young man seriously injured by attack of elephant Photograph: (sambad.in)
କଲ୍ୟାଣସିଂହପୁର(ରାୟଗଡ଼ା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତ ଜଣଙ୍କ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାର୍ଶIଲି ପଞ୍ଚାୟତ ବୁଡ଼ୁନି ଗ୍ରାମର ଵାଲା ଶିକକା (୩୫)I
ଗତକାଲି ରାତିରେ ଵାଲା ନିୟମଗିରି ପାହାଡ଼ରେ ଥିବା ନିଜର ଝୁଡୁଙ୍ଗ ଫସଲ ସୁରକ୍ଷା ଦେବାକୁ ଯାଇ ଆଜି ଭୋରରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ I ଦନ୍ତା ହାତୀ ଆକ୍ରମଣ ପରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଆଣିଥିଲେ I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା I
ଆହୁରି ପଢ଼ନ୍ତୁ: Blood Donation Camp: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ୨୬ ୟୁନିଟ୍ ସଂଗ୍ରହ
କିଛି ଦିନ ହେଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ରେ ୨ଟି ହାତୀ ଧାନ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଧନଜୀବନ ହାନୀ ଘଟାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି I
ଆହୁରି ପଢ଼ନ୍ତୁ: Dhankhad: ଧନଖଡ଼ଙ୍କ ବିଦାୟ ସମ୍ବର୍ଦ୍ଧନା ପ୍ରସଙ୍ଗ, ରାଜ୍ୟସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ
ଜଣେ ବାଳକକୁ ଦଳି ଦେଇଥିଲା ହାତୀ
କିଛି ଦିନ ତଳେ କଲ୍ୟାଣସିଂହପୁର ସୀମାବର୍ତ୍ତୀ ଅଞ୍ଚଳରେ ଜଣେ ବାଳକକୁ ହାତୀ ଦଳି ଦେଇଥିଲା I ଏହି ୨ଟି ହାତୀକୁ ବନ ବିଭାଗ ଲାଞ୍ଜିଗଡ଼ ଅଞ୍ଚଳକୁ ଘଉଡ଼ାଇ ଦେଇଥିଲା କିନ୍ତୁ ୨ଟି ହାତୀ ପୁନର୍ବାର କଲ୍ୟାଣସିଂହପୁର ଫେରି ଏହି କାଣ୍ଡ ଘଟାଇଛନ୍ତି I ବନ ବିଭାଗ ପକ୍ଷରୁ ହାତୀ ଗତିବିଧି ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ରେଞ୍ଜର ଚନ୍ଦନ ଗମାଙ୍ଗ ଅନୁରୋଧ କରିବା ସହ ହାତୀକୁ ଉତ୍ତେଜିତ ନ କରିବାକୁ କହିଛନ୍ତି I
Follow Us