22 ITIs to be Centres: ୨୨ଟି ଆଇଟିଆଇ ହେବ ଉତ୍କର୍ଷ କେନ୍ଦ୍ର

Advertisment

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଶ୍ୱ ଦକ୍ଷତା କେନ୍ଦ୍ରରଠାରେ ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ.....

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଶ୍ୱ ଦକ୍ଷତା କେନ୍ଦ୍ରରଠାରେ ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ.....

Untitled-11

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଶ୍ୱ ଦକ୍ଷତା କେନ୍ଦ୍ରରଠାରେ ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ହୋଇଛି। ଟାଟା ଟେକ୍ନୋଲୋଜି ସହଭାଗିତାରେ ଓଡ଼ିଶାର ୨୨ଟି ସରକାରୀ ଆଇଟିଆଇକୁ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଭାବେ ଉନ୍ନିତ କରାଯିବ। ଏଥିପାଇଁ ୭୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜିନାମା ଅନୁଯାୟୀ ଓଡ଼ିଶା ସରକାର ପ୍ରକଳ୍ପ ଖର୍ଚ୍ଚର ୧୪% ବହନ କରିବେ ଏବଂ ଟାଟା ଟେକ୍ନୋଲୋଜିର ପ୍ରାୟ ୮୬% ଅବଦାନ ରହିବ। ଆଇଟିଆଇଗୁଡ଼ିକରେ ଅତ୍ୟାଧୁନିକ ପରୀକ୍ଷାଗାର ଏବଂ ଶିଳ୍ପ ଉପଯୋଗୀ ଆଧୁନିକ ଯନ୍ତ୍ରପାତି ସ୍ଥାପନ କରାଯିବ। ଉତ୍କର୍ଷ କେନ୍ଦ୍ରଗୁଡ଼ିକରେ ଅଟୋ ମୋବାଇଲ୍ ଯଥା ବୈଦ୍ୟୁତିକ ଯାନବାହାନ, ଡିଜାଇନ୍ ଓ ଯାଞ୍ଚ ଉପକରଣ, ଥ୍ରିଡି ପ୍ରିଣ୍ଟିଂ, ରୋବୋଟିକ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ଆଧୁନିକ ମାନୁଫାକ୍ଚରିଂ, ଉନ୍ନତ ସିଏନ୍‌ସି ଓ ଭିଏମ୍‌ସି ମେସିନିଂ, ପ୍ରୋସେସ୍ କଣ୍ଟ୍ରୋଲ୍ ପରି ଉଦୀୟମାନ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ। ଟାଟା ଟେକ୍ନୋଲୋଜି ୫ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷକ ନିୟୋଜନ, ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଏବଂ ନିଯୁକ୍ତି କ୍ଷେତ୍ରରେ ସହାୟତା ପ୍ରଦାନ କରିବ।

6 plays in 3 languages: ୫ ଦିନରେ ୩ ଭାଷାରେ ୬ଟି ନାଟକ

TVS Apache RTX: ଟିଭିଏସ୍‌ ଆପାଚେ ଆର୍‌ଟିଏକ୍ସ


ଅନ୍ୟ ତିନୋଟି ବୁଝାମଣାପତ୍ର ମଧ୍ୟ ହୋଇଛି। ୟୁନିସେଫ୍‌ ସହଭାଗିତାରେ ‘ୟୁଥ୍‌ ହବ୍‌’ ପ୍ଲାଟଫର୍ମ ମାଧ୍ୟମରେ ୨ହଜାରରୁ ଅଧିକ ଛାତ୍ରୀଙ୍କୁ ଡିଜିଟାଲ୍‌ ଦକ୍ଷତା ପ୍ରଶିକ୍ଷଣ ଓ ନିଯୁକ୍ତିରେ ସହାୟତା କରାଯିବ। ବିଶ୍ବ ଦକ୍ଷତା କେନ୍ଦ୍ର ଓ କାୱାସାକି ରୋବୋଟିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ସହଭାଗୀତାରେ ରୋବୋଟିକ୍ସ, ଅଟୋମେସନ୍ ଓ ‘ଇଣ୍ଡଷ୍ଟ୍ରି-୪.୦’ ଟେକ୍ନୋଲୋଜି କ୍ଷେତ୍ରରେ ଯୁବପିଢ଼ିଙ୍କୁ ଦକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଦକ୍ଷତା ବିକାଶ କେନ୍ଦ୍ର ଓ ଆତ୍ରେୟ ଗ୍ଲୋବାଲ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ହୋଇଥିବା ଆଉ ଏକ ବୁଝାମଣାପତ୍ର ଦ୍ୱାରା ଜର୍ମାନୀ ଓ ଅନ୍ୟ ୟୁରୋପୀୟ ଦେଶରେ ନିଯୁକ୍ତି ପାଇଁ ଭାଷା ପ୍ରଶିକ୍ଷଣ ଓ ବିଦେଶୀ ନିଯୁକ୍ତି ସୁବିଧା ପ୍ରଦାନ କରିବ। ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କର ମୁଖ୍ୟ ପ୍ରାଥମିକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି। କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ବିଭାଗ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବିଭାଗୀୟ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋର, ଦକ୍ଷତା ବିକାଶ କେନ୍ଦ୍ରର ସିଇଓ ରଶ୍ମି ମହାପାତ୍ର, କାୱାସାକିର ପରିଚାଳନା ନିର୍ଦ୍ଦେଶକ ହିରୋଶି ମିୟାକେ, ୟୁନିସେଫ୍‌ର ଓଡ଼ିଶା କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ ଦାଶ, ଆତ୍ରେୟର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଟାଟା ଟେକ୍ନୋଲୋଜିଜ ଗ୍ଲୋବାଲ୍ ଡେଲିଭରି ମୁଖ୍ୟ ୟତେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe