କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତାଟିଗୁଡ଼ା ଗାଁରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ଜମିଜମା ବିବାଦରୁ ଏହି ହତ୍ୟା କାଣ୍ଡ ଘଟିଥିବାର ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛିl ମୃତକ ଜଣଙ୍କ ହେଲେ ତାଟିଗୁଡ଼ା ଗାଁର ଭୀମା ସୋଡ଼ୀ (୪୭)। ଅଭିଯୁକ୍ତ ବଡଭାଇ ମାଡା ସୋଡ଼ୀ କାଲିମେଳା ଥାନାରେ ଅଟକ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍କିଆକୁ ଜବତ କରିଛିl

Advertisment

ଏହି ଖବର ପଢ଼ନ୍ତୁ: ପରଲୋକରେ ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା

ଜମିଜମା ବିବାଦକୁ କେନ୍ଦ୍ର କରି ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲାl ବାଦାମ ଚାଷକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କିଛିଦିନ ହେଲା ମତାନ୍ତର ଲାଗି ରହୁଥିଲା। ଭୀମା ନିଜ ଜମିରେ ଥିବା କୁଡ଼ଆ ଭିତରେ ଶୋଇଥିବା ସମୟରେ ମାଡା ସେଠାରେ ପହଞ୍ଚି ଟାଙ୍ଗିଆ ସାହାଯ୍ୟରେ ଭୀମାକୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି।

ଏହି ଖବର ପଢ଼ନ୍ତୁ: ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଉଥିଲେ ସାବଧାନ ! 

ସୂଚନା ଅନୁସାରେ ଯେ ତାଟିଗୁଡ଼ା ଗ୍ରାମର ଇର୍ମା ସୋଡ଼ୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇପୁଅ ତଥା ବଡଭାଇ ମାଡ଼ ଏବଂ ସାନଭାଇ ଭୀମାଙ୍କ ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲାl ବାଦାମ ଚାଷକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କିଛିଦିନ ହେଲା ମତାନ୍ତର ଲାଗି ରହୁଥିଲା। 

ଏହି ଖବର ପଢ଼ନ୍ତୁ: ବଦଳଗାଡିରେ ୭୦୦ କିମି ଟାଣିଟାଣି ମାଆଙ୍କୁ ପ୍ରୟାଗରାଜ ନେଲେ ପୁଅ

ଗତ ସୋମବାର ରାତିରେ ଭୀମା ନିଜ ଜମିରେ ଥିବା କୁଡିଆ (ଲାଡି) ଭିତରେ ଶୋଇଥିବା ସମୟରେ ମାଡା ସେଠାରେ ପହଞ୍ଚି ଟାଙ୍ଗିଆ ସାହାଯ୍ୟରେ ଭୀମାକୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ମାଡ଼ା ନିଜ ଘରେ ଯାଇ ରହିଥିଲେl ଗୋଟିଏ ଦିନ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଘର ଲୋକ ଜାଣି ଗ୍ରାମବାସୀଙ୍କୁ ଖବର ଦେଇଥିଲେl ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ ଜାରି ରଖିଛନ୍ତିl ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୁଲି ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l

ଏହି ଖବର ପଢ଼ନ୍ତୁ: ଶାଶୁଙ୍କୁ କାନ୍ଧରେ ବୋହି ସଙ୍ଗମ ସ୍ନାନ କରାଇଲେ ବୋହୂ