‘ଆପଣଙ୍କ ଆକାଉଣ୍ଟ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ଲକ୍ ହୋଇଯାଇଛି, ଆପଣ ଆଉ କାରବାର କରିପାରିବେ ନାହିଁ। ଦୟାକରି ଆପଣଙ୍କ ବ୍ୟାଙ୍କ ଖାତା ନମ୍ବର, ଆଧାର ଓ ପ୍ୟାନ୍ ନମ୍ବର ଏହି ଲିଙ୍କ୍ରେ ଦେଇ ଆକାଉଣ୍ଟ ଚାଲୁ କରନ୍ତୁ। ଆମେ ଏହି ଅସୁବିଧା ପାଇଁ ଦୁଃଖିତ।’
ଏପରି ଅନେକ ପ୍ରକାରର ମେସେଜ୍ ପ୍ରାୟ ଲୋକଙ୍କ ପାଖକୁ ଆସୁଥିବାର ନଜିର ଥିବ। ଅନ୍ଲାଇନ୍ ଠକେଇ ବିଷୟରେ ଆପଣ ସବୁଦିନେ ଖବରକାଗଜ କିମ୍ବା ଅନ୍ୟ ନ୍ୟୁଜ୍ ପୋର୍ଟାଲ୍ରେ ଦେଖୁଥିବେ। ଆଖପାଖର କିଛି ଲୋକଙ୍କୁ ଜାଣିଥିବେ ମଧ୍ୟ। ବର୍ତ୍ତମାନ ସମୟରେ ଇଣ୍ଟର୍ନେଟ୍କୁ ଢାଲ କରି ପ୍ରାୟ ସବୁ ବୟସର ଲୋକଙ୍କୁ ଠକୁଛନ୍ତି ଲୁଟେରା ଏବଂ ଏହାକୁ ‘ମନି ମ୍ୟୁଲ୍’ କୁହାଯାଉଛି। ଡିଜିଟାଲ୍ ଆରେଷ୍ଟ ଜରିଆରେ ପ୍ରଥମେ ଗୋଟିଏ ଅଜଣା ନମ୍ବରରୁ କଲ୍ ଆସିବ, ନିଜକୁ ଜଣେ ପୁଲିସ କିମ୍ବା ସେହିପରି କିଛି ବରିଷ୍ଠ ଅଧିକାରୀର ପରିଚୟ ଦେଇ ଆପଣ କୌଣସି ଅପରାଧରେ ସଂପୃକ୍ତ ଅଛନ୍ତି ବୋଲି ଭୟ ଦେଖାଇବ। ପରେ ଲକ୍ଷାଧିକ ଟଙ୍କା ଦାବି କରି ଆପଣଙ୍କ ଆକାଉଣ୍ଟ ଖାଲି କରିବେ ଏବଂ ଅନ୍ୟ କୌଣସି ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଯିବ। ତେବେ ଧୂର୍ତ୍ତ ନିଜର ବ୍ୟାଙ୍କ୍ ଅାକାଉଣ୍ଟକୁ କେବେବି ବ୍ୟବହାର କରିନଥାଏ। ସେମାନେ ବ୍ୟବହାର କରୁଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ମ୍ୟୁଲ୍ ଆକାଉଣ୍ଟ କୁହାଯାଏ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ବିଭିନ୍ନ ସରକାରୀ ତଥା ବେସରକାରୀ ବ୍ୟାଙ୍କ୍ଗୁଡ଼ିକୁ ମ୍ୟୁଲ୍ ଆକାଉଣ୍ଟର ବିପଦକୁ ନେଇ ଆଗୁଆ ସତର୍କ କରାଇଦେଇଛନ୍ତି।
ଆହୁରି ପଢ଼ନ୍ତୁ- Markets: ଷ୍ଟକ ବଜାରର ବଡ଼ ଧରଣର ହ୍ରାସ, ୬୦୦ ପଏଣ୍ଟ କମିଲା ସେନସେକ୍ସ
ମ୍ୟୁଲ୍ ଆକାଉଣ୍ଟ କ’ଣ?
ଆଜିକାଲି ନଗଦ ଟଙ୍କା ଧରି ଖର୍ଚ୍ଚ କରିବା ଯେତିକି କଷ୍ଟ, ତାକୁ ସୁରକ୍ଷିତ ରଖିବା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଏଣୁ ବହୁ ପରିମାଣରେ ନଗଦ ରାଶି ଜମା ରଖିବାକୁ କଠୋର ନିୟମ ରହିଛି। ଏଣୁ ଯଦି ଠକମାନେ ନିଜର ଆକାଉଣ୍ଟକୁ ବ୍ୟବହାର କରନ୍ତି ତେବେ KYC ନିୟମ ଆଧାରରେ ସେମାନେ ସହଜରେ ଧରା ପଡ଼ିଯିବାର ଭୟ ରହିଛି। ଏହାକୁ ଏଡ଼ାଇବା ଲାଗି ଅପରାଧୀମାନେ ଏକ ତୃତୀୟ ବ୍ୟକ୍ତିର ଆକାଉଣ୍ଟକୁ ବ୍ୟବହାର କରନ୍ତି। ଉକ୍ତ ତୃତୀୟ ବ୍ୟକ୍ତି ହୁଏତ ନିଜେ ଜାଣିନଥିବେ ଯେ ତାଙ୍କ ଆକାଉଣ୍ଟ ଅପରାଧୀଙ୍କ ପାଇଁ କାମରେ ଆସୁଛି। ଆଉ ଏପରି ତୃତୀୟ ବ୍ୟକ୍ତି ଭାବରେ ଠକମାନେ ଏପରି ଲୋକଙ୍କୁ ବାଛିଥାନ୍ତି, ଯେଉଁମାନେ ବ୍ୟାଙ୍କ୍ କିମ୍ବା କାରବାର ବିଷୟରେ ଅଧିକ ଜ୍ଞାନ ନଥିବ। ଏହି ବର୍ଗରେ ମୁଖ୍ୟତଃ ବୟସ୍କ ବ୍ୟକ୍ତି, ଅପାଠୁଆ କିମ୍ବା ଗରିବ ଲୋକମାନଙ୍କୁ ହିଁ ସେମାନଙ୍କ ଟାର୍ଗେଟ୍ ବନାନ୍ତି। ସେମାନଙ୍କୁ ନୂଆ ଆକାଉଣ୍ଟ୍ ଖୋଲିବାକୁ କିମ୍ବା ତାଙ୍କ ଆକାଉଣ୍ଟରେ କାରବାର କରିବା ପାଇଁ ତଥ୍ୟ ଦେବାକୁ କହିଥାନ୍ତି। ବ୍ୟକ୍ତିଜଣକ ତାଙ୍କ କଥାରେ ଫସି ତଥ୍ୟ ଦେଲାପରେ ଠକ ନିଜର ନକଲି ପରିଚୟ ମାଧ୍ୟମରେ ଆକାଉଣ୍ଟ ଖୋଲିଦେଇଥାଏ।
ମ୍ୟୁଲ୍ ଆକାଉଣ୍ଟର ବ୍ୟବହାର:
ସାଧାରଣତଃ ମନି ଲଣ୍ଡରିଂ କିମ୍ବା ଫିସିଂ ସ୍କାମ୍ରେ ହିଁ ମ୍ୟୁଲ୍ ଆକାଉଣ୍ଟ ବ୍ୟବହାର ହୋଇଥାଏ। ଲୋକଙ୍କ ଜରୁରୀ ତଥ୍ୟାବଳୀକୁ ଆଧାର କରି ଅପରାଧୀମାନେ ଉକ୍ତ ଆକାଉଣ୍ଟକୁ ସାଧାରଣ କାରବାର ମାଧ୍ୟମରେ ଆକାଉଣ୍ଟ ଆକ୍ଟିଭ୍ ରଖିଥା’ନ୍ତି। ଯାହାକୁ ବ୍ୟାଙ୍କ ମଧ୍ୟ ଠଉରେଇ ପାରେନାହିଁ।
କେମିତି ବର୍ତ୍ତିବେ?
ଏପରି ଠକେଇରୁ ବର୍ତ୍ତିବା ପାଇଁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଆପଣଙ୍କ ବ୍ୟାଙ୍କ୍ଖାତାକୁ ଅନ୍ୟ କୌଣସି ଅଜ୍ଞାତ ବ୍ୟକ୍ତି ଯେମିତି କେହି ଦଖଲ କରୁନାହାନ୍ତି ସେ ବିଷୟରେ ନିୟମିତ ବ୍ୟବଧାନରେ ପରଖିବା ଏବଂ ବ୍ୟାଙ୍କ ସହ ଯୋଗାଯୋଗ ରଖିବା ମଧ୍ୟ ଜରୁରୀ। ଯେକୌଣସି ଅଜଣା ଲୋକ ବ୍ୟାଙ୍କ କାରବାର କିମ୍ବା ବ୍ୟକ୍ତିଗତ ତଥ୍ୟ ଦେବାକୁ କହିଲେ ଅଥବା ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରିବାକୁ କହିଲେ ଆପଣ ମନାକରନ୍ତୁ ଏବଂ ସାବଧାନ ହୋଇଯାନ୍ତୁ। କାହାକୁ ନିଜର ଆଧାର ଓ ପ୍ୟାନ୍ ନମ୍ବର୍ ସେୟାର୍ କରନ୍ତୁ ନାହିଁ। ଯଦି ଏପରି ହେଉଛି ତେବେ ଆପଣ ବ୍ୟାଙ୍କ୍ ସହ ଯୋଗାଯୋଗ କରି ଆପଣଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ସହିତ ଡେବିଟ୍ ଓ କ୍ରେଡିଟ୍ କାର୍ଡକୁ ବ୍ଲକ୍ କରାନ୍ତୁ। ପୁଲିସ୍ ଓ ସାଇବର୍ ଥାନାରେ ଅଭିଯୋଗ କରନ୍ତୁ।
ଆହୁରି ପଢ଼ନ୍ତୁ- Naxal Violence: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ
ମ୍ୟୁଲ୍ ଆକାଉଣ୍ଟ୍ ପାଇଁ ସଫ୍ଟୱେୟାର୍:
ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଏକ ସହଯୋଗୀ କମ୍ପାନି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଇନୋଭେସନ୍ ହବ୍ (RBIH) ଏକ କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂ (ai/ml) ମଡେଲ୍ ବିକଶିତ କରିଛି, ଯାହାକି ବ୍ୟାଙ୍କ୍ ଓ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନକୁ ମ୍ୟୁଲ୍ ଆକାଉଣ୍ଟ୍କୁ ଚିହ୍ନଟ ପାଇଁ ସାହାଯ୍ୟ କରିଥାଏ। ଏହାବାଦ୍ ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (GenAI), କ୍ବାଣ୍ଟମ୍ ସେନ୍ସର୍ କମ୍ପ୍ୟୁଟିଂ ମଧ୍ୟ ମ୍ୟୁଲ୍ ଆକାଉଣ୍ଟ୍କୁ ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/08/untitled-29-2025-12-08-18-18-12.jpg)