ଭୁବନେଶ୍ୱର: ବହୁ ସମୟ କମ୍ପ୍ୟୁଟର ଆଗରେ ହେଉ ଅବା ଘରେ ନଇଁ କରି କାମ କରିବା ଦ୍ବାରା ପିଠିରେ ଯନ୍ତ୍ରଣା ହୋଇଥାଏ। ମହିଳାମାନଙ୍କଠାରେ ଅଣ୍ଟା ବିନ୍ଧା ବେଶି ଦେଖାଯାଏ। ସେଥିରୁ ବିରାମ ପାଇବା ପାଇଁ ବିଭିନ୍ନ ପ୍ରକାର ଆସନ ରହିଛି। ସେଥିମଧ୍ୟରୁ କଟି ଚକ୍ରାସନ ଅନ୍ୟତମ।

Advertisment

କଟି ଚକ୍ରାସନଦ୍ବାରା ଅଣ୍ଟା, ପିଠି ଓ ନିତମ୍ବ କାର୍ଯ୍ୟକ୍ଷମ ହୁଏ। ପିଠି ଯନ୍ତ୍ରଣା ଏବଂ ଦେହ ଭଙ୍ଗୀର ସମସ୍ୟା ଠିକ୍‌ କରିବାରେ ସାହାଯ୍ୟ କରେ। ଏହାଦ୍ବାରା ଶରୀର ହାଲୁକା ହେବା ସଙ୍ଗେସଙ୍ଗେ ମାନସିକ ଚାପ ଉପଶମ କରିବାରେ ଏହାକୁ ଦିନର ଯେ କୌଣସି ସମୟରେ ବ୍ୟବହାର କରାଯାଇପାରେ। 

 ଏଥିରେ,

* ପ୍ରଥମେ ପାଦକୁ ପ୍ରାୟ ଅଧାମିଟର ଛଡ଼ାରେ ରଖି ଠିଆ ହୁଅ, ହାତ ଦୁଇ କଡ଼ରେ ରଖ।
* ନିଶ୍ବାସ ଛାଡ଼ ଓ ଦେହକୁ ବାମ ଦିଗକୁ ମୋଡ଼।
* ଡାହାଣ ହାତ ବାମ କାନ୍ଧ ଉପରକୁ ଆଣ ଏବଂ ବାମ ହାତ ପିଠି ପଟେ ବୁଲାଇ ରଖ।
* ବାମ ହାତକୁ ଅଣ୍ଟାର ଡାହାଣ କଡ଼କୁ ଆଣ।
* ବାମ କାନ୍ଧ ଉପର ଦେଇ ଯେତେ ଦୂର ‌ପାର ଦେଖ। ଦୁଇ ସେକେଣ୍ଡ ନିଶ୍ବାସ ଧରିରଖ, ‌ଦେହକୁ ଆଉ ଟିକିଏ ଅଧିକା ମୋଡ଼, ପେଟକୁ ଧୀରେ ପ୍ରସାରିତ କରିବାକୁ ଚେଷ୍ଟା କର।
* ନିଶ୍ବାସ ନିଅ ଓ ପ୍ରାରମ୍ଭିକ ସ୍ଥିତିକୁ ଫେରିଆସ
* ବିପରୀତ ଦିଗରେ ଅଭ୍ୟାସ କର ଓ ଗୋଟିଏ ଚକ୍ର ପୂରା କର।
ଏହିପରି ୫ରୁ ୧୦ ଚକ୍ର ଅଭ୍ୟାସ କର।
ସଜାଗତା: ଦେହର ଗତି ନିଶ୍ବାସର ସାମଞ୍ଜସ୍ୟ ରହିବାରେ ଏବଂ ପେଟ ଓ ମେରୁଦଣ୍ଡ ମାଂସପେଶୀ ଟାଣି ହେବାରେ ଲକ୍ଷ୍ୟ ରଖିବା ଉଚିତ।