ମୁମ୍ବାଇ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁଯାୟୀ, ରାଜ୍ୟରେ ୧୫୩ ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୯୭ଟି ଆସନରେ ଆଗୁଆ ରହିଛି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର-ଝାଡଖଣ୍ଡରେ ଏନଡିଏ-ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର
ମହାରାଷ୍ଟ୍ରରେ ମୁଖ୍ୟ ରୂପେ ଶାସକ ମେଣ୍ଟ ମହାୟୁତି ଓ ବିରୋଧୀ ମେଣ୍ଟ ମହାବିକାଶ ଅଘାଡି(ଏମ୍ଭିଏ) ମଧ୍ୟରେ କଡ଼ା ଟକ୍କର ହେଉଛି। ଗୋଟିଏ ପଟେ ମହାୟୁତିରେ ଭାରତୀୟ ଜନତା ପାର୍ଟି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ସାମିଲ ଅଛନ୍ତି। ସେହିପରିଏମଭିଏର ମୁଖ୍ୟ ଦଳଗୁଡ଼ିକ ହେଉଛନ୍ତି ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି), ବରିଷ୍ଠ ନେତା ଶରଦ ପାୱାରଙ୍କ ଏନସିପି (ଏସପି) ଏବଂ କଂଗ୍ରେସ।
ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ ଆସନ ଜିତିଥିଲେ। ଅନ୍ୟାନ୍ୟ ୨୯ ଆସନରେ ବିଜୟୀ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଆଜୀବନ କାରାଦଣ୍ଡାଦେଶ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଆଶାରାମଙ୍କ ଆବେଦନ
Follow Us