Anytime is tea time: ଶୀତ ଋତୁକୁ ଉଷୁମ ଚା"... ସକାଳ ହେଉ କି ସଞ୍ଜ, ଚା'କପ୍ ଡାକେ ଆ ଆ... ଜାଣନ୍ତୁ ଘରେ କେମିିତି କରିବେ ମସଲା ଚା’ ?

ଚା’ କପେ ପିଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ସେଇଥିପାଇଁ କଥାଟିଏ ଅଛି, ‘ଏନିଟାଇମ୍‌ ଇଜ୍‌ ଟି ଟାଇମ୍‌’। ସବୁ ଘରେ ଚା’ର ସ୍ବାଦ ଅଲଗା। ଶୀତରେ କପେ ଚା’ ଦେହରେ ଫୁର୍ତ୍ତି ଆଣିବା ସହିତ ମନକୁ ତାଜା କରିଥାଏ...

Recipe: Tea

Recipe: Tea Photograph: (sambad.in)

ଭୁବନେଶ୍ବର: ଚା’ କପେ ପିଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ସେଇଥିପାଇଁ କଥାଟିଏ ଅଛି, ‘ଏନିଟାଇମ୍‌ ଇଜ୍‌ ଟି ଟାଇମ୍‌’। ସବୁ ଘରେ ଚା’ର ସ୍ବାଦ ଅଲଗା। ଏହି ଶୀତରେ ଆସନ୍ତୁ ଘରେଥିବା କିଛି ମସଲା ନେଇ ତିଆରି କରିବା ଚା’ ମସଲା।

କିପରି କରିବେ ଚା’ ମସଲା, ଜାଣନ୍ତୁ...

୧- ଆସନ୍ତୁ ତିଆରି କରିବ‌ା ଚା’ ପ୍ରିମିକ୍ସ। ଗେ‌ାଟେ କପ୍‌ ଭଲ ଚା’ପତି, ଗୋଟେ କପ୍‌ ଚିନି, ୫/୬ଟି ଗୁଜୁରାତି, ୮/୧୦ଟି ଗୋଲମରିଚ, ୨ଚାମଚ ଶୁଣ୍ଠି/ ଅଦା ପାଉଡରକୁ ମିଶାଇ ଭଲକି ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏହାକୁ ସରୁଜାଲିରେ ଛାଣି ଦିଅନ୍ତୁ। ଏହାପରେ ଏଥିରେ ଦୁଇକପ୍‌ ମିଲ୍କ ପାଉଡର୍‌ ମିଶେଇ ଏୟାର୍‌ ଟାଇଟ୍‌ ଡବାରେ ରଖନ୍ତୁ। ଶୀତଦିନେ ବାହାରକୁ ବୁଲିବାକୁ ଯାଉଥିଲେ ଛୋଟ ଛୋଟ ପାଉଚ୍‌ରେ ପୁରାଇ ନିଅନ୍ତୁ। ବାସ୍‌ ଇଚ୍ଛା ହେଲେ ଗରମ ପାଣିରେ ଗୋଟେ ଚାମଚ ପାଉଡର ମିଶାନ୍ତୁ ଆଉ ପିଅନ୍ତୁ।

ଆହୁରି ପଢ଼ନ୍ତୁ:Secret Story Of Human Hair: କେଶର ରୋଚକ କଥା: ମଣିଷ ମୁଣ୍ଡରୁ ଦୈନିକ କେତୋଟି ଚୁଟି ଝଡ଼ିଥାଏ ? ଚୁଟିର ଆୟୁଷ କେତେ ? ଜାଣନ୍ତୁ…

୨- ୨୫୦ ଗ୍ରାମ୍‌ ଗୁଜୁରାତି, ୨୫ ଗ୍ରାମ ଗୋଲମରିଚ, ୨୫ ଗ୍ରାମ ଲବଙ୍ଗ, ଡାଳଚିନି ୫୦ ଗ୍ରାମ, ୪ଟି ଅଳେଇଚ, ୨ଟି ଜାଇତ୍ରୀ, ଫାଳେ ଜାଇଫଳ, ୧୦୦ ଗ୍ରାମ ଶୁଖିଲା ଅଦା/ ଶୁଣ୍ଠି ନେଇ ହାଲୁକା ଆଞ୍ଚରେ ବାସ୍ନା ବାହାରିବା ଯାଏ(୫/୬ ମିନିଟ୍‌) ଭାଜନ୍ତୁ। ଥଣ୍ଡା ହେଲେ ଭଲଭାବେ ଗୁଣ୍ଡ କରି କାଚ ବୋତଲରେ ପୂରେଇ ରଖନ୍ତୁ। ଦୁଇକପ୍‌ ଚା’ ପାଇଁ ଅଧା ଚା’ ଚାମଚ ମସଲା ଯଥେଷ୍ଟ ହେବ। 

ଆହୁରି ପଢ଼ନ୍ତୁ:Ankylosing Spondylitis: ସାବଧାନ! ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗର ଆରମ୍ଭରୁ ଚିକିତ୍ସା କରାଇ ନିଅନ୍ତୁ; ନଚେତ ଅସୁବିଧା ଭୋଗି ପାରନ୍ତି

୩- ସେମିତି ଚଟାପଟ ମସଲା ‌ବନେଇବାକୁ ଚାହୁଁଥିଲେ ଗ୍ରାଇଣ୍ଡର୍‌ରେ ନିଅନ୍ତୁ ୮/୧୦ ଲବଙ୍ଗ, ୮/୧୦ ଗୋଲମରିଚ, ଗୋଟେ ଚାମଚ ପାନମହୁରି, ୪ଟି ଗୁଜୁରାତି, ଛୋଟ ଖଣ୍ଡେ ଜାଇତ୍ରୀ, ଦୁଇଚାମଚ ଶୁଖିଲା ଗେ‌ାଲାପ ପାଖୁଡ଼ା, ଛୋଟ ଖଣ୍ଡେ ଅଦା/ଶୁଣ୍ଠି। ଏସବୁ ଭଲକି ଗୁଣ୍ଡ କରି ଚା’ ମସଲା ତିଆରି କରିପାରି‌ବେ।

ରିପୋର୍ଟ: ପ୍ରଜ୍ଞା ନିବେଦିତା ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe