ଜୟଦେବ ପଞ୍ଚାୟତ ମହୁଖଣ୍ଡା ହାତୀ ସାହି ଲୋକନାଥ ହାତୀଙ୍କ ପୁଅ ଚିତ୍ତରଞ୍ଜନ ହାତୀ ଓରଫ ଚିତୁ(୪୨)ଙ୍କ ଗତକାଲି ରାତି କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି| ଚିତୁ ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଭୁବନେଶ୍ୱରରେ ଛେନା, ପନିର ବେପାର ସାରି ଘରକୁ ଫେରୁଥିଲେ | ହଂସପାଳ ଓ ନିମାପଡ଼ା କେନାଲ ବନ୍ଧ ରାସ୍ତାର ବାଲିଅନ୍ତା ଥାନା ସିଙ୍ଗଡ଼ା ଭୋଇ ସାହି ନିକଟରେ ତାଙ୍କ ବାଇକକୁ ପଛପଟୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା |
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ବାଇକ ସହ ଯୁବକଙ୍କୁ ୨୦୦ ମିଟର ଘୋଷାଡ଼ି ନେଇଥିଲା | ଲୋକେ ବହୁ କଷ୍ଟରେ କାର୍ ଚକା ତଳୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ବାଲିଅନ୍ତା ପୁଲିସ ଦୁର୍ଘଟଣା ଘଟାଇଥିବା କାର୍ ଓ ଚାଳକଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି |
ଆହୁରି ପଢ଼ନ୍ତୁ: firing minor critical ଖେଳୁ ଖେଳୁ ଫୁଟିଲା ଗୁଳି: ନାବାଳକ ଗୁରୁତର, କଟକ ସ୍ଥାନାନ୍ତର
ଚିତୁଙ୍କ ଅକାଳ ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ | ରୋଜଗାରିଆ ସ୍ୱାମୀଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି | ମହୁଖଣ୍ଡା ଅଞ୍ଚକ ସ୍ତବ୍ଧ ହୋଇଯାଇଛି | ତେବେ ଆଜି ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ମହୁଖଣ୍ଡା ହାତୀ ସାହି ଠାରେ ରାସ୍ତାରୋକ କରିଛନ୍ତି | ଫଳରେ ହଂସପାଳରୁ ନିମାପଡ଼ା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଛି | ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଅଛି |
ଆହୁରି ପଢ଼ନ୍ତୁ: PM Modi Somnath Temple ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କ୍ଷତିପୂରଣ ଘୋଷଣା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ
ମୃତ ଚିତ୍ତରଞ୍ଜନଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି | ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି|
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/11/untitled-2026-01-11-15-10-40.png)