୫ମାସରେ ୩୩କିଲୋ ଓଜନ ହ୍ରାସ କରିବାର ରହସ୍ୟ କହିଲେ ସିଦ୍ଧୁ

ବରିଷ୍ଠ କ୍ରିକେଟର ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ୫ମାସରେ ୩୩କିଲୋ ଓଜନ ହ୍ରାସ କରିଥିବାର ଦାବି କରିଛନ୍ତି। ଇନଷ୍ଟାଗ୍ରାମରେ ଓଜନ ହ୍ରାସର ଯାତ୍ରା ସମ୍ପର୍କରେ ଏକ ପୋଷ୍ଟ ସେୟାର କରିଛନ୍ତି

ସତସୀୗ

ନୂଆଦିଲ୍ଲୀ: ବରିଷ୍ଠ କ୍ରିକେଟର ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ନବଜୋତ କୌର ଘରୋଇ ଉପଚାର ଦ୍ବାରା କର୍କଟରୁ ମୁକ୍ତି ପାଇଥିବାର ଦାବି କରିବାକୁ ନେଇ ଚର୍ଚ୍ଚାରେ ଥିଲେ।

ଏଭଳି ଚର୍ଚ୍ଚା ମଧ୍ୟରେ ନବଜୋତ ୫ମାସରେ ୩୩କିଲୋ ଓଜନ ହ୍ରାସ କରିଥିବାର ଦାବି କରିଛନ୍ତି। ସିଦ୍ଧୁ ନିଜର ଇନଷ୍ଟାଗ୍ରାମରେ ଓଜନ ହ୍ରାସର ଯାତ୍ରା ସମ୍ପର୍କରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜର ପୂର୍ବ ଓ ଏବେର ଫଟୋ ବି ଯୋଡ଼ିଛନ୍ତି।  ଏହି ଫଟୋରେ ଲୋକେ ସିଦ୍ଧୁଙ୍କ ଟ୍ରାନ୍ସଫରମେସନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିଦ୍ଧୁ ତାଙ୍କ ଓଜନ ହ୍ରାସର ଶ୍ରେୟ ବ୍ୟାୟାମ, ପ୍ରାଣାୟାମକୁ ଦେଇଛନ୍ତି। 

ଅଧିକପଢ଼ନ୍ତୁ:୩୦୦ଟଙ୍କା ପାଇଁ ଜୀବନ ନେଇଗଲା ସାଙ୍ଗ

ସିଦ୍ଧୁ କହିଛନ୍ତି, ‘ମୁଁ ଅଗଷ୍ଟ ପରେ ୫ମାସରୁ କମ ସମୟ ମଧ୍ୟରେ ୩୩କିଲୋ ଓଜନ ହ୍ରାସ କରି ପାରିଛି। ମନରେ ଇଚ୍ଛା ଶକ୍ତି ଥିଲେ କୌଣସି କାମ ବି ଅସମ୍ଭବ ହୋଇ ନଥାଏ। କୌଣସି ବ୍ୟକ୍ତି ଯଦି ଓଜନ ହ୍ରାସ କରିବାକୁ ଯାଉଛନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ‌ଯୋଗ, ପ୍ରାଣାୟମ ସହିତ ସନ୍ତୁଳିତ ଆହାର ସେବନ କରିବା ଦିଗରେ ପ୍ରଥମ‌େ ପ୍ରାଧାନ୍ୟ ଦେବାକୁ ପଡ଼ିବ।

ଅଧିକପଢ଼ନ୍ତୁ:ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆରଧ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe