ନୂଆଦିଲ୍ଲୀ: ଶୀତଦିନ ଆସିଲେ ଖାଲି ଫୁଲ ନୁହେଁ ବିଭିନ୍ନ ପ୍ରକାରର ଫଳ ବଜାରରେ ଉପଲବ୍ଧ ହୁଏ । ଏହି ଦିନରେ ବଜାରରେ ବିଭିନ୍ନ କିସମର ଫଳର ଚାହିଦା ବଢ଼େ । ଯାହାକୁ ସିଜନାଲ୍ ଫ୍ରୁଟ୍ କୁହାଯାଏ । ବର୍ଷସାରା ଶୀତଳ ଭଣ୍ଡାରରେ ଫଳ ରହୁଥିଲେ ହେଁ ଶୀତରେ ତଟକା ମିଠା ଫଳ ବାହାରେ । ତେବେ ଆପଣ ରାସ୍ତାରେ ଯିବା ବେଳେ କିମ୍ବା ବଜାରରେ ପାଣି ଫଳ ବା ପାଣି ସିଙ୍ଗଡା ଦେଖିଥିବେ । କେବେ ଖାଇଛନ୍ତି କି ଏହି ଫଳ ? କେମିତି ଲାଗେ କେବେ ଚାଖିଛନ୍ତି କି ? ଏହି ଫଳ ଆମ ଶରୀର ପାଇଁ କେତେ ଲାଭଦାୟକ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଜାଣନ୍ତୁ…
ପାଣି ସିଙ୍ଗଡ଼ାରେ ଥିବା ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ଏବଂ ଭିଟାମିନ୍ ବି-୬ ଭଳି ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଯାହା ନିୟମିତ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ଦୂର ହେବା ସହ ଓଜନ କମିବା ଏବଂ ଥାଇରଏଡ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।
ପାଣି ସିଙ୍ଗଡା- ଶରୀରକୁ ଦିଏ କେଉଁ ଫାଇଦା ?
ଥାଇରଏଡ୍
ପାଣି ସିଙ୍ଗଡ଼ାରେ ଥିବା ଆୟୋଡିନ୍ ଥାଇରଏଡ୍ ସମସ୍ୟା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହି ଫଳରେ ଥିବା ଆୟୋଡ଼ିନ୍ ଗଳା ସମ୍ଭନ୍ଧୀୟ ରୋଗ ପାଇଁ ମଧ୍ୟ ଭଲ ହୋଇଥାଏ । ଆପଣ ଯଦି ଥାଇରଏଡ୍ ସମସ୍ୟା ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ପାଣି ସିଙ୍ଗଡ଼ାକୁ ଖାଇପାରିବେ ।
ଡିହାଇଡ୍ରେସନ୍
ପାଣି ସିଙ୍ଗଡ଼ାରେ ପ୍ରଚୁର ପରିମାଣରେ ପାଣି ମହଜୁଦ୍ ହୋଇଥାଏ । ଏହାର ସେବନ ଦ୍ବାରା ଶରୀରରେ ଡିହାଇଡ୍ରେସନର ସମସ୍ୟା ଦୂର ହୋଇଥାଏ ।
ସୁସ୍ଥ କେଶ ପାଇଁ ଲାଭକାରୀ
ନିୟମିତ ପାଣି ସିଙ୍ଗଡ଼ା ଖାଇବା ଦ୍ବାରା ଚୁଟି ଝଡ଼ିବା ସମସ୍ୟା କମ୍ ହୁଏ । ଏଥିରେ ଥିବା ଲରିକ୍ ଏସିଡ୍ ଚୁଟିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ ।
ଓଜନ କମାଏ
ଯଦି ଆପଣ ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ତାହେଲେ ନିୟମିତ ପାଣି ସିଙ୍ଗଡ଼ା ଖାଇବା ଆରମ୍ଭ କରନ୍ତୁ । ଏହି ଫଳରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ପେଟ କମାଇବାରେ ସହାୟକ ହୁଏ । ଏହି ଫଳକୁ ବ୍ରେକଫାଷ୍ଟରେ ସାମିଲ୍ କରିବା ନିହାତି ଆବଶ୍ୟକ ।
କେଉଁମାନଙ୍କୁ ପାଣି ସିଙ୍ଗଡ଼ା ମନା ?
-ମଧୁମେହ ରୋଗୀଙ୍କୁ ପାଣି ସିଙ୍ଗଡ଼ା ଖାଇବା ମନା
-ଗ୍ୟାସ୍ ସମସ୍ୟା ଥିଲେ କିମ୍ବା ଏସିଡିଟି ଥିବା ଲୋକଙ୍କୁ ପାଣି ସିଙ୍ଗଡ଼ା ମନା
-ଆଲର୍ଜି ଥିଲେ ଏବା ଆଦୌ ଖାଆନ୍ତୁନି
ଆହୁରି ପଢନ୍ତୁ-
Health Ministry: ପ୍ରଚୁରପାଣି ପିଇବା ଦ୍ବାରା ଦ୍ରୁତଗତିରେ ହ୍ରାସ ପାଇବ ମେଦବହୁଳତା: ସ୍ବାସ୍ଥ୍ୟ ମନ୍ତ୍ରାଳୟ
ବିଦ୍ର:- ଉକ୍ତ ତଥ୍ୟ ଜାତୀୟ ଗଣମାଧ୍ଯମରେ ପ୍ରକାଶିତ
ଆହୁରି ପଢନ୍ତୁ-
Winter Health Tips: ଶୀତ ଦିନରେ ସ୍ବାସ୍ଥ୍ୟର ଯତ୍ନ: ଥଣ୍ଡା ପାଇଁ ଗଳା ଦରଦ ହେଉଥିଲେ ଏମିତି କରନ୍ତୁ ଘରୋଇ ଚିକିତ୍ସା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/30/water-chestnut-2025-10-30-17-00-09.jpg)