Ragi Soup Recipe: ଶୀତଦିନର ସୁଆଦିଆ ସୁପ୍, ରାଗି ସୁପ୍... ଘରେ ବନାନ୍ତୁ ଓ ମଜା ନିଅନ୍ତୁ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଏବେ ଶୀତଦିନ ଆସିଲାଣି । ଲୋକମା‌ନେ ବି ଆଜିକାଲି ବେଶ୍‌ ସ୍ବାସ୍ଥ୍ୟ ସଚେତନ ହୋଇଗଲେଣି। ଏହାକୁ ଦୃଷ୍ଟିରେ ରଖି ‌ବଜାରରେ ମିଲେଟ୍‌ ଜାତୀୟ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି

Ragi Soup

Ragi Soup Photograph: (sambad.in)

ଭୁବନେଶ୍ବର: ଏବେ ଶୀତଦିନ ଆସିଲାଣି । ଲୋକମା‌ନେ ବି ଆଜିକାଲି ବେଶ୍‌ ସ୍ବାସ୍ଥ୍ୟ ସଚେତନ ହୋଇଗଲେଣି। ଏହାକୁ ଦୃଷ୍ଟିରେ ରଖି ‌ବଜାରରେ ମିଲେଟ୍‌ ଜାତୀୟ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ସେହିକ୍ରମରେ ଏଥର ଶୀତକୁ ନଜରରେ ରଖି ଘରେ ବନାନ୍ତୁ ଓ ମଜା ନିଅନ୍ତୁ ଗରମାଗରମ ଟେଷ୍ଟି ରାଗି ସୁପ୍‌। 

କେମିତି ବନାଇବେ ରାଗି ସୁପ୍ ?

ଆବଶ୍ୟକ ସାମଗ୍ରୀ

ମାଣ୍ଡିଆ ଚୂନା ବା ରାଗି ସୁଜି ୧ କପ୍, ଦୁଇ କପ୍ କଟା ପରିବା (ଗାଜର, ବିନ୍ସ, ମଟର ମଞ୍ଜି, ବ୍ରୋକୋଲି, ମିଠା ମକାଦାନା, ନାଲି, ହଳଦିଆ ବା ସବୁଜ କ୍ୟାପ୍‌ସିକମ୍ ବା ବେଲ୍‌ପେପର ଆଦି ମନପସନ୍ଦ ପରିବା ନେଇପାରିବେ), ଚୁନା ଚୁନା କଟା ପିଆଜ ଦୁଇ ଚାମଚ, ରସୁଣକଟା ଦୁଇ ଚାମଚ, ଅଦା ଗୋଟେ ଚାମଚ, ଲୁଣ, ଲେମ୍ବୁରସ, ଗୋଲମରିଚ ଗୁଣ୍ଡ, ବଟର୍‌ ବା ପସନ୍ଦର ଖାଇବା ତେଲ।

ଆହୁରି ପଢନ୍ତୁ-

Benefits Of Blowing Conch: ଶଙ୍ଖ ଫୁଙ୍କିଲେ ଦୂର ହେବ ଏହି ରୋଗ… ଜାଣନ୍ତୁ ଶଙ୍ଖ ବଜାଇବା ଦ୍ବାରା ଶରୀରକୁ ମିଳେ କେଉଁ ଫାଇଦା ?

ପ୍ରଣାଳୀ

ଚୁଲିରେ ପ୍ୟାନ୍ ବା କଡ଼େଇ ବସାଇ ବଟର୍‌ ବା ତେଲ ଗୋଟେ ଚାମଚ ଦେଇ କଟା ରସୁଣ ସବୁକୁ ଭଲକି ଭାଜି କାଢ଼ି ଆଣନ୍ତୁ। ତା’ପରେ ଅବଶିଷ୍ଟ ବଟର୍ ବା ତେଲରେ କଟା ପିଆଜ, ଅଦା, କଞ୍ଚାଲଙ୍କା ପକେଇ ଦୁଇମିନିଟ୍ ଭାଜି ଦିଅନ୍ତୁ। ପିଆଜର ରଙ୍ଗ ଗୋଲାପି ହୋଇ ଆସିଲେ କ୍ୟାପ୍‌ସିକମ୍‌କୁ ଛାଡ଼ି ବାକି ପରିବା ପକେଇ ଟିକେ ଭାଜି ଦିଅନ୍ତୁ। ତା’ ପରେ ସେଥିରେ ମାଣ୍ଡିଆ ଚୂନା ଧିରେ ଧିରେ ମିଶାନ୍ତୁ। ଧ୍ୟାନ ଦେବେ ଯେମିତି ଚୂନା ଗୋଟା ଗୋଟା ନ ରହିଯାଏ। ଦୁଇ/ତିନି ମିନିଟ୍‌ ଭାଜିଲା ପରେ ଧିରେ ଧିରେ ଉଷୁମ ପାଣି ଚାରି କପ୍ ମିଶାନ୍ତୁ। ସୁପ୍‌କୁ ପାଣିଆ କରିବାକୁ ଚାହୁଥିଲେ ସେଥିରେ ଅଧିକା ପାଣି ଦେଇପାରିବେ। ଏଥର ଲୁଣ ଦିଅନ୍ତୁ ଓ ଘାଣ୍ଟନ୍ତୁ। ତଳି ଲାଗିବାକୁ ଦେବେନାହିଁ। ସୁପ୍ ବହଳିଆ ହୋଇଆସିଲେ ସେଥିରେ କ୍ୟାପ୍‌ସିକମ୍, ଗୋଲମରିଚ ଗୁଣ୍ଡ ଓ ଧନିଆପତ୍ର ମିଶାନ୍ତୁ। ଗ୍ୟାସ୍‌ ବନ୍ଦ କରି ସୁପ୍‌ରେ ଗୋଟେ ଚାମଚ ଲେମ୍ବୁରସ ମିଶାନ୍ତୁ। ପରିବେଷଣ କଲାବେଳକୁ ଯଦି ଚାହିବେ ଆଉଟିକେ ବଟର୍‌, ଭଜା ରସୁଣ ଓ ଧନିଆପତ୍ର ପକାଇ ସଜାଇଦିଅନ୍ତୁ। ଶୀତଦିନେ ମିଳୁଥିବା ଅନ୍ୟ ପରିବାପତ୍ର, ଛତୁ, ପନିର ଇତ୍ୟାଦି ଆପଣ ଚାହିଲେ ଏଥିରେ ମିଶାଇ ପାରିବେ। କମ୍‌ ସମୟ ଓ ଅଳ୍ପ ଖର୍ଚ୍ଚରେ ପ୍ରସ୍ତୁତ ଏହି ସୁସ୍ବାଦୁ ଓ ସ୍ବାସ୍ଥ୍ୟକର ସୁପ୍‌ଟିକୁ ଥରେ ବନାଇ ପରିବାର ସହିତ ଉପଭୋଗ କରନ୍ତୁ।

ଆହୁରି ପଢନ୍ତୁ-

Trump’s Nuclear Warning : ପୃଥିବୀକୁ ୧୫୦ ଥର ଧ୍ବଂସ କରିପାରିବ ଆମେରିକା : ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe