Food habits for old age persons. Photograph: (sambad.in)
ବୟସ୍କ ବ୍ୟକ୍ତିଙ୍କର ଶାରୀରିକ ସ୍ତରରେ ଧୀରେଧୀରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ। ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ଆମେ ବିଭିନ୍ନ ପ୍ରକାର ପୋଷକପୂର୍ଣ୍ଣ ଖାଦ୍ୟ ଖାଇଥାଉ କାରଣ ଏହା ଶରୀରର ବୃଦ୍ଧି ଓ କାର୍ଯ୍ୟକାରିତାରେ ସାହାଯ୍ୟ କରେ। ଯାହା ବି ବୟସ ହେଉ ପଛେ ଉପଯୁକ୍ତ ପୋଷକ ବା ନ୍ୟୁଟ୍ରିଏଣ୍ଟ୍ ଶରୀରକୁ ସୁସ୍ଥ ରଖିବାକୁ ଦରକାର ହୋଇଥାଏ। ତେବେ ବୟସ ବଢ଼ିବା ଅନୁସାରେ ଆମ ଶରୀରର ପୋଷକ ଆବଶ୍ୟକତା ମଧ୍ୟ ବଦଳିଥାଏ। ବିଭିନ୍ନ ପ୍ରକାର କ୍ରୋନିକ୍ ରୋଗ ଯେପରି ଡାଇବେଟିସ୍, ବ୍ଲଡ୍ପ୍ରେସର, ଅଷ୍ଟିଓପୋରୋସିସ୍, ହୃଦ୍ରୋଗ ଆଦିରୁ ବୟସ୍କମାନଙ୍କୁ ଦୂରେଇ ରଖିବା ପାଇଁ ଜରୁରୀ ପୋଷକ ଥିବା ଖାଦ୍ୟ ଖାଇବା ନିହାତି ଜରୁରୀ।
ବୟସ୍କ ବ୍ୟକ୍ତି ଖାଆନ୍ତୁ ସନ୍ତୁଳିତ ଆହର
ବୟସ ବଢ଼ିବା ସହିତ ସେମାନଙ୍କର ମେଟାବୋଲିଜିମ୍ ପ୍ରକ୍ରିୟା କମିଯାଏ। ସେଥିପାଇଁ ସେମାନଙ୍କର ସନ୍ତୁଳିତ ଆହାର ଖାଇକୁ ପଡ଼ିଥାଏ। ବର୍ଦ୍ଧିତ ବୟସ ସହିତ ଶରୀରର ଶର୍କରା ଗ୍ରହଣ କରିବା ଶକ୍ତି କମିଯାଇଥାଏ। ବୟସ୍କମାନଙ୍କର ଖାଦ୍ୟରେ ଶ୍ୱେତସାର ପରିମାଣ କମ୍ ରହିବା ଆବଶ୍ୟକ ହୋଇଥାଏ। ବୟସ୍କମାନଙ୍କର ଖାଦ୍ୟରେ ନିୟମିତ ସ୍ନେହସାର ପରିମାଣ ୨୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିବା ଉଚିତ। ସେଥିପାଇଁ:
- ଖେଚିଡ଼ି, ଉଷୁନା ଭାତ ସହିତ ସବୁଜ ପନିପରିବାର ପରିମାଣ ବଢ଼ାଇବା
- ଅଧିକ ସୁଗାର ଥିବା ଫଳ ଯେପରି ଅଙ୍ଗୁର, ଆମ୍ୱ, କଦଳୀ ଆଦି ନ ଖାଇ କମ୍ ସୁଗାର ଯୁକ୍ତ ଫଳ ଯେପରି ସେଓ, ପିଜୁଳି ଆଦି ଖାଇବାକୁ ଦେବା
- କ୍ଷୀର, ଛେନା ଆଦି ଦେବା ଯାହାକି କ୍ୟାଲ୍ସିୟମ୍ ଦେବ
- ରାଜ୍ମା, ଛୋଲେ, ମଞ୍ଜି ଜାତୀୟ ଖାଦ୍ୟ ସହିତ ଡାଲିଜାତୀୟ ଖାଦ୍ୟର ପରିମାଣ ବଢ଼ାଇବା
- ଚିକେନ୍ ବ୍ରେଷ୍ଟ୍, ମାଛ, ଅଣ୍ଡା ଆଦି ଆବଶକୀୟ ପୃଷ୍ଟିସାର ଖାଦ୍ୟ ଦେବା
- ଛଣାଛଣି ଓ ବଜାରରେ ମିଳୁଥିବା ସ୍ନାକ୍ସରୁ ଦୂରେଇ ରଖିବା
- ଏକାଥରେ ପେଟପୂରା ଖାଦ୍ୟ ନ ଖାଇ କିଛି କିଛି ସମୟ ବ୍ୟବଧାନରେ ଖାଦ୍ୟ ଆହରଣ କରିବା ଦରକାର
ଆହୁରି ପଢ଼ନ୍ତୁ: beets benefits: ଉପକାରୀ ବିଟ୍
ଆହୁରି ପଢ଼ନ୍ତୁ: Eggs And Nutrients: ଅଣ୍ଡାରେ ଥାଏ ୧୭ ଭିଟାମିନ, ପ୍ରତିଦିନ ଖାଇଲେ ମାନସିକ ଅବସ୍ଥାରେ ହୁଏ ବହୁ ପରିବର୍ତ୍ତନ
Follow Us