ଶୀତଦିନ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରକାରର ପନିପରିବା ବଜାରରେ ଉପଲବ୍ଧ ହୋଇଥାଏ। ଏହି ଋତୁରେ ଅଧିକମାତ୍ରାରେ ପାଳଙ୍ଗ ଶାଗ ଓ ବଥୁଆ ଶାଗ ବଜାରରେ ମିଳିଥାଏ। ଏହାର ଚାହିଦା ବି ଖୁବ ରହିଛି।
ଆପଣ ଜାଣନ୍ତି କି ପାଳଙ୍ଗ ଶାଗ ଭଳି ସାଧାରଣ ଦେଖାଯାଉଥିବା ବଥୁଆ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ। ଆୟୁର୍ବେଦ ଏହାକୁ ଏକ ପ୍ରାକୃତିକ ଡିଟକ୍ସ ଭାବରେ ବର୍ଣ୍ଣନା କରିଛି। ଏହା ଶରୀରକୁ ସଫା ରଖିବାରେ ଖୁବ ସହାୟକ ହୋଇଥାଏ।
ଅଧିକପଢ଼ନ୍ତୁ:ଚୀନ୍ ହାତରେ ଗୁପ୍ତଧନ: ହଜାରେ ଟନ୍ରୁ ଅଧିକ ସୁନା ଭଣ୍ଡାର ଆବିଷ୍କୃତ
ବଥୁଆ ଶାଗ ଖାଇବା ଦ୍ୱାରା କେଉଁ ରୋଗ ଭଲ ହୁଏ?
ବଥୁଆ ଶାଗରେ ଭିଟାମିନ୍ ଏ, ସି, ଲୌହ ଏବଂ କ୍ୟାଲସିୟମ ଭରପୂର ପରିମାଣରେ ଥାଏ। ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବା ସହିତ କୋଷ୍ଠକାଠିନ୍ୟକୁ ଦୂର କରିଥାଏ।
କେବଳ ଏତିକି ନୁହେଁ, ବଥୁଆ ରକ୍ତକୁ ପରିଷ୍କାର କରେ ଚର୍ମକୁ ଉଜ୍ଜ୍ୱଳ ରଖିଥାଏ। ଚର୍ମରେ ବ୍ରଣ ହେବା, କୁଣ୍ଡାଇ ହୋଇ ଫୋଟକା ଭଳି ଫଳି ଯିବାା ଆଦି ସମସ୍ୟା ଥିଲେ ବଥୁଆ ଶାଗ ଖାଆନ୍ତୁ। ଏହି ରାଗ ଏଭଳି ସମସ୍ୟା ଦୂର କରିବାରେ ରାମବାଣ ସଦୃଶ୍ୟ ହୋଇଥାଏ। ବଥୁଆ ଶାଗର ରସ ପିଇବା ଦ୍ବାରା ଏହା ଯକୃତକୁ ମଜବୁତ କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ।
ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ ବଥୁଆ ଶାଗ
ଯଦି ଆପଣଙ୍କର ଗଣ୍ଠି ଯନ୍ତ୍ରଣା କିମ୍ବା ରକ୍ତଚାପ ଭଳି ସମସ୍ୟା ରହିଛି ତେବେ ବାଥୁଆ ଶାଗ ଖାଇବା ଖୁବ ଲାଭଦାୟକ ହେବ। ଶୀତଦିନେ ଏହି ଶାଗକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ଉଷ୍ମତା ପ୍ରଦାନ କରିଥାଏ।
ମନେ ରଖନ୍ତୁ କିଡନୀ ପଥରରେ ପୀଡିତ ରୋଗୀ ଓ ଗର୍ଭବତୀ ମହିଳାମାନେ ବଥୁଆ ଶାଗ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଉଚିତ।
ଅଧିକପଢ଼ନ୍ତୁ:ଫିଙ୍ଗନ୍ତୁ ନାହିଁ ବଳକା ଭାତ, ସେଥିରୁ ତିଆରି କରନ୍ତୁ ସ୍ବାଦିଷ୍ଟ ପକୁଡ଼ି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/untitled-22-2025-11-16-17-05-46.jpg)