atta kurkure Photograph: (@sambad.in)
ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ସ୍ନାକ୍ସ ଖାଦ୍ୟ ମିଳିଲାଣି। ଏସବୁ ସ୍ନାକ୍ସରେ ମଇଦା ସହିତ ବିଭିନ୍ନ ପ୍ରକାରର ରାସାୟନିକ ପ୍ରଦାର୍ଥ ମିଶ୍ରଣ ହେଉଥିବା ଅନେକ ରିପୋର୍ଟରୁ ଆମେମାନେ ଜାଣିବାକୁ ପାଇଛେ। ତେବେ ଏହି ସ୍ନାକ୍ସ ଆମ ସ୍ବାସ୍ଥ୍ୟ ପାଇଁ କେତେ ଭଲ ତାହା ଆମେ ହୁଏତ ସାଧାରଣରେ ପରଖି ପାରିବା ନାହିଁ। କିନ୍ତୁ ଘରେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ଆମେ କ’ଣ ମିଶ୍ରଣ କରୁଛେ କେମିତି ପ୍ରସ୍ତୁତ କରୁଛେ, ସ୍ବାସ୍ଥ୍ୟ ପାଇଁ କ’ଣ ଭଲ ହେବ ସେସବୁକୁ ଆମ ଆଖି ସାମ୍ନାରେ ରଖିଥାଉ।
ଆଜିକା ସମୟରେ ସ୍ନାକ୍ସ ଖାଦ୍ୟ ମଧ୍ୟରେ ପିଲାଙ୍କ ଠାରୁ ବୃଦ୍ଧ ସମସ୍ତେ କୁରକୁରେ ଖାଇବାକୁ ଖୁବ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଘରେ କିପରି ଅଟାରେ ସୁଆଦିଆ କୁରକୁରେ ପ୍ରସ୍ତୁତ କରି ପାରିବା।
ଗହମ ଅଟାରେ ତିଆରି କରନ୍ତୁ ସୁଆଦିଆ କୁରକୁରେ
୪ଜଣ ଖାଇବା ପାଇଁ ପ୍ରଥମେ ଚାରି କପ ଗହମ ଅଟା ନିଅନ୍ତୁ। ତାହାକୁ କିଛି ସମୟ ପାଇଁ କଢ଼େଇରେ ଭାଜି ଦିଅନ୍ତୁ। ଏଥିରେ ଦୁଇରୁ ତିନି ଚାମଚ ସୁଜି, ଅଳ୍ପ ତେଲ, ଲୁଣ (ଆବଶ୍ୟକ ଅନୁଯାୟୀ), ମେଥିପତ୍ର, ଜୁଆଣି, ଲଙ୍କାଲୁଣ(ଆବଶ୍ୟକ ଅନୁଯାୟୀ), ଧନିଆ ଓ ଜିରା ପାଉଡର ଦେଇ ଭଲଭାବେ ମିଶାନ୍ତୁ।
ଏହାପରେ କିଛି ପାଣି ଦେଇ ଚକଟନ୍ତୁ। ୧୦ରୁ ମିନିଟ ଚକଟିବା ପରେ କିଛି ସମୟ ପାଇଁ ରଖି ଦିଅନ୍ତୁ। କିଛି ସମୟ ପରେ ଉକ୍ତ ଚକଟିଥିବା ପେଣ୍ଡୁଳାକୁ ସଳିତା ଭଳି ବଳିବଳି ତାହାକୁ ଛୋଟଛୋଟ କୁରକୁରେ ଆକୃତିର କାଟି ଦିଅନ୍ତୁ। ଏସବୁ କଟା ଅଂଶକୁ ଏକାଠି କରି ରଖନ୍ତୁ। ତେଲ ଗରମ ହେଲା ପରେ ସେ ସବୁକୁ ଅଳ୍ପଅଳ୍ପ କରି ଛାଣନ୍ତୁ।
ଛାଣି ସାରିଲା ପରେ ଥଣ୍ଡା ହୋଇଯାଇଥିବା ସମସ୍ତ କୁରକୁରେ ଉପରେ ହାଲୁକା ଗୋଲମରିଚ ଓ ଚାଟମସଲା ପକାଇ ବଡ଼ଙ୍କୁ ଚା’ ସହିତ ଓ ପିଲାଙ୍କୁ କିଛି ପରସି ଦିଅନ୍ତି।
ଅଧିକପଢ଼ନ୍ତୁ:ଦମ୍ପତିଙ୍କୁ ଆଶ୍ରୟ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ଯୁବକ ଅଟକ
ଅଧିକପଢ଼ନ୍ତୁ:“ଫଳାଫଳ ପରଠାରୁ ନିଦ ନାହିଁ, ପୁଣି ଚେଷ୍ଟା କରିବୁ”: ପ୍ରଶାନ୍ତ କିଶୋର
Follow Us