ସାଧାରଣତଃ ଶରୀରରେ କୌଣସି ସମସ୍ୟା ଥିଲେ ତାହା ଆପଣାଛାଏଁ ସଙ୍କେତ ଦେଇ ଦେଇଥାଏ । କିନ୍ତୁ ଆପଣମାନେ ଜାଣନ୍ତି କି ଏମିତି ଅନେକ ଗମ୍ଭୀର ରୋଗ ଅଛି ଯାହାକୁ ସାଇଲେଣ୍ଟ କିଲର କୁହାଯାଏ। ଏହି ରୋଗଗୁଡ଼ିକ କୌଣସି ସଙ୍କେତ ବିନା ଧୀରେଧୀରେ ଶରୀରରେ ପ୍ରଭାବ ବିସ୍ତାର କରିଚାଲିଥାଏ। ଯାହାଫଳରେ ଆଗାମୀ ଦିନରେ ଯକୃତ, ବୃକକ୍ ଏବଂ ପାନକ୍ରିୟାସ୍ ଭଳି ଅଙ୍ଗଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ।ତେଣୁ, ଏହି ରୋଗଗୁଡ଼ିକ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ। ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଏକ ସୁସ୍ଥ ଜୀବନଶୈଳୀ ଏବଂ ସମୟାନୁସାରେ ସ୍କ୍ରିନିଂ ଏହି ଲୁକ୍କାୟିତ ବିପଦରୁ ରକ୍ଷା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ।
ଫ୍ୟାଟି ଲିଭର
ଯକୃତରେ ଅତ୍ୟଧିକ ଚର୍ବି ଜମା ହୋଇ ରହିଛି କି। ଡାକ୍ତର ଆପଣଙ୍କୁ ଫ୍ୟାଟି ଲିଭରର ସଙ୍କେତ ଦେଇଛନ୍ତି କି? ଶରୀରରେ ଯଦି ଏହି ସମସ୍ୟା ରହିଛି ତେବେ ଆଗାମୀ ଦିନରେ ଆପଣଙ୍କ ଜୀବନ ବିପଦରେ ପଡ଼ିପାରେ। ପ୍ରାରମ୍ଭିକ ସମୟରେ ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଦେଖାଦିଏ ନାହିଁ। ଏହି କାରଣରୁ ଅନେକ ଲୋକ ଏହାକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ। ଯଦି ଏହାର ଶୀଘ୍ର ସମାଧାନ ନ କରାଯାଏ, ତେବେ ଏହା ଯକୃତକୁ ଧୀରେଧୀରେ ନଷ୍ଟ କରି ଦେଇଥାଏ।
ଅଧିକପଢ଼ନ୍ତୁ:କିଏ ସେହି ଗୃହଶତ୍ରୁ ବିଭୀଷଣ ? କିଏ ସେହି ୩ୟ ବ୍ୟକ୍ତି ? କାହା ଆଡ଼େ ଇଙ୍ଗିତ କଲେ ହ୍ୟୁମାନଙ୍କ ପତ୍ନୀ…
ହୃଦରୋଗ
ହୃଦରୋଗ ମଣିଷ ମୃତ୍ୟୁର ପ୍ରମୁଖ କାରଣ ପାଲଟିଗଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ ହୃଦରୋଗ ଥିଲେ ଏହା କୌଣସି ପ୍ରକାର ଲକ୍ଷଣ ଦେଖା ଦେଇ ନଥାଏ।। ଉଦାହରଣ ସ୍ୱରୂପ ଧମନୀଗୁଡ଼ିକ ଧୀରେ ଧୀରେ ସଂକୁଚିତ ହୁଏ, କୌଣସି ଯନ୍ତ୍ରଣା କିମ୍ବା ଅସ୍ୱସ୍ତିକର ଅନୁଭବ ହୁଏ ନାହିଁ କିନ୍ତୁ ହଠାତ୍ ହୃଦଘାତ ହେବାର ଆଶଙ୍କା ରହିଥାଏ। ସାଇଲେଣ୍ଟ ହାର୍ଟଆଟାକ ଅତ୍ୟନ୍ତ ବିପଜ୍ଜନକ । ଏହି ହାର୍ଟଆଟାକ ହେଲେ ଛାତିରେ ଯନ୍ତ୍ରଣା ହୋଇ ନଥାଏ କିନ୍ତୁ ଥକ୍କାପଣ, ହାଲୁକା ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସାମାନ୍ୟ ସମସ୍ୟା ଦେଖା ଦେଇଥାଏ ଯାହାକୁ ଲୋକମାନେ ପ୍ରାୟତଃ ଅଣଦେଖା କରି ଦେଇଥାଆନ୍ତି।
ଉଚ୍ଚ ରକ୍ତଚାପ
ଉଚ୍ଚ ରକ୍ତଚାପ ବି ସାଇଲେଣ୍ଟ କିଲର ରୋଗ ତାଲିକାରେ ସାମିଲ ଅଛି । ଏହା ପ୍ରାୟତଃ କୌଣସି ସତର୍କ ସୂଚନା ବିନା ମାଡ଼ିମାଡ଼ି ଚାଲିଥାଏ। ଏହା ଧୀରେଧୀରେ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇବା ସହିତ ହୃଦଘାତ, ଷ୍ଟ୍ରୋକ ଏବଂ ବୃକକ୍ ବିଫଳତାର କାରଣ ହୋଇପାରେ।
HIV ସଂକ୍ରମଣ
HIV ସଂକ୍ରମଣ ପ୍ରାରମ୍ଭରେ କୌଣସି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଦେଖାଇ ନଥାଏ । ପ୍ରାୟତଃ, ହାଲୁକା ଜ୍ୱର କିମ୍ବା ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ। ଯାହାକୁ ଲୋକମାନେ ପ୍ରାୟତଃ ଅଣଦେଖା କରିଥାଆନ୍ତି ଏବଂ ଭାବିଥାନ୍ତି ଯେ ଏହା ଏକ ସାଧାରଣ ଭାଇରସ୍ ସଂକ୍ରମଣ। ତଥାପି ଏହି ଭାଇରସ୍ ଧୀରେଧୀରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଦେଇଥାଏ।
ଟାଇପ୍ ୨ ମଧୁମେହ
ଟାଇପ୍ ୨ ମଧୁମେହ: ଏହି ରୋଗରେ ଶରୀରର ଇନସୁଲିନ୍ ଠିକ୍ ଭାବରେ ପ୍ରତିକ୍ରିୟା କରେ ନାହିଁ କିମ୍ବା ପର୍ଯ୍ୟାପ୍ତ ଇନସୁଲିନ୍ ଉତ୍ପାଦନ କରେ ନାହିଁ। ପ୍ରାରମ୍ଭରେ ଏହା କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଇ ନଥାଏ କିନ୍ତୁ ଧୀରେ ଧୀରେ ଏହା ହୃଦୟ, ବୃକକ୍, ଆଖି ଏବଂ ସ୍ନାୟୁକୁ କ୍ଷତି ପହଞ୍ଚାଇବା ଆରମ୍ଭ କରି ଦେଇଥାଏ।ସୁସ୍ଥ ଯକୃତ ପାଇଁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ନିୟମିତ ବ୍ୟାୟାମ କରନ୍ତୁ। ଓଜନକୁ ନିୟନ୍ତ୍ରଣ ରଖିବା ସହିତ ନିୟମିତ ଯକୃତ ପରୀକ୍ଷା କରନ୍ତୁ।
ଅଧିକପଢ଼ନ୍ତୁ:ଆପଣ ବି ମନି ମ୍ୟୁଲ୍ର ଶିକାର କି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/untitled-30-2025-12-08-18-59-01.jpg)