9,000 tourists: ଖଣ୍ଡଗିରି-ଉଦୟଗିରି ବୁଲିଲେ ୯ହଜାର ପର୍ଯ୍ୟଟକ

Advertisment

ନୂଆବର୍ଷ ପାଇଁ ଆଜି ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳୀରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସନ୍ଧ୍ୟା ଯାଏ ଉଭୟ ପାହାଡ଼ରେ ୧୩ ହଜାରରୁ ଅଧିକ ପର୍ଯ୍ୟଟକ....

ନୂଆବର୍ଷ ପାଇଁ ଆଜି ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳୀରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସନ୍ଧ୍ୟା ଯାଏ ଉଭୟ ପାହାଡ଼ରେ ୧୩ ହଜାରରୁ ଅଧିକ ପର୍ଯ୍ୟଟକ....

Untitled-9

ଖଣ୍ଡଗିରି: ନୂଆବର୍ଷ ପାଇଁ ଆଜି ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳୀରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସନ୍ଧ୍ୟା ଯାଏ ଉଭୟ ପାହାଡ଼ରେ ୧୩ ହଜାରରୁ ଅଧିକ ପର୍ଯ୍ୟଟକ ସମାଗମ ହୋଇଥିଲେ। ଜାତୀୟ ରାଜପଥରୁ ପାହାଡ଼ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଦେଖିବାକୁ ମିଳିବା ସହ ଶହଶହ କାର ରାସ୍ତାକୁ ଜାମ୍‌ କରିଦେଇଥିଲା। ଫଳରେ ଭିଡ଼ ଭିତରେ ଯମଜ ପାହାଡ଼ରେ ଗାଡ଼ି ପାର୍କିଂ ନେଇ ସମସ୍ୟା ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଉଭୟ ପାହାଡ଼କୁ ଆଜି ୯ହଜାର ୩ଶହ ଜଣ ବୁଲିଛନ୍ତି। ୧୫ ବର୍ଷରୁ କମ୍ ଥିବା ପିଲାଙ୍କ ପାଇଁ ଟିକେଟ ମାଗଣା। ହେଲେ ପ୍ରାୟ ୧୫ଶହରୁ ଅଧିକ ପିଲା ଆଜି ଐତିହ୍ୟ ବୁଲି ଦେଖିଛନ୍ତି।

Disrespect to Ashoka Pillar: ଅଶୋକ ସ୍ତମ୍ଭକୁ ଅସମ୍ମାନ: ସେନାଙ୍କ ବିରୋଧ, ରାତିଅଧରେ କଢ଼ାହେଲା ହୋର୍ଡିଂ

ଇସ୍କନ୍‌ରେ ଦିଅଁ ଦର୍ଶନ ପାଇଁ ଭିଡ଼

ନୁଆ ବର୍ଷରେ ଠାକୁର ଦର୍ଶନ କରିବାକୁ ପ୍ରାୟ ସବୁଠି ଗହଳି ଜମିଥିଲା। ହେଲେ ଇସ୍କନ୍‌ ମନ୍ଦିରରେ ଗହଳି ଲୋକଙ୍କୁ ନାକରେ କନ୍ଦେଇଥିଲା। ଲୋକେ ରାସ୍ତାରେ ଗାଡ଼ି ରଖି ଭିତରକୁ ଦର୍ଶନ ପାଇଁ ଯାଉଥିବାରୁ ମୁଖ୍ୟ ରାସ୍ତାରେ ଗାଡ଼ି ଯିବାକୁ ବାଟ ନଥିଲା। ଫଳରେ ଟ୍ରାଫିକ୍‌ ଜାମ୍‌ ହୋଇ ଯାଇଥିଲା। ତେବେ କୌତୁହଳର କଥା ଯେ, ଏଭଳି ଗହଳିକୁ ଦେଖିବାକୁ ଓଭର୍‌ବ୍ରିଜ୍‌ ଉପରେ ମଧ୍ୟ ଗହଳି ଜମିଥିଲା।

32.5 crores: ମଦରେ ଉଡ଼େଇଲେ ସାଢ଼େ ୩୨ କୋଟି

ରାସ୍ତାରେ ଗାଡ଼ି ରଖି ପ୍ରକୃତିର ମଜା ନେଲେ

ନୂଆବର୍ଷ ପାଇଁ ‘ଅଟଳବିହାରୀ ବାଜପେୟୀ ଆନନ୍ଦବନ ଓ ଜୟଦେବ ବାଟିକାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆଜି ଏହି ପାର୍କ ୨୧ଶହ୪୦ ଜଣ ବୁଲିଥିବା ଜଣାପଡ଼ିଛି। ସେହିପରି ମାର୍ଚ୍ଚ ୨୦୨୪ରୁ ଆଜି ଭିତରେ ଏଠାକୁ ୩ ଲକ୍ଷ ୫୬ହଜାର ୪୪୦ ଜଣ ବୁଲିଥିବା ବେଳେ ଡିସେମ୍ବରରେ ୨୦ହଜାର ୭ଶହ ଜଣ ବୁଲିଛନ୍ତି।। ନୂଆବର୍ଷର ପ୍ରଥମ ଦିନରେ ଜୟଦେବ ବାଟିକାରେ ପର୍ଯ୍ୟଟକ ସଂଖ୍ୟା ହଠାତ ବଢ଼ିଯାଇଥିଲା। ସକାଳ ୮ଟାରୁ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଏଠାରେ ଗହଳି ଲାଗି ରହିଥିଲା। ଅପରାହ୍ଣ ୪ଟା ପରେ କିନ୍ତୁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଖଣ୍ଡଗିରିବାରିରୁ ଗାନ୍ଧି ଶାନ୍ତି କେନ୍ଦ୍ର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧା‌ଡ଼ି ଦେଖିବାକୁ ମିଳିଥିଲା। ବାଟିକାରେ ପ୍ରବେଶ ଶୁକ୍ଳ ସହିତ ଗାଡ଼ି ପାଇଁ ମଧ୍ୟ ପଇସା ଦେବାକୁ ପଡ଼ୁଥିବାରୁ ଲୋକେ ରାସ୍ତାରେ ଗାଡ଼ି ରଖି ବାଟିକା ବୁଲିଥିଲେ। ଜଣକୁ ୫୦ ଟଙ୍କା ଓ ବାଇକ୍‌ ପ୍ରବେଶକୁ ୪୦ ଟଙ୍କା ଲେଖାଏ ରହିଥିବା ବେଳେ ୩ ଚକିଆ ଯାନ ପାଇଁ ୭୦ ଟଙ୍କା, ୪ ଚକିଆ ଯାନ ପାଇଁ ୧୫୦ ଟଙ୍କା ଓ ୬ଚକିଆ ୪ଶହ ଟଙ୍କା ଦେୟ ଦେବାକୁ ପଡ଼େ। ସେହିପରି ୫ ବର୍ଷରୁ ୧୨ ବର୍ଷ ପିଲାଙ୍କ ପାଇଁ ଏହି ଦେୟ ୨୫ ଟଙ୍କା। ତେଣୁ ତିନି ଚକିଆ ଓ ଚାରି ଚକିଆ ଯାନ ପାଇଁ ଟିକେଟ୍ ନକରି  ପର୍ଯ୍ୟଟକମାନେ ରାସ୍ତା କଡ଼ରେ ଗାଡ଼ି ରଖି ବାଟିକା ବୁଲିବାକୁ ଯାଇଥିଲେ। ଫଳରେ ଟ୍ରାଫିକ ସମସ୍ୟା ଉପଜିଥିଲା। ବାଟିକାର ଇନ୍‌ଚାର୍ଜ ଚର୍ଚ୍ଚିତା ବାଘଙ୍କ ସୂଚାନା ଅନୁସାରେ ଆଜି ବାଟିକାରୁ ସାଢ଼େ ୬ ହଜାର ପ୍ରାପ୍ତ ବୟସ୍କ ବ୍ୟକ୍ତି ବୁଲି ଆସିଥିବାବେଳେ ୭୯୬ ଜଣ ପିଲା ବୁଲିବାକୁ ଆସିଥିଲେ। ପିଣ୍ଡି ବୁକିଂ କମ୍‌ ରହିଥିଲା। ସମସ୍ତ ଗାଡ଼ି, ପିଣ୍ଡି ଓ ପର୍ଯ୍ୟଟକଙ୍କ ଠାରୁ ଗୋଟିଏ ଦିନରେ ଆଜି ୩ଲକ୍ଷ ୫୩ ହଜାର ଆଦାୟ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe