ଭୁବନେଶ୍ୱର: ରାଜନେତାମାନେ ନୂଆ ବର୍ଷ ଶୁଭେଛା ଜଣାଇବାକୁ ଯାଇ ଅଶୋକ ସ୍ତମ୍ଭଙ୍କୁ ବି ଅସମ୍ମାନ କରିବାକୁ ପଛାଇ ନଥିଲେ। ଅଶୋକ ସ୍ତମ୍ବ ଚାରିପଟେ ବ୍ୟାନର ଛାଇ ଦେଇଥିଲେ। ଅଶୋକ ସ୍ତମ୍ଭ ବ୍ୟାନର ପଛରେ ସମ୍ପୂର୍ଣ ଲୁଚି ଯାଇଥିଲା। ଏହି ଅସମ୍ମାନ ପ୍ରଦର୍ଶନ କଥା ଜାଣିବା ସେନା ଅଧିକାରୀମାନେ ଅଡ଼ି ବସିବାରୁ ଶେଷରେ ଆଜି ବିଳମ୍ବିତ ରାତିରେ ସବୁ ହୋର୍ଡିଂ ହଟାଯାଇଛି। ବିଏମ୍ସି ଏନଫୋର୍ସମେଣ୍ଟ ଟିମ ଆଜି ରାତିରେ ପୁଲିସ ଉପସ୍ଥିତିରେ ଏସବୁ ହୋର୍ଡିଂ ହଟାଇଛି।
New Year: କ୍ୟାଲେଣ୍ଡର ବର୍ଷ-୨୦୨୫ର ଶେଷଦିନରେ ୨୦ଲକ୍ଷର ଆମିଷ କାରବାର, ଭୋଜିଭାତର ଆସର
କଟକ ରୋଡ୍ରୁ ସତ୍ୟନଗରକୁ ସଂଯୋଗ କରୁଥିବା ଓଭରବ୍ରିଜଠାରେ ଥିବା ବୁଲାଣିରେ ବହୁଦିନରୁ ଅଶୋକ ସ୍ତମ୍ଭଙ୍କୁ ସ୍ଥାନିତ କରାଯାଇଛି। ଅଶୋକ ସ୍ତମ୍ଭ ଆମ ଦେଶର ଜାତୀୟ ଏକତା, ସମ୍ମାନ, ବୀରତ୍ୱର ପରିଚୟ। କିନ୍ତୁ ଚଳିତ ବର୍ଷ ନୂଆ ବର୍ଷ ଶୁଭେଛା ଜଣାଇବା ପାଇଁ ବିଜେଡି, ବିଜେପି ନେତାମାନେ ବ୍ୟାନର ଛାଇ ଦେଇଥିଲେ। ଏଣୁ ବ୍ୟାନର୍ ଆଢୁଆଳରେ ସମ୍ମାନଜନକ ଅଶୋକ ସ୍ତମ୍ଭ ଲୁଚି ଯାଇଥିଲା। ଏହି ଅସମ୍ମାନ ଦେଖିବା ପରେ ଆଜି ସେନା ଅଧିକାରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀମାନେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ହୋର୍ଡିଂ ସବୁ ନ ହଟାଇବା ପର୍ଯ୍ୟନ୍ତ ଥାନାରୁ ଯିବୁନି ବୋଲି ଜିଦ ଧରିଥିଲେ। ସେନା ଅଧିକାରୀମାନେ ଅଭିଯୋଗ କରିଥିଲେ ଯେ ଅଶୋକ ସ୍ତମ୍ଭ କେବଳ ଗୋଟିଏ ଭାସ୍କର୍ଯ୍ୟ ନୁହେଁ, ଏହା ଭାରତର ସଂବିଧାନ, ସାର୍ବଭୌମତ୍ୱ, ଆଇନର ଶାସନ ଓ ଜାତୀୟ ଗରିମାର ପ୍ରତୀକ । ଏପରି ଏକ ପବିତ୍ର ଓ ଗରିମାମୟ ଜାତୀୟ ଚିହ୍ନକୁ ରାଜନୈତିକ ପ୍ରଚାରର ବ୍ୟାନର–ପୋଷ୍ଟର ଦ୍ୱାରା ଢାଙ୍କି ଦେବା ଦୁଃଖଦ ଓ ଅଶୋଭନୀୟ।
SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ
ଏହା କେବଳ ଜାତୀୟ ମର୍ଯ୍ୟାଦାର ଅବମାନନା ନୁହେଁ ବରଂ ଜନସାଧାରଣଙ୍କ ମନରେ ଭୁଲ୍ ସନ୍ଦେଶ ପ୍ରେରଣ କରୁଛି । ରାଜନୈତିକ ଦଳ ଓ ନେତାମାନେ ଲୋକତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଜାତୀୟ ପ୍ରତୀକମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ତାଙ୍କର ନୈତିକ ଦାୟିତ୍ୱ । ଭୁବନେଶ୍ୱର ମହାନଗର ନିଗମ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଏପରି ବ୍ୟାନର–ପୋଷ୍ଟର ହଟାଇବା ସହ ଭବିଷ୍ୟତରେ ଏପରି କାର୍ଯ୍ୟର ପୁନରାବୃତ୍ତି ନ ହେବା ନେଇ କଠୋର ନିର୍ଦ୍ଦେଶ ଜାରି କରିବା ପାଇଁ ବରିଷ୍ଠ ନୌସୈନିକ ବିଦ୍ୟାଧର ନାୟକ, ବରିଷ୍ଠ ପୂର୍ବ ନୌସୈନିକ ସମରେନ୍ଦ୍ର ପରିଜା, ଭେଟେରାନ୍ ଦୀନବନ୍ଧୁ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ନାଗରିକମାନେ ମେୟରଙ୍କ ନିକଟରେ ଦାବି ରଖିଥିଲେ। ଶେଷରେ ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ବିଏମସି ଏନଫୋର୍ସମେଣ୍ଟ ଟିମ ସବୁ ହୋର୍ଡିଂ ହଟାଇଛି। ବିଧାୟକଙ୍କ ଠାରୁ ଆରମ୍ଭ କରି ଅନ୍ୟମାନଙ୍କ ବ୍ୟାନରକୁ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/fhfhfhxbvbvb-2026-01-02-02-30-57.jpg)