Photograph: (Sambad. In)
ଆଜିକାଲିର ଆଧୁନିକା ତରୁଣୀ ଓ ମହିଳାମାନେ ଉଜ୍ଜଳ, ମସୃଣ ତ୍ବଚା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ମୁହଁରୁ କଳା, ଧଳା ଦାଗ ଦୂର କରିବାକୁ ଅର୍ଗାନିକ୍ ପିଲ୍ଠାରୁ ଆରମ୍ଭ କରି ଓପନପୋର୍ ବା ମୁହଁରୁ ଗାତ ଦୂର କରିବାକୁ ଓପନ୍ପୋର୍ସ ଟ୍ରିଟ୍ମେଣ୍ଟ୍, ଆଖି ତଳୁ କଳାଦାଗ ଦୂର ପାଇଁ ଅଣ୍ଡର୍ ଆଇ ଟ୍ରିଟ୍ମେଣ୍ଟ୍, କଳା ଓଠକୁ ସୁନ୍ଦର କରିବାକୁ ଲିପ୍ ଲାଇଟେନିଂ ଟ୍ରିଟ୍ମେଣ୍ଟ୍ ଓ ତ୍ବଚାକୁ ଦାଗମୁକ୍ତ ଓ ଉଜ୍ଜ୍ବଳ କରିବାକୁ ସ୍କିନ୍ ଗ୍ଲୋ ଟ୍ରିଟ୍ମେଣ୍ଟ୍ ଆଦି ଏବେ ସହରର ବିଭିନ୍ନ ପାର୍ଲରଗୁଡ଼ିକରେ କରାଯାଉଛି। ଏଥିସହ ତ୍ବଚାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାକୁ ଏବେ ହାଇଡ୍ରା ଫେସିଆଲ୍, ମେଡିକାଲ୍ ଗ୍ରେଡ୍ ଫେସିଆଲ୍, କେମିକାଲ୍ ପିଲ୍, ଏଲ୍ଇଡି ଲାଇଟ୍ ଥେରାପି, ଟ୍ରିଟ୍ମେଣ୍ଟ କରୁଛନ୍ତି। ତେବେ ଏସବୁ ଭିତରୁ ହାଇଡ୍ରା ଫେସିଆଲ୍ ର ଚାହିଦା ବଢ଼ୁଛି।
ନୂତନ ଚର୍ମ ତିଆରିବାର ନୂତନ ପନ୍ଥା
ଏହି ଫେସିଆଲ୍ରେ ଏକ ଯନ୍ତ୍ର ମାଧ୍ୟମରେ ମୁହଁରୁ ସମସ୍ତ ପ୍ରକାରର ମଇଳା ବାହାର କରାଯାଏ। ଯାହାକି ସାଧାରଣ ଫେସିଆଲ୍ଠାରୁ ଅଧିକ ଭଲ ପ୍ରଭାବ ଦେଖାଇଥାଏ। ୩୦ ବର୍ଷ ପରେ ମୁହଁର ଚମକ ଧୀରେ ଧୀରେ କମିଯିବା ଫଳରେ ତ୍ବଚାରେ କୁଞ୍ଚନ ସୃଷ୍ଟି ହୁଏ। ସବୁବେଳେ ମୁହଁକୁ ସଜେତ ରଖିବାପାଇଁ ଏହି ଫେସିଆଲ୍ ଖୁବ୍ ଭଲ। ଏହା ମୁହଁକୁ ଭିନ୍ନ ଏକ ଚମକ ଦିଏ ଓ ବିବାହ ତଥା ନିର୍ବନ୍ଧ ପୂର୍ବରୁ ମହିଳାମାନେ ଏହାକୁ କରାଇନେଲେ ଭଲ। ଚର୍ମକୁ ହାଇଡ୍ରେଟ୍ କରିବା ପାଇଁ ହାଇଡ୍ରା ଫେସିଆଲ୍ କାର୍ଯ୍ୟ କରିଥାଏ। ଏହି ଫେସିଆଲ୍ରେ ସୌନ୍ଦର୍ଯ୍ୟ ଉପକରଣ ସାହାଯ୍ୟରେ ଚେହେରାରେ ମୃତ କୋଷଗୁଡ଼ିକ ବାହାର କରାଯାଇଥାଏ। ଚର୍ମ ଭିତରେ ଆଣ୍ଟିଅକ୍ସିଡାଣ୍ଟ୍ ସେରମ୍ ଭର୍ତ୍ତି କରାଯାଇଥାଏ। ଯେଉଁଥିପାଇଁ ଚର୍ମର ଚମକ ଫେରି ଆସିବାରେ ସାହାଯ୍ୟ କରେ। ଏହା ଦ୍ବାରା କୌଣସି ପାଶ୍ବପ୍ରତିକ୍ରିୟା ଦେଖାଦିଏ ନାହିଁ। ଏହି ଫେସିଆଲ୍ ଦ୍ବାରା ମୁହଁରୁ କଳାଦାଗ, ବାର୍ଦ୍ଧକ୍ୟ, ମୁଖ ବ୍ରଣ, ଆକ୍ନେ ଆଦି ସମସ୍ୟାର ସମାଧାନ ହୋଇଥାଏ। ସମ୍ପୂର୍ଣ୍ଣ ମେସିନ୍ ସାହାଯ୍ୟରେ ଏହି ଫେସିଆଲ୍ କରାଯାଇଥାଏ। ଏଥିରେ ଏଲ୍ଇଡି ମାସ୍କ୍କୁ ବ୍ୟବହାର କରାଯାଏ ଯେଉଁଥିରେ ଏକ ପ୍ରକାର ଲାଇଟ୍କୁ ତ୍ବଚାରେ ପକାଯାଏ ଓ ପରେ ବିଭିନ୍ନ ସେରମ୍ ଓ କ୍ରିମ୍ ଆଦିକୁ ବ୍ୟବହାର କରାଯାଏ। ମସାଜ୍, କ୍ଲିନ୍ଜିଙ୍ଗ୍, ସ୍କ୍ରବିଙ୍ଗ୍, ଆଖି ଓ ନାକ ତଳ ସଫା ପାଇଁ ସୁପର୍ସୋନକ୍ ମେସିନ୍ ବ୍ୟବହାର କରାଯାଏ।
ଆହୁରି ପଢ଼ନ୍ତୁ: ଚେହେରା ହୈ ୟା ଚାନ୍ଦ୍ ଖିଲା ହୈ... ରୁକ୍ଷ ଚର୍ମ ପାଇଁ ‘ହାଇଡ୍ରା ଫେସିଆଲ୍’
ହେଆର୍ ହାକର୍ ପାର୍ଲରର ମୁଖ୍ୟ ଜିତୁ ଠାକୁର କୁହନ୍ତି ଯେ ୯ ମାସ ହେଲାଣି ଏହି ଫେସିଆଲ୍ ବଜାରକୁ ଆସିଛି। ଗ୍ରାହକଙ୍କ ରୁଚି ଅନୁଯାୟୀ ଓ ତ୍ବଚା ଅନୁଯାୟୀ ଆମେ ଫେସିଆଲ୍ କିଟ୍ ବ୍ୟବହାର କରିଥାଉ। ଏହାର ଦାମ୍ ୩୫୦୦ରୁ ଆରମ୍ଭ ହୋଇ ୫୦୦୦ ପର୍ଯ୍ୟନ୍ତ ରହିଛି। O3+, ଲାଲୁସା ଓ ମେଟ୍ ଫେସିଆଲ୍ର ଚାହିଦା ଅଧିକ ରହିଛି। ପ୍ରତି ୨୦ ଦିନରେ ଥରେ ହାଇଡ୍ରା ଫେସିଆଲ୍ କରିବାଦ୍ବାରା ମୁହଁର ମୃତ ଚର୍ମକୋଷଗୁଡ଼ିକ ନଷ୍ଟ ହୋଇ ଚର୍ମରେ ଆର୍ଦ୍ରତା ଭରିଥାଏ। ଏଥିରେ ଆମକୁ ହାତ ମାରିବାକୁ ପଡ଼ି ନଥାଏ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ମେସିନ୍ ହିଁ କରିଥାଏ। ତ୍ବଚାର ଚର୍ମର ଆବଶ୍ୟକତା ଅନୁଯାୟୀ ମେସିନ୍ଟି ତା’ର କାର୍ଯ୍ୟ କରିଥାଏ ସେଥିପାଇଁ ଆଜିକାଲି ଅଧିକାଂଶ ମହିଳା ଏହି ଫେସିଆଲ୍କୁ ପସନ୍ଦ କରୁଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।
ଆହୁରି ପଢ଼ନ୍ତୁ: ଭିଟାମିନ୍ ବି୧୨ ର ଅଭାବରେ ଅନୁଭବ ହୁଏ ମାତ୍ରାଧିକ ଥଣ୍ଡା
Follow Us