Feet Touching Rules: ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ କାହାର ପାଦ ଛୁଇଁବା ଉଚିତ୍ ଓ କାହାର ନୁହେଁ?

ହିନ୍ଦୁ ବିଶ୍ୱାସ ଅନୁସାରେ, ଜଣେ ରୋଗୀ କିମ୍ବା ଶଯ୍ୟାଶାୟୀ ବ୍ୟକ୍ତିଙ୍କ ପାଦ ଛୁଇଁବା ଉଚିତ୍ ନୁହେଁ। ବିଶ୍ୱାସ ଅନୁସାରେ ଯେଉଁ ବ୍ୟକ୍ତିମାନେ ଶବଦାହରେ ଯୋଗ ଦେଇ ଫେରିଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଅଶୁଦ୍ଧ ଅଛନ୍ତି ସେମାନଙ୍କ ପାଦ ସ୍ପର୍ଶ କରାଯାଇ ନଥାଏ।

38fe958c-2742-47d1-a5a8-0e58b7bab902

feet touching rules Photograph: (@sambad.in)

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ଗୁରୁଜନମାନଙ୍କ ପାଦ ସ୍ପର୍ଶ କରିବାର ପରମ୍ପରା ପ୍ରଚଳିତ ରହିଛି। ପାଦ ସ୍ପର୍ଶ ତ ସମସ୍ତେ କରିଥାଆନ୍ତି କିନ୍ତୁ ଆପଣମାନେ ଜାଣନ୍ତି ଏହାର ଲାଭ ପାଇବା ପାଇଁ କିଛି ନିୟମ ପାଳନ କରିବାକୁ ହୋଇଥାଏ।
ତେବେ ଆସନ୍ତୁ ଜାଣିବା କାହାର ପାଦ ଛୁଇଁବା ଉଚିତ୍ ଓ କାହାର ନୁହେଁ?

ହିନ୍ଦୁ ବିଶ୍ୱାସ ଅନୁସାରେ, ଜଣେ ରୋଗୀ କିମ୍ବା ଶଯ୍ୟାଶାୟୀ ବ୍ୟକ୍ତିଙ୍କ ପାଦ ଛୁଇଁବା ଉଚିତ୍ ନୁହେଁ। ବିଶ୍ୱାସ ଅନୁସାରେ ଯେଉଁ ବ୍ୟକ୍ତିମାନେ ଶବଦାହରେ ଯୋଗ ଦେଇ ଫେରିଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଅଶୁଦ୍ଧ ଅଛନ୍ତି ସେମାନଙ୍କ ପାଦ ସ୍ପର୍ଶ କରାଯାଇ ନଥାଏ।

କାହାର ପାଦ ଛୁଇଁବା ଉଚିତ୍ ଓ କାହାର ନୁହେଁ?

ଆପଣ ଜାଣନ୍ତି କି ପୂଜା କରୁଥିବା ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ପୂଜା ସମାପ୍ତ ହେବା ପରେ ହିଁ ପୂଜା କରୁଥିବା ବ୍ୟକ୍ତିଙ୍କ ପାଦ ଛୁଆଁ ଯାଇଥାଏ।ମନ୍ଦିରରେ ଦେବତାମାନଙ୍କୁ ପୂଜା କରିବା ସମୟରେ କେବେବି କାହାର ପାଦ ଛୁଇଁବା ଉଚିତ୍ ନୁହେଁ। ଜ୍ୱାଇଁ ତାଙ୍କ ଶ୍ୱଶୁରଙ୍କ ପାଦ ଓ ଭଣଜା ତାଙ୍କ ମାମୁଁଙ୍କ ପାଦ ସ୍ପର୍ଶ କରିବା ଉଚିତ୍ ନୁହେଁ।ସେହିପରି ସନ୍ୟାସ ନେଇଥିବା ବ୍ୟକ୍ତି ତାଙ୍କ ବରିଷ୍ଠ ଗୁରୁଙ୍କ ବ୍ୟତୀତ ଅନ୍ୟ କାହାର ପାଦ ସ୍ପର୍ଶ କରିବା ଉଚିତ୍ ନୁହେଁ।

ସାନମାନଙ୍କ ପାଦ ସ୍ପର୍ଶ କରିବାର ରହିଛି ପରମ୍ପରା

ସନାତନ ପରମ୍ପରା ଅନୁସାରେ, ଆମେ ସର୍ବଦା ମାତା, ପିତା, ଗୁରୁ, ଯୋଗୀ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିବା ଉଚିତ୍। ଏହା ବ୍ୟତୀତ ହିନ୍ଦୁ ଧର୍ମରେ ସାନମାନଙ୍କ ପାଦ ସ୍ପର୍ଶ କରିବାର ବି କିଛି ପରମ୍ପରା ରହିଛି। ଉଦାହରଣ ସ୍ୱରୂପ, ନବରାତ୍ରି ସମୟରେ କନ୍ୟା ପୂଜା ବେଳେ ଛୋଟଛୋଟ ଝିଅମାନଙ୍କ ପାଦ ସ୍ପର୍ଶ କରାଯାଇଥାଏ।

ଅଧିକପଢ଼ନ୍ତୁ:ଆଜି ଆକାଶରେ ଦେଖାଯିବ ଏବର୍ଷର ସବୁଠାରୁ ବଡ଼ ଜହ୍ନ… ଜାଣନ୍ତୁ କେତେବେଳେ ଦିଶିବ, କେଉଁଠି ଦୃଶ୍ୟମାନ ହେବ ?

ଅଧିକପଢ଼ନ୍ତୁ:ଛେଳି କ୍ଷୀରରେ ଭରି ରହିଛି ଏସବୁ ଔଷଧୀୟ ଗୁଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe