ନୂଆଦିଲ୍ଲୀ: ଆଜିକାଲି ପ୍ରତି ଅଫିସରେ କାମ ଚାପ ବଢିଲାଣି । ଏଆଇ ଯୁଗରେ ଗୋଟେ ପଟେ ଛଟେଇ ବଢୁଥିବା ବେଳେ ଏଆଇକୁ ମାତ୍ ଦେବାକୁ କାମର ପ୍ରତିଯୋଗିତା ବି ବଢିଲାଣି । ଲମ୍ବା ସମୟ ଧରି ମିଟିଂ ଏବଂ କାମ ଚାପ ଭିତରେ କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ଚେୟାରରେ ଗୋଟେ ସ୍ଥାନରେ ବସି ରହୁଥିବା ଦେଖିବାକୁ ମିଳୁଛି । ଯାହା ପରବର୍ତ୍ତୀ ସମୟରେ ଅଣ୍ଟା ଦରଜ ସହ ଅନ୍ୟାନ୍ୟ ରୋଗର କାରଣ ସାଜୁଛି । 

Advertisment

ଆହୁରି ପଢନ୍ତୁ- Trick of peace: ମାନସିକ ଓ ଶାରିରୀକ ସୁସ୍ଥ ରହିବେ କିପରି, ଆପଣାନ୍ତୁ ଜାପାନୀ ସୂତ୍ର...

ଆଜିକାଲି ଅଧିକାଂଶ ଲୋକଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟ ସଂସ୍କୃତି ଏପରି ହୋଇଯାଇଛି ଯେ ସେମାନଙ୍କୁ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସି କାମ କରିବାକୁ ପଡ଼ୁଛି । ଯାହା ଯୋଗୁଁ ସେମାନେ ପ୍ରାୟ ଚାଲିପାରୁନାହାଁନ୍ତି । କାର୍ଯ୍ୟ ସମୟ ସାରଣୀ ଏତେ କଠିନ ଯେ ବହୁତ କମ୍ ଲୋକ ଜିମ୍ ଯିବା ପାଇଁ ସମୟ ବାହାର କରିପାରନ୍ତି । କିନ୍ତୁ ଆପଣ କଣ ଜାଣନ୍ତି ଯେ ଏପରି ଭାବରେ ବସି ଲଗାତାର କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ ।

ଆହୁରି ପଢନ୍ତୁ- Delhi Pollution: କୋଭିଡ୍ ସମୟରେ ବି ନଡ଼ା ଜଳୁଥିଲା, କିନ୍ତୁ ଆକାଶ କିପରି ନୀଳ ଦେଖାଯାଉଥିଲା : ମୁଖ୍ୟ ବିଚାରପତି

ବିଶେଷଜ୍ଞଙ୍କ ମତରେ, 'ନିରନ୍ତର ବସିବା ଧୂମପାନ ପରି ବିପଦପୂର୍ଣ୍ଣ' । ଆମର ଶରୀର ଏପରି ଭାବରେ ଡିଜାଇନ୍  କରାଯାଇଛି ଯେ ଏହା ଯଥାସମ୍ଭବ ସକ୍ରିୟ ରହିଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଦୀର୍ଘ ସମୟ ଧରି ଲଗାତାର ବସିଥାଉ ,  ଏହା ଆମର ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ । ଜାଣନ୍ତୁ ଅଧିକ ସମୟ ଧରି କୌଣସି ସ୍ଥାନରେ ବସି ରହିଲେ କଣ ସବୁ ସମସ୍ୟା ଦେଖାଯାଏ । 

ବସିଲେ ବଢିବ ସ୍ବାସ୍ଥ୍ୟ ସମସ୍ୟା

-ଘଣ୍ଟା ଘଣ୍ଟା ବସି ରହିବା ଦ୍ୱାରା ଦେଖାଯାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା
-ନିଦ୍ରାହୀନତା ସହ ମନ କ୍ଲାନ୍ତ ହୁଏ, ଓଜନ ବଢିବାକୁ ଲାଗେ
-ପ୍ରତିଦିନ ଜିମ୍ ଯାଉଥିବା ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି
-ଗୋଟିଏ ସ୍ଥାନରେ ବସି ରହିବା କାରଣରୁ ଶରୀରରେ ଚର୍ବି ବୃଦ୍ଧି ହୋଇଥାଏ
-ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ
-ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ 
-ଦୀର୍ଘ ସମୟ ବସି ରହୁଥିବା ଲୋକଙ୍କଠାରେ କର୍କଟ ରୋଗର ଆଶଙ୍କା ବୃଦ୍ଧି