Administration Reached Village: ମନୁଷପଦର ଗ୍ରାମରେ ପହଞ୍ଚିଲା ପ୍ରଶାସନ

ରାୟଗଡ଼ା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ  ନେତୃତ୍ବରେ ଏକ ଟିମ୍  ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନୁଷପଦର ଗ୍ରାମକୁ ବୁଧବାର ଦିନ ଗସ୍ତ କରିଛନ୍ତି।

Rayagada

District administration of Rayagda reach remote village on Wednesday. Photograph: (sambad.in)

ରାୟଗଡ଼ା: ଗତ ଅକ୍ଟୋବର ମାସରେ ଦୈନିକ ‘ସମ୍ବାଦ’ରେ ବଦଳିଲାନି ମନୁଷପଦର ଗ୍ରାମର ଚିତ୍ର ସନ୍ଦର୍ଭରେ ଏକ ରିପୋର୍ଟ ବାହାରିବା ପରେ ପରିସ୍ଥିତିକୁ ହୃଦୟଙ୍ଗମ କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ  ନେତୃତ୍ବରେ ଏକ ଟିମ୍  ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନୁଷପଦର ଗ୍ରାମକୁ ବୁଧବାର ଦିନ ଗସ୍ତ କରିଛନ୍ତି। ଯଦିଓ ଆଜି ସରକାରୀ ଛୁଟି ଥିଲେ ମଧ୍ୟ ତିନୋଟି ନାଳ ପାରି ହୋଇ ଦୁଇ କିଲୋମିଟର ରାସ୍ତା ଚାଲିଚାଲି ମନୁଷପଦର ଗ୍ରାମକୁ ଶ୍ରୀ ଖେମୁଣ୍ଡୁଙ୍କ ନେତୃତ୍ବରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ପହଞ୍ଚିଥିଲେ। ମନୁଷପଦର ଗ୍ରାମର ମୌଳିକ ସୁବିଧା ଅସୁବିଧା ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ତାର ସମାଧାନ କିଭଳି ହୋଇପାରିବ ସେ ବିଷୟରେ ବିସ୍ତୃତ ଭାବେ ପ୍ରଶାସନିକ ଅଧିକାରୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।

‘ଡିପଥେରିଆ’ରେ ଆକ୍ରାନ୍ତ ୫ଶିଶୁଙ୍କ ମୃତ୍ୟୁ

ପ୍ରକାଶ ଥାଉକି ପ୍ରାୟ ଗତ ବର୍ଷ ଉକ୍ତ ଗ୍ରାମର ୫ଜଣ ଶିଶୁ ଡିପଥେରିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନର ତ୍ଵରିତ ପଦକ୍ଷେପ ଗ୍ରହଣ କରି ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ ବିଶେଷ ଭାବରେ ଲୋକଙ୍କ ମୌଳିକ ସମସ୍ୟା ଯଥା ରାସ୍ତା, ପାନୀୟଜଳ, ବିଜୁଳି, ଅଙ୍ଗନବାଡି କେନ୍ଦ୍ର, ସ୍କୁଲର ଭିତିଭୂମି ଓ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ହିତାଧିକାରୀମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଏହି ସମସ୍ୟା ଗୁଡିକ ସଂପର୍କରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ଅବଗତ କରାଯାଇ ତ୍ଵରିତ ଭାବରେ ଏହାର ସମାଧାନ କରାଯିବ ବୋଲି ଗ୍ରାମରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ। 

ଆହୁରି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ରିଷଭ ପନ୍ତ

ସ୍ବାସ୍ଥ୍ୟ ଶିବିର ଆୟୋଜନ

ଗ୍ରାମର ଅଙ୍ଗନବାଡ଼ି କର୍ମୀ ଠିକ ଭାବରେ ତାଙ୍କର କାର୍ଯ୍ୟ ସମ୍ପାଦନା କରୁନଥିବା ଗ୍ରାମବାସୀଙ୍କ ଠାରୁ ଜାଣିବା ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ସବୁଦିନ ଠିକ ଭାବରେ ତାଙ୍କ ଦାଇତ୍ଵ ସମ୍ପାଦନ କରିବା ପାଇଁ ତାଗିଦ କରିଥିଲେ। ଏହି ଗ୍ରସ୍ତ ସମୟରେ ଉତ୍କଳ ଆଲୁମିନା ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ମନୁଷପଦର ଗ୍ରାମରେ ଶ୍ରୀ ଖେମୁଣ୍ଡୁଙ୍କ ଦ୍ଵାରା ଉଦ୍‌ଘାଟନ କରଯାଇଥିଲା। ଉତ୍କଳ ଆଲୁମିନା ତରଫରୁ ସିଏସ୍‌ଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର ଏବଂ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ପୀତାମ୍ବର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Women Cash Transfer Schemes: ମହିଳାଙ୍କୁ ସିଧାସଳଖ ଟଙ୍କା ହସ୍ତାନ୍ତର: ୧୨ ରାଜ୍ୟରେ ୧.୬୮ ଲକ୍ଷ କୋଟି ଖର୍ଚ୍ଚ, ଆର୍ଥିକ ଚାପ ବୃଦ୍ଧି

ମିଳିମିଶି କାମ କରିବାକୁ ପରାମର୍ଶ

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଗ୍ରସ୍ତ ସମୟରେ କାଶୀପୁର ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସଏ ଓ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ। ଆଗାମୀ ଦିନରେ ତତ୍ପରତାର ସହ କାର୍ଯ୍ୟ କରି ଲୋକଙ୍କର ମୌଳିକ ସମସ୍ଯା ଗୁଡିକ ସମାଧାନ କିଭଳି କରାଯାଇ ପାରିବ ତା ଉପରେ ଯତ୍ନବାନ ହେବାକୁ ନି‌ର୍ଦେଶ ଦେବା ସହ ମନୁଷପଦର ଗ୍ରାମରେ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ପାଇଁ  ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉପରେ ଶ୍ରୀ ଖେମୁଣ୍ଡୁ ଗୁରୁତ୍ବ‌ାରୋପ କରିଥିଲେ। ଏଠାରେ ସୂଚନାଯୋଗ୍ୟଯେ ବରିଷ୍ଠ ମାନବିକ ଅଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ ରାୟଗଡ଼ା ଜିଲ୍ଲାପାଳ ମନୁଷପଦର ଗ୍ରାମ ପରିଦର୍ଶନ କରନ୍ତୁ ବୋଲି ରାଜ୍ୟ ମାନବିକ ଅଧିକାର କମିସନ ଠାରେ ପିଟିସନ ଦାୟର କରିଥିଲେ।

ରିପୋର୍ଟ: ଶିବ ପ୍ରସାଦ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe