ବାୟୁ ପ୍ରଦୂଷଣ ଏକ ନିରବ ଘାତକ ଭାବେ ବିବେଚିତ ହୋଇଥାଏ। ବାୟୁ ପ୍ରଦୂଷଣ କାରଣରୁ ଶ୍ୱାସକ୍ରିୟାଜନିତ ରୋଗରେ ନବଜାତ ଶିଶୁଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ବିଶ୍ବର ୯୦ ପ୍ରତିଶତରୁ ଅଧିକ ଶିଶୁ ବିଷାକ୍ତ ବାୟୁ ସେବନ କରୁଛନ୍ତି। ଦେଶର ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତିବର୍ଷ ଶୀତଦିନେ ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ବିଭିନ୍ନ କାରଣରୁ ଓଡ଼ିଶାର କେତେକ ସହର ଓ ଶିଳ୍ପ ତଥା ଖଣି ଅଞ୍ଚଳରେ ବାୟୁ ଗୁଣବତ୍ତା(ଏକ୍ୟୁଆଇ) ସାଂଘାତିକ ରହୁଛି। ଚଳିତ ବର୍ଷ ଅନୁଗୁଳ, ତାଳଚେର ଓ ବାଲେଶ୍ବରରେ ବାୟୁର ମାନ ଜଟିଳ ସ୍ଥିତିରେ ଥିଲା। ଏହାକୁ ବିଚାରକୁ ନେଇ ଜନସାଧାରଣଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ବାୟୁ ପ୍ରଦୂଷଣର କୁପ୍ରଭାବକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସତର୍କ ରହିବା ସହ ନିଜ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନାଗରିକ ଦାୟିତ୍ବବୋଧର ଅନୁପାଳନ ଜରୁରି।
Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ
ନିଜେ ସୁରକ୍ଷିତ ରହିବାର ମାର୍ଗ
l ନିୟମିତ ଯାତାୟାତ ବେଳେ ଧୂଳିଧୂଆଁପୂର୍ଣ୍ଣ ରାସ୍ତା, ନିର୍ମାଣସ୍ଥଳୀ, ଟ୍ରାଫିକ୍ ଜାମ୍ ରାସ୍ତାକୁ ଏଡ଼ାଇ ବିକଳ୍ପ ରାସ୍ତା ବାଛନ୍ତୁ।
l ପ୍ରଦୂଷିତ ଅଞ୍ଚଳରେ ଚାଲିକରି ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ।
l ଆପଣ ରହୁଥିବା ସହରରେ ଯେଉଁ ଦିନଗୁଡ଼ିକ ବାୟୁର ମାନ ଅତ୍ୟନ୍ତ ଖରାପ ଥାଏ, ବାହାରେ ଯଥାସମ୍ଭବ କମ୍ ସମୟ ରହିବାକୁ ଉଦ୍ୟମ କରନ୍ତୁ।
l ଧୂଳି ଧୂଆଁ ପ୍ରଭାବିତ ଅଞ୍ଚଳରେ ରହୁଥିଲେ, ଘରର ଝରକା ଓ କବାଟ ସକାଳେ ଓ ସନ୍ଧ୍ୟା ସମୟରେ ବନ୍ଦ ରଖି ଯାନବାହନ କମ୍ ଚଳାଚଳ କରୁଥିବା ସମୟରେ ଖୋଲା ରଖନ୍ତୁ।
l ଘର ଭିତରେ ମଶାବତି ଉପରେ ଯଥାସମ୍ଭବ କମ୍ ନିର୍ଭର କରନ୍ତୁ।
l ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ, ଫଳ ପନିପରିବା ଆଦି ଅଧିକ ସେବନ କରନ୍ତୁ।
ପ୍ରଦୂଷଣ ରୋକିବା ଦିଗରେ ସାମାଜିକ ଦାୟିତ୍ବ
l ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ ନିର୍ଦ୍ଦିଷ୍ଟ ସମୟରେ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ମାର୍ଗଦର୍ଶିକାର ଅନୁପାଳନ କରନ୍ତୁ।
l ସହରାଞ୍ଚଳରେ ଯଥାସମ୍ଭବ ପବ୍ଲିକ୍ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରନ୍ତୁ।
l ପାଖ ବଜାରକୁ ସାଇକଲ୍ରେ କିମ୍ବା ଚାଲିକରି ଯିବାଆସିବା କରନ୍ତୁ।
l ବିଦ୍ୟୁତ୍ ଶକ୍ତି ଅପଚୟ କରନ୍ତୁ ନାହିଁ। କାରଣ ତାପଜ ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ବାୟୁ ପ୍ରଦୂଷଣ ବଢ଼ିଥାଏ।
l ବାୟୁ ପ୍ରଦୂଷଣ କରୁଥିବା ବର୍ଜ୍ୟବସ୍ତୁ ବାହାରେ ଏଣେତେଣେ ପକାନ୍ତୁ ନାହିଁ କିମ୍ବା ଟାୟାର୍, ପଲିଥିନ୍ ଆଦି ଜାଳନ୍ତୁ ନାହିଁ।
Follow Us