Young Woman Attempts Death ବିବାହ ପାଇଁ ରାଜି ହେଲେନି ପ୍ରେମିକ, ବିଷ ପିଇ ଫତେଗଡ଼ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକା

Advertisment

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକ marriage ପାଇଁ ରାଜି ନ ହେବାରୁ ପ୍ରେମିକା ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକ marriage ପାଇଁ ରାଜି ନ ହେବାରୁ ପ୍ରେମିକା ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Fategarh PS

YOUNG WOMAN attempts to die Photograph: (sambad.in)

ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଫତେଗଡ଼ ଥାନା ଆଗରେ  ଯୁବତୀ ଜଣକ ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୁଲିସ ଯୁବତୀଙ୍କୁ ଅଟକାଇ ଥିଲେ।

ସୂଚନା ଅନୁସାରେ, ଯୁବତୀଙ୍କ ଘର କାକଟପୁର ଥାନା କେନ୍ଦ୍ରାପଟି ଗ୍ରାମରେ ହୋଉଥିବା ବେଳେ ଯୁବକ ଜଣଙ୍କ ଘର ଫତେଗଡ଼ ଥାନା ବାରବାଟୀ ଗ୍ରାମରେ।
ଚୁକ୍ତି ଅନୁଯାୟୀ ଦୁହେଁ ପ୍ରେମିକ ଏବଂ ପ୍ରେମିକାଙ୍କର ଆଜି କୋର୍ଟରେ ମ୍ୟାରେଜ୍ କରିବା ପାଇଁ ଆବେଦନ କରିବା ସହ ମନ୍ଦିର ବିବାହ ହୋଇଥାନ୍ତା। ଏଥିପାଇଁ ପ୍ରେମିକା ଶଙ୍ଖା ସିନ୍ଦୂର ଫୁଲ ମାଳା ସହ ନୂଆ  ଶାଢ଼ୀ ନୂଆ କିଣିକି ଆଣିଥିବା କହିଛନ୍ତି । କିନ୍ତୁ ବିବାହ କରିବା ପାଇଁ ପ୍ରେମିକ ଶିବ ନାରାୟଣ ପଣ୍ଡା ରାଜି ନହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  

ଆହୁରି ପଢ଼ନ୍ତୁ: Indian Railways: ୫୪୯ ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

୯ ବର୍ଷର ପ୍ରେମ ସମ୍ପର୍କ

ଶିବ ନାରାୟଣ ଭୁବନେଶ୍ବର କ୍ୟାଟେରିଂ କାମ କରୁଥିବା ବେଳେ ଯୁବତୀଜଣକ ସେଠାରେ ରହି ପାଠ ପଢ଼ୁଥିଲେ। ଦୁହିଁଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ ପାଇଁ ଉଭୟଙ୍କ ପରିବାର ଲୋକେ ରାଜି ଥିବା ବେଳେ ହଠାତ୍ ପ୍ରେମିକ ଶିବ ନାରାୟଣ ପଣ୍ଡା  ବିବାହ ପାଇଁ ରାଜି ନହେବାରୁ ପ୍ରେମିକା ନିରାଶ ହୋଇ ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଆହୁରି ପଢ଼ନ୍ତୁ: Narendra Modi: ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ

 ପ୍ରେମିକାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ପ୍ରେମିକ ଶିବ ନାରାୟଣ ପଣ୍ଡାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏନେଇ ଥାନା ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସ ପ୍ରତିକ୍ରିୟା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe