Health News: ସ୍ବାସ୍ଥ୍ୟ ସମ୍ବାଦ: ନିଷ୍କ୍ରିୟ ନୁହେଁ ସକ୍ରିୟ ହୋଇ ବସନ୍ତୁ

Advertisment

ଦୀର୍ଘ ସମୟ ବସିରହିବା ମନୁଷ୍ୟ ଶରୀର ଓ ମସ୍ତିଷ୍କ ଲାଗି ଭଲ ନୁହେଁ ବୋଲି ବିଶେଷଜ୍ଞ କହନ୍ତି। କିନ୍ତୁ, ଗୋଟାଏ ବସିବା କୌଶଳ ରହିଛି ଯାହା ମନୁଷ୍ୟ ମସ୍ତିଷ୍କକୁ ସଙ୍କୁଚିତ କରେ ନାହିଁ। ଅର୍ଥାତ୍‌ ସେମିତି ବସିଲେ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ କୁପ୍ରଭାବ ପଡ଼େନାହିଁ।

ଦୀର୍ଘ ସମୟ ବସିରହିବା ମନୁଷ୍ୟ ଶରୀର ଓ ମସ୍ତିଷ୍କ ଲାଗି ଭଲ ନୁହେଁ ବୋଲି ବିଶେଷଜ୍ଞ କହନ୍ତି। କିନ୍ତୁ, ଗୋଟାଏ ବସିବା କୌଶଳ ରହିଛି ଯାହା ମନୁଷ୍ୟ ମସ୍ତିଷ୍କକୁ ସଙ୍କୁଚିତ କରେ ନାହିଁ। ଅର୍ଥାତ୍‌ ସେମିତି ବସିଲେ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ କୁପ୍ରଭାବ ପଡ଼େନାହିଁ।

reading

ଦୀର୍ଘ ସମୟ ବସିରହିବା ମନୁଷ୍ୟ ଶରୀର ଓ ମସ୍ତିଷ୍କ ଲାଗି ଭଲ ନୁହେଁ ବୋଲି ବିଶେଷଜ୍ଞ କହନ୍ତି। କିନ୍ତୁ, ଗୋଟାଏ ବସିବା କୌଶଳ ରହିଛି ଯାହା ମନୁଷ୍ୟ ମସ୍ତିଷ୍କକୁ ସଙ୍କୁଚିତ କରେ ନାହିଁ। ଅର୍ଥାତ୍‌ ସେମିତି ବସିଲେ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ କୁପ୍ରଭାବ ପଡ଼େନାହିଁ। ସମ୍ପ୍ରତି ଉପବେଶନ ବା ବସିବା ଶୈଳୀ ଉପରେ ୮୫ଟି ଗବେଷଣା କରାଯାଇଥିଲା। ସେ ଗବେଷଣାଲବ୍ଧ ଫଳାଫଳ ସବୁକୁ ବିଶଦ୍‌ ଭାବେ ସମୀକ୍ଷା କରିବାରୁ ସକ୍ରିୟ ଉପବେଶନ ଏବଂ ନିଷ୍କ୍ରିୟ ଉପବେଶନ ମଧ୍ୟରେ ବ୍ୟାପକ ଫରକ ଥିବା କଥା ଜଣାପଡ଼ିଛି। ବସିବସି ତାସ୍‌ ଖେଳିବା ଓ ପୁସ୍ତକ ପଢ଼ିବା ‘ସକ୍ରିୟ’ ଏବଂ ‌ଟେଲିଭିଜନ୍‌ ଦେଖିବା ନିଷ୍କ୍ରିୟ ଉପବେଶନର ଉଦାହରଣ ବୋଲି ଗବେଷକମାନେ କହୁଛନ୍ତି।

Loot: ସିଏସ୍‌ସି ସମେତ ୧୧ଟି ଦୋକାନରେ କଳାକନା ବୁଲାଇଲେ

ତାସ୍‌ ଖେଳ ଓ ପୁସ୍ତକ ଅଧ୍ୟୟନ ଲାଗି ଦୀର୍ଘ ସମୟ ବସିବାକୁ ପଡ଼େ ସତ, କିନ୍ତୁ ଏହାଦ୍ବାରା ମସ୍ତିଷ୍କ ସୁସ୍ଥ ରହେ। ଏହାର କାରଣ ସକ୍ରିୟ ଉପବେଶନ ସମ୍ଭବତଃ ମସ୍ତିଷ୍କକୁ ବ୍ୟସ୍ତ ରଖିଥାଏ। କିନ୍ତୁ, ନିଷ୍କ୍ରିୟ ଉପବେଶନ ଯୋଗୁଁ ମନୁଷ୍ୟ ଶରୀର ଓ ମନ ଆଳସ୍ୟବଶ ହୋଇଯାଏ। ଅଷ୍ଟ୍ରେଲିଆସ୍ଥିତ କୁଇନ୍‌ସଲାଣ୍ଡ୍‌ ବିଶ୍ବବିଦ୍ୟାଳୟର ଜନସ୍ବାସ୍ଥ୍ୟ ଗବେଷକ ପଲ୍‌ ଗାର୍ଡିନର୍‌ କହନ୍ତି, ‘‘ସାରାଦିନ ବା ଗୋଟିଏ ଦିନର ସମୁଦାୟ ବସିରହିବା ଅବଧି ମସ୍ତିଷ୍କ ସହିତ ସମ୍ପୃକ୍ତ ବୋଲି ଉକ୍ତ ଗବେଷଣାରେ ଦର୍ଶାଯାଇଛି; କିନ୍ତୁ ବସିବା ଅର୍ଥ ଖାଲି ବସିବା ବୋଲି ସାଧାରଣରେ ବିଚାର କରାଯାଏ। ବସିବା ବେଳେ ମନୁଷ୍ୟ କି ପ୍ରକାର କାର୍ଯ୍ୟ କରୁଥାଏ ତାହା ବିଚାର କରାଯାଏ ନାହିଁ। 

ଅଧିକାଂଶ ଲୋ‌କ ପ୍ରତିଦିନ ବସିବସି ଅନେକ ସମୟ ବିତାନ୍ତି। କିନ୍ତୁ, ସେ ବସିବା ଉପରେ ଅନେକ କିଛି ନିର୍ଭର କରେ। ଉପରୋକ୍ତ ଗବେଷଣାରୁ ଜଣାପଡ଼ିଛି ଯେ ବାର୍ଦ୍ଧକ୍ୟାଭିମୁଖୀ ହେବା ବେଳେ ଟେଲିଭିଜନ୍‌ ନ ଦେଖି ପୁସ୍ତକ ପଢ଼ିଲା ଭଳି ବସିବା କାର୍ଯ୍ୟ ଦ୍ବାରା ମସ୍ତିଷ୍କ ଅପେକ୍ଷାକୃତ ସୁସ୍ଥ ରହେ।’’ ଏକଥା ସତ୍ୟ ଯେ ଚିନ୍ତନ, ଶିକ୍ଷଣ ଓ ସ୍ମରଣ ନିମନ୍ତେ ଶାରୀରିକ କସରତ ଅତି ଗୁରୁତ୍ବପୂର୍ଣ୍ଣ। ତା’ ସହିତ ମସ୍ତିଷ୍କ କସରତ ବି ସେତିକି ଗୁରୁତ୍ବପୂର୍ଣ୍ଣ। ଅବଶ୍ୟ ସେଥିପାଇଁ ମନୁଷ୍ୟକୁ ଧାଁଦଉଡ଼ କରିବାକୁ ପଡ଼େନାହିଁ। ବ୍ୟାପକ ଗବେଷଣା ଦ୍ବାରା ଗାର୍ଡିନର୍‌ ଓ ତାଙ୍କ ସହକର୍ମୀମାନେ ଜାଣିପାରିଛନ୍ତି ଯେ ମସ୍ତିଷ୍କ ତେଜୀୟାନ୍‌ ରଖିବାରେ ପଠନ, ତାସ୍‌ଖେଳ, କମ୍ପ୍ୟୁଟର୍‌ କାର୍ଯ୍ୟ ଆଦି ସକ୍ରିୟ ଉପବେଶନ କାର୍ଯ୍ୟକଳାପ ବେଶ୍‌ ସକାରାତ୍ମକ ସହାୟତା ଦେଉଛି।

Forest: ଜଙ୍ଗଲ ସୁରକ୍ଷା ସହ ଜୀବିକା ବିକାଶ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଫଳତଃ, କାର୍ଯ୍ୟ ସମ୍ପାଦନ, ବିଭିନ୍ନ ଘଟଣା ପ୍ରବାହକାଳୀନ ସ୍ମୃତି ଏବଂ କାର୍ଯ୍ୟ ସମ୍ପାଦନକାଳୀନ ସ୍ମୃତି ଭଳି ମସ୍ତିଷ୍କ ଦକ୍ଷତା ବୃଦ୍ଧି ପାଉଛି। ସେହିପରି, କ୍ଷଣ କ୍ଷଣକେ ସ୍ମୃତିକ୍ଷୟ ବା ଭୁଲାପଣର ଶିକାର ହୋଇଯିବା ଭଳି ନକାରାତ୍ମକ ମସ୍ତିଷ୍କକ୍ରିୟା ସହିତ ନିଷ୍କ୍ରିୟ ଉପବେଶନ ସମ୍ପୃକ୍ତ ରହୁଛି। ସକ୍ରିୟ ଓ ନିଷ୍କ୍ରିୟ ଉପବେଶଜନିତ ଫଳାଫଳରେ ଥିବା ତାରତମ୍ୟ ଟେଲିଭିଜନ୍‌ ଦେଖିବା ଓ କମ୍ପ୍ୟୁଟର୍‌ ଚଳାଇବା କାର୍ଯ୍ୟରୁ ସ୍ପଷ୍ଟ ବାରି ହୋଇଯାଏ। ତେଣୁ, ଟେଲିଭିଜନ୍‌ ଦେଖୁଥିବା ବ୍ୟକ୍ତି ମଝିରେ ମଝିରେ ଉଠିଯାଇ ଟିକେ ବୁଲାବୁଲି କରି ମସ୍ତିଷ୍କ ସକ୍ରିୟ ରଖିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe