Loss Of Appetite Reason: ଶରୀରରେ ଏହି ଭିଟାମିନ୍ ଅଭାବ ହେଲେ ଭୋକ ନଲାଗିବା ସହ ବଢ଼ିଯାଏ ହୃଦଘାତର ଆଶଙ୍କା

ଭିଟାମିନ୍ B1 (ଥାୟାମିନ୍) ଶରୀରର ଶକ୍ତି ଉତ୍ପାଦନ ଓ ପାଚନତନ୍ତ୍ର ପାଇଁ ଅତ୍ୟନ୍ତ ଜରୁରୀ। ଏହାର ଅଭାବ ହେଲେ ଭୋକ ନ ଲାଗିବା, ପେଟ ଭରିଥିବା ଭଳି ଲାଗିବା, ଥକ୍କାପଣ, ମାଂସପେଶୀ ଦୁର୍ବଳତା, ସ୍ମୃତି ହ୍ରାସ ଓ ହୃଦଘାତ ପର୍ଯ୍ୟନ୍ତ ସମସ୍ୟା ହୋଇପାରେ।

Loss Of Appetite

Loss Of Appetite Reason Photograph: (sambad.in)

ଖାଦ୍ୟ ଶରୀରକୁ ସାରା ଦିନ ସକ୍ରିୟ ରଖିବା ପାଇଁ ଶକ୍ତି ଯୋଗାଇଥାଏ। ଖାଦ୍ୟରୁ ଶରୀରକୁ ଆବଶ୍ୟକୀୟ ଭିଟାମିନ ଓ ପ୍ରୋଟିନ ମିଳିଥାଏ। ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟକର ଓ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଦୀର୍ଘ ସମୟ ପାଇଁ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କୌଣସି ଗୋଟାଏ ଭିଟାମିନର ଅଭାବ ହେଲେ ଶରୀରରେ ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ। ଆଜି ଆମେ ଭିଟାମିନ୍ B1ବିଷୟରେ ଆପଣମାନଙ୍କୁ ଜଣାଇବୁ।

ଭୋକ ନ ଲାଗିବା ସାଧାରଣତଃ ଚିନ୍ତାର କାରଣ ନୁହେଁ। କିନ୍ତୁ ଯଦି ଘଣ୍ଟା ଘଣ୍ଟା ପରେ ବି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ ଏହା ଚିନ୍ତାର କାରଣ ହୋଇପାରେ। ଶରୀରରେ ଭିଟାମିନ୍ B1ର ଅଭାବ ଦେଖାଗଲେ ଏଭଳି ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ। ଭିଟାମିନ୍ ବି୧ର (ଥାୟାମିନ୍) ଅଭାବ ପାକସ୍ଥଳୀର କାର୍ଯ୍ୟକାରିତା ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହା ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ଖାଦ୍ୟ ନ ଖାଇ ମଧ୍ୟ ପେଟ ଭରିବା ଭଳି ଅନୁଭବ ହୁଏ। ବିଶେଷ କରି ଗରମ ହେଲେ, ଚାପଗ୍ରସ୍ତ ହେଲେ କିମ୍ବା ବାହାରେ ମିଳୁଥିବା ଫାଷ୍ଟଫୁଡ ଖାଇଲେ ଏହି ସମସ୍ୟା ଆହୁରି ବଢ଼ିପାରେ। ତେଣୁ ଏହି ଲକ୍ଷଣଗୁଡ଼ିକ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ମାଂସପେଶୀ ଦୁର୍ବଳ କରିପାରେ। 

ଭିଟାମିନ୍ ବି୧ ଅଭାବର କାରଣ

ଭିଟାମିନ୍ ବି୧ ଅଭାବ ଅଧିକ ପରିମାଣରେ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ଅଧିକ ଦେଖାଯାଏ। ବାହାରେ ମିଳୁଥିବା ଫାଷ୍ଟଫୁଡ୍, ରୋଗ ପାଇଁ ଅଧିକ ସମୟ ଧରି ଔଷଧ ସେବନ, ବାରମ୍ବାର ବାନ୍ତି କିମ୍ବା ଝାଡ଼ା, ଏବଂ ଗ୍ୟାଷ୍ଟ୍ରିକ୍ ହେବା, ବାଇପାସ୍ ସର୍ଜରୀ ମଧ୍ୟ ଭିଟାମିନ୍ ବି୧ ଅଭାବର କାରଣ ହୋଇପାରେ।

ଶରୀରରେ କ’ଣ ସବୁ ଲକ୍ଷଣ ଦେଖାଦେଇଥାଏ? 

ଭିଟାମିନ ବି୧ ଅଭାବ ହେଲେ ଶରୀରରେ ଥକ୍କାପଣ, ମାଂସପେଶୀ ଦ୍ରୁବଳ ହେବା, ହାତପାପୁଲି ଝିମଝିମ ହେବା ଭଳି ଲାଗିଥାଏ । ଏହା ସହ ଓଜନ ହ୍ରାସ ,ସ୍ମୃତି ଶକ୍ତି ହ୍ରାସ, କିମ୍ବା  ହୃଦ୍‌ଘାତ ପରି ରୋଗ ହେବାର ଲକ୍ଷଣ ମଧ୍ୟ ଦେଖିବା‌କୁ ମିଳେ।

କେଉଁ ଖାଦ୍ୟରେ ଭିଟାମିନ ବି୧ ରହିଥାଏ?

ଭିଟାମିନ ବି ୧ ବା ଥାୟାମିନ୍ ଅଧିକ ମାତ୍ରାରେ ମାଛ ଓ ମାଂସରେ ରହିଥାଏ। ଏହାଛଡା ସବୁଜ ମଟର, ସୁର୍ଯ୍ୟମୁଖୀ ମଞ୍ଜି, ଲଙ୍କା, ଦଲିଆ, ବାଦାମ, ଡାଲି, ଆଦିରେ ରହିଥାଏ। ସେହିପରି  କ୍ଷୀର, ଅଣ୍ଡା, ସବୁଜ ପନିପରିବା, ଲେମ୍ବୁ, ମଟର, ରାଜମା, ଚଣା ଏବଂ ଗଜା ହୋଇଥିବା ଶସ୍ୟରେ ଭିଟାମିନ ବି୧ ବିପୁଳ ମାତ୍ରାରେ ରହିଥାଏ।

ଆହୁରି ପଢ଼ନ୍ତୁ: Political Storm in Bihar: ନୀତିଶ କୁମାରଙ୍କ ସ୍ଥିତି ନେଇ ସସପେନ୍ସ: ବିହାରରେ ରାଜନୈତିକ ଭୂକମ୍ପ ଆଣିଲା ବିଜେପି ସମ୍ପର୍କରେ ପପୁ ଯାଦବଙ୍କ ମନ୍ତବ୍ୟ

ଆହୁରି ପଢ଼ନ୍ତୁ: 17 Detained Bhadrak Bangladeshi Link: ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ, ଚାଲିଛି ପ୍ରମାଣପତ୍ର ଯାଞ୍ଚ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe