ଭୁବନେଶ୍ବର: ଧିରେଧିରେ ଶୀତ ପଡିଲାଣି । ଏଇ ଶୀତ ଦିନେ ସ୍ବାସ୍ଥ୍ୟର ଯତ୍ନ ନେବା ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ । ଶୀତ ଦିନେ ପ୍ରାୟ ସମସ୍ତଙ୍କୁ ଥଣ୍ଡା ହେଉଥିବା ଦେଖିବାକୁ ମିଳେ । ସମସ୍ତେ ଖୁଁ ଖାଁ ହୁଅନ୍ତି । ଗଳା ବା କଣ୍ଠ ଜନିତ ସଂକ୍ରମଣ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ । ଏଥିରୁ ଉପଶମ ପାଇଁ ଏଲୋପାଥିକ ଔଷଧ ଖାଇଥାଉ । ମାତ୍ର ଏସବୁ ରୋଗରୁ ମୁକ୍ତି ପାଇଁ  ଏଲୋପାଥିକ ଅପେକ୍ଷା ଅଧିକ ଉପଶମ ମିଳିଥାଏ ଘରୋଇ ତଥା ଆୟୁର୍ବେଦିକ ଚିକିତ୍ସାରେ । ଆସନ୍ତୁ ଜାଣିବା କିପରି କରିବା ଏହି ସମସ୍ୟାର କେଉଁ ଭଳି ହୁଏ ଚିକିତ୍ସା । 

Advertisment

ଗଳାରେ ସଂକ୍ରମଣ ବା କାଶ ସମସ୍ୟା ପାଇଁ ବର୍ତ୍ତମାନ ସମସ୍ତେ ପ୍ରାୟ ଚିନ୍ତାରେ ରହୁଛନ୍ତି । ଯେତେବେଳେ ବି ଆପଣଙ୍କର ୩୮ ଡିଗ୍ରୀ ସେଣ୍ଟିଗ୍ରେଟରୁ ଅଧିକ ଜ୍ବର ଅନୁଭୂତ ହୋଇଥାଏ, ଗଳା ଫୁଲିବା,ଖାଦ୍ୟ ଗିଳିବାରେ ସମସ୍ୟା କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ତେବେ ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ ଏହାକୁ ଅବହେଳା କରିବା ଆଦୌ ଠିକ୍ ନୁହେଁ । ଖାସ୍ କରି ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଗଳା ସଂକ୍ରମଣ ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ, ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ । ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ । ଏହାଦ୍ଵାରା ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ । ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ । ଏହା ଯଦି ସାଂଘାତିକ ରୂପ ନିଏ, ତେବେ ରୁମାଟିକ ଜ୍ଵର, ବୃକକ ଫୁଲିବା ଏବଂ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖାଯାଏ ।

କଣ କରିବେ ?

-ଏଥିପାଇଁ ଆବଶ୍ୟକ ପରିମାଣରେ ବିଶ୍ରାମ ନିଅନ୍ତୁ
-ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ରୁହନ୍ତୁ
-ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ
-ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି
-ନିୟମିତ ଭାବେ ଗାର୍ଗଲ୍ କରନ୍ତୁ
-ଧୂମପାନଠୁ ଦୂରେଇ ରୁହନ୍ତୁ
-ହାତ ସବୁବେଳେ ସଫା ରଖନ୍ତୁ
-ଛିଙ୍କ ଏବଂ କାଶ ସମୟରେ ପାଟିରେ ରୁମାଲ୍ ରଖନ୍ତୁ

ଆହୁରି ପଢନ୍ତୁ-

Healthy food for winter: ଶୀତ ପାଇଁ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ

ଘରୋଇ ଚିକିତ୍ସା 

-ବନ ଯୁଆଣି , ହଳଦୀ,ଅଁଳା,ଯବକ୍ଷାର,ଚିତାମୁଳ ସମାନ ଭାଗରେ ନେଇ ଚୁର୍ଣ୍ଣ କରିବା ସହ ଶହେ  ଗ୍ରାମ ମହୁ ସହିତ ଗାଈ କ୍ଷୀର ପଚାଶ ଗ୍ରାମ ମିଶାଇ ରଖିବେ ପାଞ୍ଚ ଗ୍ରାମ ଚୁର୍ଣ୍ଣ ସହିତ ଦୁଇ ଚାମଚ ଘିଅ ମହୁ ମିଶାଇ ତିନିବେଳା ଦିନକୁ ସେବନ କଲେ ଗଳା ବସିଯିବା ସମସ୍ୟା ଦୂର ହୁଏ ।
-ଗଳା ସଂକ୍ରମଣ ସମସ୍ୟାରେ ଅମୋଘ ପଥି ହେଉଛି ପୁରୁଣା ଗୁଆ ଘିଅ । ପୁରୁଣା ଘିଅ ଓ ପୁରୁଣା ଗୁଡ଼ ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଅନ୍ତୁ । ଦେଖିବେ ଗାଏବ ହେଇଯିବ ସମସ୍ୟା…

ଆହୁରି ପଢନ୍ତୁ-

Health Tips, Golden Milk: ହଳଦୀ-କ୍ଷୀରର ହଜାରେ ଫାଇଦା ! ଜାଣନ୍ତୁ ଏହାକୁ ପିଇଲେ କେଉଁ ରୋଗରୁ ମିଳେ ମୁକ୍ତି ?