Young Man Death Explosion: ବାଣ ବସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ। ବାଣ ବସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

khallikote ps

khallikote ps Photograph: (Sambad.in)

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ। ବାଣ ବସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। ବେଆଇନ ଭାବେ ଦୀପାବଳି ପାଇଁ ଭିଡୁଥିଲେ ବାଣ

ଆହୁରି ପଢ଼ନ୍ତୁ:ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଜଣେ ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।

ପୁଲିସର ତଦନ୍ତ ଆରମ୍ଭ

 ମୃତ ଯୁବକ ଜଣକ ହେଲେ ତେନ୍ତୁଳିଆପଲ୍ଲୀ ପଞ୍ଚ‌ାୟତ ଅନ୍ତର୍ଗତ କୈଠଡ଼ା ଗ୍ରାମର ପିଣ୍ଟୁ ପଲେଇ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ:ସେବା ହିଁ ଆମ ସରକାରର ମୂଳମନ୍ତ୍ର: ମୁଖ୍ୟମନ୍ତ୍ରୀ

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe