ମେଷ: ରବି ଓ ସୋମବାର ବିଶେଷ କାମରେ ସଫଳ ହେବେ। ମଙ୍ଗଳ, ବୁଧ ଓ ଗୁରୁବାର ବେପାରରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ବିଜ୍ଞାନ କ୍ଷେତ୍ରରେ ଥିବା ଲୋକ ନୂଆ ସଂଧାନରୁ ବଡ଼ ସଫଳତା ପାଇବେ।

Advertisment

ବୃଷ: ରବି ଓ ସୋମବାର ପ୍ରିୟଜନଙ୍କ ଉପରେ ଥିବା ଭ୍ରମ ଧାରଣା ଦୂରହେବ। ମଙ୍ଗଳ, ବୁଧ ଓ ଗୁରୁବାର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁକ୍ର ଓ ଶନିବାର ସାହିତ୍ୟିକ ଗଦ୍ୟ ବା ପଦ୍ୟ ଲେଖିପାରନ୍ତି।

ମିଥୁନ: ରବି ଓ ସୋମବାର ଉଚ୍ଚବର୍ଗର ଲୋକଙ୍କ ସହିତ ସଂପର୍କ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଶୁକ୍ର ଓ ଶନିବାର ଶତ୍ରୁ ଆପଣଙ୍କ ପ୍ରଭାବରେ ଦବି ରହିବେ। 

ଆହୁରି ପଢ଼ନ୍ତୁ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଜାୟରା ୱାସିମ୍

କର୍କଟ: ରବି ଓ ସୋମବାର ନୂଆ ବିଚାରରେ କାମକରି ଯଥେ‌ଷ୍ଟ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବେ। ଶୁକ୍ର ଓ ଶନିବାର ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରହିବ। ‌ 

ସିଂହ: ରବି ଓ ସୋମବାର ଟ୍ରାଭେଲ୍‌ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। 

କନ୍ୟା: ରବି ଓ ସୋମବାର ଉନ୍ନତିର କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ମଙ୍ଗଳ, ବୁଧ ଓ ଗୁରୁବାର ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ଶୁକ୍ର ଓ ଶନିବାର ଘରେ ଖୁସିର ବାତାବରଣ ରହିବ।

ଆହୁରି ପଢ଼ନ୍ତୁ: ମୁଁ କେବେ ଭାବି ନଥିଲି ଯେ ମୁଁ ବିବାହ କରିବି

ତୁଳା: ରବି ଓ ସୋମବାର ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ଜୀବନ ସୁଖମୟ ରହିବ। ଶୁକ୍ର ଓ ଶନିବାର କର୍ତ୍ତୃପକ୍ଷ ଉପହାର ସ୍ବରୂପ କୌଣସି ଉପଯୋଗୀ ଜିନିଷ ଦେବେ। 

ବିଛା: ରବି ଓ ସୋମବାର ସଠିକ୍ ଯୋଜନା ପ୍ରସ୍ତୁତ କରିବା ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। 

ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ଲାଗି ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ଧନୁ: ରବି ଓ ସୋମବାର ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନକରି ପରିଶ୍ରମ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ଧନଲାଭର ନୂଆ ମଉକା ପାଇବେ। ଶୁକ୍ର ଓ ଶନିବାର  ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। 

ମକର: ରବି ଓ ସୋମବାର ପରିଶ୍ରମ କରି ଉଦ୍ଦେଶ୍ୟପ୍ରାପ୍ତ ହୋଇପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର ଅଫିସ୍‌ରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଶୁକ୍ର ଓ ଶନିବାର ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ।

କୁମ୍ଭ: ରବି ଓ ସୋମବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ। ଶୁକ୍ର ଓ ଶନିବାର ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଏକାଧିକ ସାଂସଦଙ୍କର ରହିଛି ଘର

ମୀନ: ରବି ଓ ସୋମବାର ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ମଙ୍ଗଳ, ବୁଧ ଓ ଗୁରୁବାର ଆର୍ଥିକପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁକ୍ର ଓ ଶନିବାର ଘରେ ପୂଜାପାଠ ଆୟୋଜନ କରିବେ। 

horoscope