ଶୀତଦିନ ଆରମ୍ଭ ହେବା ସହ ଶୀତଦିନିଆ ଫଳର ଚାହିବା ବଢିବାରେ ଲାଗିଛି। ଶୀତଦିନିଆ ଫଳ ମଧ୍ୟରେ ଅମର ଫଳ ଅନ୍ୟତମ। ଏଥିରେ ଭିଟାମିନ A, ଭିଟାମିନ C, ତନ୍ତୁ ଏବଂ ମାଙ୍ଗାନିଜ୍ ଭରପୂର ମାତ୍ରାରେ ରହିଥାଏ। ଶୀତଦିନେ ଏହି ଫଳ ଖାଇବା ଦ୍ବାରା ଏହା ଆମ ପାଚନ ଶକ୍ତିକୁ ବଢାଇବା ସହ ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ବଢାଇଥାଏ ।
ପ୍ରାୟତଃ ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ତାଜା, ଋତୁକାଳୀନ ଫଳ ଦେଖିବାକୁ ମିଳିଥାଏ। ଥଣ୍ଡା ଜଳବାୟୁ ବିଭିନ୍ନ ପ୍ରକାରର ଫଳ ପାଇଁ ଅନୁକୂଳ ହୋଇଥାଏ। ସେହି ଫଳମାନଙ୍କ ମଧ୍ୟରେ ଅମର ଫଳ ଅନ୍ଯତମ। କମଳା ପରି ଦେଖାଯାଉଥିବା ଏହି ଫଳ ପାଟିକୁ ଖଟା, ମିଠା ଲାଗିଥାଏ। ଇଂରାଜୀରେ ଅମର ଫଳକୁ ପର୍ସିିମନ କୁହାଯାଉଥିବା ବେଳେ ଅନେକ ସ୍ଥାନରେ ଏହାକୁ ଜାପାନୀ ଫଳ ଏବଂ ଚାଇନିଜ୍ ଆପଲ ମଧ୍ୟ କୁହାଯାଇଥାଏ। ଏହି ଫଳରେ ପ୍ରଚୁର ପରିମାଣରେ ଭିଟାମି୍ନ A , ଭିଟାମିନC , ତନ୍ତୁ ଏବଂ ମାଙ୍ଗାନିଜ୍ ରହିଥାଏ। ବିଶେଷଜ୍ଞମାନଙ୍କ ମତରେ ଅମର ଫଳ ଆମକୁ ଶରୀରର ଅନେକ ରୋଗରୁ ଆରୋଗ୍ୟ କରିଥାଏ।
କେଉଁ ରୋଗରୁ ମୁକ୍ତି ଦେଇଥାଏ ଅମର ଫଳ ?
୧. ଆଖି ସମସ୍ୟାରୁ ଦେଇଥାଏ ମୁକ୍ତି
ଅମର ଫଳରେ ଭିଟାମିନ୍ A ଭରପୂର ରହିଥାଏ, ଯାହା ଦୃଷ୍ଟିଶକ୍ତି ଉନ୍ନତ କରିବାରେ ସାହାଯ୍ୟ କରେ। ଏହା ଆଖିର ଶୁଷ୍କତା ଏବଂ ବୟସ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ରକ୍ଷା କରେ। ଏହି ଫଳ ପ୍ରତିଦିନ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଫୋନ୍ରେ କାମ କରୁଥିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ।
୨. ତ୍ବଚାକୁ ଉଜ୍ଜଳ କରିଥାଏ
ଅମର ଫଳ Anti-Ageing ଗୁଣରେ ପରିପୂର୍ଣ୍ଣ। ଏଥିରେ ଥିବା ଭିଟାମିନ୍ A, C, ଏବଂ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ଫ୍ରି’ ରାଡିକାଲ୍ସରୁ ସୁରକ୍ଷା ଦିଏ, ଯାହା ବୃଦ୍ଧାବସ୍ଥାରେ ତ୍ବଚାରେ ଦିଶୁଥିବା ଲକ୍ଷଣକୁ ହ୍ରାସ କରେ ଏବଂ ଏକ ପ୍ରାକୃତିକ ଚମକ ବଜାୟ ରଖେ।
୩. ପାଚନ ସମସ୍ୟାକୁ ଦୂର କରିଥାଏ
ଅମର ଫଳ ଡାଏଟ୍ରି ଫାଇବରରେ ଭରପୂର, ଯାହା ପେଟ ସଫା ରଖିବା ଏବଂ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ। ଫାଇବର ଅଧିକ ଥିବାରୁ ଏହା ଖାଇଲେ ଆପଣଙ୍କୁ ଅଧିକ ସମୟ ଭୋକ ଲାଗେ ନାହିଁ, ଯାହା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରଖେ।
୪. ହୃଦୟକୁ ସୁରକ୍ଷିତ ରଖିଥାଏ
ହୁଦୟ ପାଇଁ ଅମୃତ ଅଟେ ଏହି ଅମର ଫଳ। ପ୍ରତ୍ୟେକ ଦିନ ଏହି ଫଳକୁ ଖାଇବା ଦ୍ବାରା ହୃଦରୋଗର ଆଶଙ୍କା କମ ହେବା ସହ ରକ୍ତ ପ୍ରବାହ ଉନ୍ନତ ହୋଇଥାଏ। ଏହି ଫଳ ଶରୀରରେ ଖରାପ କୋଲେଷ୍ଟ୍ରଲ କମ କରି ଭଲ କୋଲେଷ୍ଟ୍ରଲକୁ ଶରୀରରେ ବଢ଼ାଇଥାଏ।
Disclaimer: ଏହି ବିଷୟବସ୍ତୁ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଏହା କୌଣସି ପ୍ରକାରେ ଯୋଗ୍ୟ ଡାକ୍ତରୀ ମତାମତର ବିକଳ୍ପ ନୁହେଁ। ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
ଆହୁରି ପଢ଼ନ୍ତୁ : Trump Tariff: ଏକ ଶିକ୍ଷା ଦେଲେ ଜନସାଧାରଣ: ମୁଣ୍ଡ ନୁଆଁଇ ଶୁଳ୍କ ହଟାଇଲେ ଟ୍ରମ୍ପ୍
ଆହୁରି ପଢ଼ନ୍ତୁ: History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/15/amarfal-2025-11-15-13-07-32.jpg)