Advertisment

Food and air: ଖାଦ୍ୟ ଓ ବାୟୁ ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ ପାଇଁ ଦାୟୀ

Advertisment

ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ ମୁଖ୍ୟତଃ ସଂକ୍ରମିତ ଖାଦ୍ୟ ଓ ବାୟୁ ମାଧ୍ୟମରେ ହୋଇଥାଏ। ଫାଷ୍ଟ୍‌ଫୁଡ୍‌ଗୁଡ଼ିକରେ ପ୍ରିଜର୍ଭେଟିଭ୍‌ ସହିତ ଖାଦ୍ୟ ରଙ୍ଗ ବ୍ୟବହାର କରାଯାଉଛି। ଫଳରେ ଏହି ସବୁ ଖାଦ୍ୟ ଦ୍ବାରା ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ।

ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ ମୁଖ୍ୟତଃ ସଂକ୍ରମିତ ଖାଦ୍ୟ ଓ ବାୟୁ ମାଧ୍ୟମରେ ହୋଇଥାଏ। ଫାଷ୍ଟ୍‌ଫୁଡ୍‌ଗୁଡ଼ିକରେ ପ୍ରିଜର୍ଭେଟିଭ୍‌ ସହିତ ଖାଦ୍ୟ ରଙ୍ଗ ବ୍ୟବହାର କରାଯାଉଛି। ଫଳରେ ଏହି ସବୁ ଖାଦ୍ୟ ଦ୍ବାରା ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ।

hfshfssfhfhsxb

 ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ର ମୁଖ୍ୟ କାରଣ କ’ଣ ଓ ଏହା କେଉଁ ସମୟରେ ହୋଇଥାଏ?
ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ ମୁଖ୍ୟତଃ ସଂକ୍ରମିତ ଖାଦ୍ୟ ଓ ବାୟୁ ମାଧ୍ୟମରେ ହୋଇଥାଏ। ଫାଷ୍ଟ୍‌ଫୁଡ୍‌ଗୁଡ଼ିକରେ ପ୍ରିଜର୍ଭେଟିଭ୍‌ ସହିତ ଖାଦ୍ୟ ରଙ୍ଗ ବ୍ୟବହାର କରାଯାଉଛି। ଫଳରେ ଏହି ସବୁ ଖାଦ୍ୟ ଦ୍ବାରା ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ। ଋତୁ ପରିବର୍ତ୍ତନ ସମୟରେ ଓ ଶୀତ ଋତୁରେ ଏହି ଗଳା ଯନ୍ତ୍ରଣା ଅଧିକ ହୋଇଥାଏ। କୋଲେନ୍‌ ଆଲର୍ଜି ହୋଇ ସଂକ୍ରମଣ ହୋଇଥାଏ। 

 ଏହାର ଲକ୍ଷଣ କ’ଣ ରହିଛି?
ଏଥିରେ ଗଳାରେ ଜୋର୍‌ରେ ଯନ୍ତ୍ରଣା ହେବା ସହ ଖାଦ୍ୟ ଗିଳିବା କଷ୍ଟ ହୋଇଥାଏ।  କଥା ହେବା ସମୟରେ ଆପଣ ଗଳାରେ ତୀବ୍ର ଯନ୍ତ୍ରଣା ଅନୁଭବ କରିପାରନ୍ତି। କାନରେ କିମ୍ବା ଆପଣଙ୍କ ବେକର ତଳ ପାର୍ଶ୍ୱରେ ମଧ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଜ୍ବର ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଯାଏ। 

Horoscope 2026 February 04 : ଜାଣନ୍ତୁ ଆଜିର ରାଶିଫଳ

 ଏହି ଇନ୍‌ଫେକ୍ସନ୍‌ ପାଇଁ ଚିକିତ୍ସା କ’ଣ ରହିଛି?
ରୋଗ ଦେଖି ଚିକିତ୍ସା କରାଯାଏ। ସେଥିପାଇଁ ପ୍ରଥମେ ଆଲୋକ ପକାଇ ଦେଖାଯାଏ ଯେ କେତେ ପର୍ଯ୍ୟନ୍ତ ଏହା ବ୍ୟାପିଛି। ଟନ୍‌ସିଲ୍‌ ଫୁଲିଛି କି କ’ଣ ଦେଖିଲା ପରେ କେଉଁ ଚିକିତ୍ସା କରାଯିବ କୁହାଯାଏ। ସେଥିପାଇଁ ଆମେ ଲୁଣ ପାଣି କିମ୍ବା ଆୟୋଡିନ୍‌ ସଲ୍ୟୁସନ୍‌ ଔଷଧ ସହ ପାଣି ଗାରଗ୍ଲିଙ୍ଗ କରିଥାଉ। ଆଣ୍ଟି ଆଲର୍ଜିକ୍‌ ଔଷଧ ମଧ୍ୟ ଦିଆଯାଇଥାଏ। ଯଦି ଜର ଆସେ ତେବେ ଇନ୍‌ଫେକ୍ସନ୍‌ ଅଧିକ ହେଉଥିବାରୁ ଆଣ୍ଟିବା‌େୟାଟିକ୍‌ ଦିଆଯାଏ।   

 ଇନ୍‌ଫେକ୍ସନ୍‌ ଯଦି ବଢ଼ିଯାଏ ତେବେ କେଉଁ ସମସ୍ୟା ଦେଖା ଦେଇପାରେ?
ଯଦି କେବଳ ତଣ୍ଟିରେ ଇନ୍‌ଫେକ୍ସନ୍‌ ହୋଇଛି ତେବେ ଏହା ଶୀଘ୍ର ଭଲ ହୋଇଯାଏ। ଯଦି ଏହା ତଳକୁ ଆସିଯାଏ ତେବେ ଲାରେନ୍ଞ୍ଜାଇଟିସ୍‌ ହୋଇଥାଏ। ଏହାର ତଳକୁ ଗଲେ ବ୍ରୋଙ୍କାଇଟିସ୍‌ ହୋଇଥାଏ। ଯଦି ଏହି ଇନ୍‌ଫେକ୍ସନ୍‌ ଉପରକୁ ଚାଲିଆସେ ତେବେ ତାହାକୁ ସାଇନୋସାଇଟିସ୍‌ କୁହାଯାଏ। ତେଣୁ ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ ଅଧିକ ବଢ଼ିଗଲେ ଏହା ଫୁସ୍‌ଫୁସ୍‌କୁ ସଂକ୍ରମିତ କରିବାର ଭୟ ରହିଛି। 

Oil Price: ରୁଷ ତେଲ କିଣା ହଠାତ୍‌ ବନ୍ଦହେଲେ ଦରଦାମ ବଢ଼ିବ

 ଥ୍ରୋଟ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର କ’ଣ ରହିଛି?
ଏହାର ଘରୋଇ ଉପଚାର ଭାବେ ଲୁଣ ପାଣି ଗାର୍‌ଗ୍ଲିଙ୍ଗ୍‌ କରିବା ଓ ଅଦା, ଗୋଲମରିଚ ପକାଇ କାଢ଼ା କରି ପିଇବାଦ୍ବାରା ଗଳା ‌ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଏହି ସମୟରେ ଶରୀରକୁ ଗରମ ରଖିବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe